ଏନଏସି ପ୍ରଶାସନର ଦାୟିତ୍ୱହୀନତା: ପାର୍ବଣରେ ଉଠିଲାନି ଅଳିଆ ଆବର୍ଜନା

ଗଞ୍ଜାମ,୪।୧୦(ବିଦ୍ୟାଧର ସାହୁ ) : ବର୍ତ୍ତମାନ ଚାଲିଛି ପାର୍ବଣ ଋତୁ। ଦଶହରା ଦୁର୍ଗା ପୂଜା ସରିବା ପରେ ଏବେ କୁମାର ପୂର୍ଣ୍ଣିମା,ଜହିଁ ଓଷା ଓ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହେବ । ବଜାର ଜନ ଗହଳିପୂର୍ଣ । ସାନ ବଜାର ଠାରୁ ବଡ଼ ବଜାର ପର୍ଯ୍ୟନ୍ତ ସବୁଠି ଲୋକଙ୍କ ଭିଡ଼ । ଏଭଳି ସ୍ଥିତିରେ ଏନଏସି ପ୍ରଶାସନର ଦାୟିତ୍ୱ ହୀନତା ଦାଣ୍ଡରେ ଗଡିି ହାଟରେ ପଡିଛି । ଦୁଇ ଦିନ ହେଲା ସହର ମଧ୍ୟରେ ପଡ଼ିଥିବା ଅଳିଆ ଆବର୍ଜନା ଉଠୁନି । କୁଢ଼ କୁଢ଼ ଅଳିଆ ଆବର୍ଜନା ଏଣେ ତେଣେ ପଡିଥିବା ଦେଖିବାକୁ ମିଳିଛି । ଖାଦ୍ୟ ଅନ୍ବେଷଣରେ ଅଳିଆ ଆବର୍ଜନା ପଡ଼ିଥିବା ସ୍ଥାନରେ ବୁଲା ଗାଈ ଗୋରୁଙ୍କ ପାଦ୍ରୁଭବ ଲୋକଙ୍କ ଚିନ୍ତାକୁ ବଢାଇ ଦେଇଛି। ସେଠାରେ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଉକ୍ତ ଗାଈ ଗୋରୁଙ୍କ ଯୋଗୁ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି l ସ୍ଥାନୀୟ ଜନପ୍ରତିନିଧିଙ୍କ ଇଛା ଶକ୍ତିର ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସୁଦାମ ଚରଣ ଜେନା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଜଙ୍ଗଲ ନିଆଁ ରୋକିବା ପାଇଁ ସାଇକେଲ ରାଲି: କଣ୍ଟେଇପଲ୍ଲୀ ଭିଏସଏସ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି

ଭଞ୍ଜନଗର,୧୯।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା। ଏହାକୁ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri