ଲାଇଫ୍‌ ବଦଳେଇଦେବ ନବୀନ ମ୍ୟାଜିକ୍‌ କାର୍ଡ, ଉଚ୍ଚଶିକ୍ଷା ପାଇଁ ହେବନି ଖର୍ଚ୍ଚ; ଜାଣନ୍ତୁ କେମିତି କରିବେ Apply

ଭୁବନେଶ୍ୱର,୫।୩: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର Nabin Odisha Magic Card ପଞ୍ଜୀକରଣ ପାଇଁ ମାଲକାନଗିରି ଜିଲାରେ ଓ୍ବେବ୍‌ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ନବୀନ କାର୍ଡ ଆବେଦନ ଆରମ୍ଭ ହୋଇଛି। ତେବେ ଆସନ୍ତୁ ଜାଣିବା ଏଥିରେ କ’ଣ ସବୁ ସୁବିଧା ରହିଛି ଆଉ ଏହାକୁ କେମିତି ଆବେଦନ କରିବେ।

ବିଏସକେୱାଇ କାର୍ଡ଼ ପରେ ରାଜ୍ୟ ସରକାର Nabin Odisha ନବୀନ ମ୍ୟାଜିକ କାର୍ଡ଼ର ଶୁଭାରମ୍ଭ କରିଛନ୍ତି। ସରକାରଙ୍କ ଦ୍ୱାରା ଲାଗୁ ହେବାକୁ ଥିବା ଏହି କାର୍ଡ଼ର ସୁବିଧା ସମସ୍ତ ଛାତ୍ରୀଛାତ୍ରଙ୍କୁ ମିଳିିବ । ଏଥିପାଇଁ ଆଜି ଠାରୁ ଅନଲାଇନ registration ଆରମ୍ଭ ହୋଇଛି।  ଆସନ୍ତା ଅଗଷ୍ଟ ୧୫ ତାରିଖରେ ଏହି ମ୍ୟାଜିକ କାର୍ଡ ମିଳିବ। କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ଏହି କାର୍ଡରେ ଛାତ୍ରୀଛାତ୍ରଙ୍କୁ ରିହାତି ସୁବିଧା ମିଳିବ । ଏହି କାର୍ଡରେ ବିଭିନ୍ନ ୱାଇଫାଇ ପଏଣ୍ଟରେ ଇଣ୍ଟରନେଟ ସୁବିଧା ପାଇପାରିବେ ।

ମ୍ୟାଜିକ କାର୍ଡ ପାଇଁ ଷ୍ଟୁଡେଣ୍ଟ କାର୍ଡ,ଆଧାର କାର୍ଡ,୧୦ମ ଶ୍ରେଣୀ ସାର୍ଟିିଫିକେଟ ଆବଶ୍ୟକ ହେବ। କାର୍ଡ ପାଇଁ ଆବେଦନକାରୀ ଓଡିଶାର ହୋଇଥିବା ଆବଶ୍ୟକ, ଆବେଦନକାରୀ ଜଣେ ଛାତ୍ରୀଛାତ୍ର ହୋଇଥିବା ଆବଶ୍ୟକ। ଆବେଦନ କରିବା ପାଇଁ ସର୍ବପ୍ରଥମେ, କାର୍ଡର ଅଫିସିଆଲ ୱେବସାଇଟ ଭିଜିଟ କରନ୍ତୁ । ପରେ ୱେବସାଇଟର ହୋମପେଜ୍‌ ଖୋଲିବ । ବର୍ତ୍ତମାନ ହୋମପେଜ୍‌ରୁ, click here to apply ଉପରେ କ୍ଲିକ କରନ୍ତୁ ।
ସ୍କ୍ରିନରେ ଗୋଟିଏ ନୂଆ ପେଜ୍‌ ଦେଖାଯିବ । ସେଥିରେ ନିଜର ନାମ, ବୟସ, ଜନ୍ମ ତାରିଖ, ଠିକଣା ଇତ୍ୟାଦି ପୂରଣ କରନ୍ତୁ । ବର୍ତ୍ତମାନ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ । ପ୍ରଦତ୍ତ ସୂଚନା ଯାଞ୍ଚ କରନ୍ତୁ । ଶେଷରେ, ସବମିଟ ବିକଳ୍ପ ଉପରେ କ୍ଲିକ କରନ୍ତୁ । ଏହି ଉପାୟରେ, ଆପଣ ସହଜରେ ନବୀନ ଓଡିଶା ମ୍ୟାଜିକ କାର୍ଡ ପାଇଁ ଆବେଦନ କରିପାରିବେ ।

ତେବେ କହିରଖୁଛୁ କି, ସମସ୍ତ ଛାତ୍ରୀଛାତ୍ର ଏହି କାର୍ଡ଼ର ସୁବିଧା ପାଇବେ ନାହିଁ । କିଛି ବିଶେଷ କ୍ଷେତ୍ରରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିବା ଛାତ୍ରୀଛାତ୍ର ଏହି କାର୍ଡ଼ର ସୁଯୋଗ ପାଇବେ । ଏକାଡେମିକ ଆକ୍ଟିଭିଟି, ମନୋରଞ୍ଜନ ଓ କାର୍ଯ୍ୟଦକ୍ଷତା ଆଧାରରେ ସେମାନଙ୍କୁ ଫ୍ୟାସିଲିଟି ପ୍ରଦାନ କରାଯିବ । ସେମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ପଏଣ୍ଟ ଅନୁସାରେ ସ୍ବର୍ଣ୍ଣ, ରୌପ୍ୟ ଓ ପ୍ଲାଟିମନରେ ବିଭକ୍ତ କରାଯିବ । ସରକାରୀ ଚାକିରିଆ ଓ ଆୟକର ଦାତାଙ୍କ ପିଲା ଏଥିରୁ ବାଦ ପଡ଼ିବେ । ଏହି ପଏଣ୍ଟ-ସିଷ୍ଟମ ଆଧାରିତ ସ୍ମାର୍ଟ କାର୍ଡର ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କୁ ନିୟୋଜିତ କରିବା ଓ ସଶକ୍ତ କରିବା, ସେମାନଙ୍କ ଶିକ୍ଷାଗତ, ବ୍ୟକ୍ତିତ୍ୱ ଓ ଦକ୍ଷତା ବିକାଶ କରିବା । ଏହି କାର୍ଡ ପିଲାଙ୍କୁ ଚାକିରି କ୍ଷେତ୍ରରେ ମଧ୍ୟ ସୁବିଧା ଯୋଗାଇବ। ଏହି କାର୍ଡ ପିଲାଙ୍କ ବିକାଶର ପ୍ରମାଣ କାର୍ଡ ହେବ, ଯେଉଁଥିରେ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri