ଗଞ୍ଜାମ,୪।୧୦(ବିଦ୍ୟାଧର ସାହୁ ) : ବର୍ତ୍ତମାନ ଚାଲିଛି ପାର୍ବଣ ଋତୁ। ଦଶହରା ଦୁର୍ଗା ପୂଜା ସରିବା ପରେ ଏବେ କୁମାର ପୂର୍ଣ୍ଣିମା,ଜହିଁ ଓଷା ଓ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହେବ । ବଜାର ଜନ ଗହଳିପୂର୍ଣ । ସାନ ବଜାର ଠାରୁ ବଡ଼ ବଜାର ପର୍ଯ୍ୟନ୍ତ ସବୁଠି ଲୋକଙ୍କ ଭିଡ଼ । ଏଭଳି ସ୍ଥିତିରେ ଏନଏସି ପ୍ରଶାସନର ଦାୟିତ୍ୱ ହୀନତା ଦାଣ୍ଡରେ ଗଡିି ହାଟରେ ପଡିଛି । ଦୁଇ ଦିନ ହେଲା ସହର ମଧ୍ୟରେ ପଡ଼ିଥିବା ଅଳିଆ ଆବର୍ଜନା ଉଠୁନି । କୁଢ଼ କୁଢ଼ ଅଳିଆ ଆବର୍ଜନା ଏଣେ ତେଣେ ପଡିଥିବା ଦେଖିବାକୁ ମିଳିଛି । ଖାଦ୍ୟ ଅନ୍ବେଷଣରେ ଅଳିଆ ଆବର୍ଜନା ପଡ଼ିଥିବା ସ୍ଥାନରେ ବୁଲା ଗାଈ ଗୋରୁଙ୍କ ପାଦ୍ରୁଭବ ଲୋକଙ୍କ ଚିନ୍ତାକୁ ବଢାଇ ଦେଇଛି। ସେଠାରେ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଉକ୍ତ ଗାଈ ଗୋରୁଙ୍କ ଯୋଗୁ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି l ସ୍ଥାନୀୟ ଜନପ୍ରତିନିଧିଙ୍କ ଇଛା ଶକ୍ତିର ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସୁଦାମ ଚରଣ ଜେନା ଅଭିଯୋଗ କରିଛନ୍ତି।


