ଭୁବନେଶ୍ୱର,୭।୧୦: ନବରଙ୍ଗପୁରରେ ଜିଲାଭିତ୍ତିକ ନିଯୁକ୍ତି ଦାବିରେ ବିବାଦ ତେଜିଛି। ଅନ୍ୟ ଜିଲାର ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଜଏନ୍ ସୁଯୋଗ ମିଳୁନି ଅବିଭକ୍ତ କୋରାପୁଟ ଜିଲାର ଶିକ୍ଷକ ବ୍ୟତୀତ ଅନ୍ୟମାନଙ୍କୁ ବିରୋଧ କରାଯାଇଛି। ତେବେ ନିରାଶ ହେଉଛନ୍ତି ସରକାରଙ୍କ ଦ୍ବାରା ନିଯୁକ୍ତ ଅନ୍ୟ ଜିଲାର ଶିକ୍ଷକ। ସମଗ୍ର ନବରଙ୍ଗପୁର ଜିଲାର ବିଭିନ୍ନ ସ୍କୁଲରେ ଏପରି ସ୍ଥିତି ସୂଚନା ହୋଇଥିବା ସୂଚନା ମିଳିଛି। ରାଜ୍ୟରେ କାର୍ଯ୍ୟରତ ୯ ହଜାର ୨୦୦ କନିଷ୍ଠ ଶିକ୍ଷକ ନିୟମିତ ହେବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ଯେଉଁମାନେ ଚାକିରି ସର୍ତ୍ତାବଳୀ ଅନୁଯାୟୀ ନିରବିଚ୍ଛନ୍ନ ଭାବେ ୬ବର୍ଷ କାର୍ଯ୍ୟ କରିଛନ୍ତି ଓ ସେମାନଙ୍କର ଶିକ୍ଷାଦାନରେ ସରକାର ସନ୍ତୁଷ୍ଟ ହୋଇଛନ୍ତି, ସେମାନଙ୍କୁୁ ନିୟମିତ କରିବା ପାଇଁ ଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ୯୨୦୦ କନିଷ୍ଠ ଶିକ୍ଷକଙ୍କୁ ସହକାରୀ ଶିକ୍ଷକ ଗ୍ରେଡ୍ ଲେଭଲ-୫ (ଏ) ପ୍ରାଥମିକ କ୍ୟାଡର ଭୁକ୍ତ କରାଯାଇ ନିୟମିତ କରାଯିବ। ଶିକ୍ଷା ସହାୟକ ତଥା କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ବିଭାଗ ପକ୍ଷରୁ ୨୦୧୧ ମସିହାରେ ହୋଇଥିବା ଚିଠି ଅନୁଯାୟୀ ସୁବିଧା ଦିଆଯିବ। ଓଆର୍ଏସ୍ପି ୨୦୧୭ ଅନୁଯାୟୀ ଲେଭଲ-୬ ପେ’ ସ୍କେଲ୍ ପ୍ରଦାନ କରାଯିବ। ୬ବର୍ଷ ପୂରଣ କରିଥିବା ଦିନଠାରୁ ହିଁ ବକେୟା ଭାବେ ଦରମା ପ୍ରଦାନ କରାଯିବ। ଅଣତାଲିମପ୍ରାପ୍ତ ଏବଂ ଓଟିଇଟି ଉତ୍ତୀର୍ଣ୍ଣ ହୋଇ ନ ଥିଲେ ସେମାନଙ୍କୁ ନିୟମିତ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ। ତେବେ ନିୟମିତ ନିଯୁକ୍ତିପତ୍ର ଦେବା ପୂର୍ବରୁ ଜିଲା ପ୍ରକଳ୍ପ ସଂଯୋଜକ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର, ତାଲିମ ପ୍ରମାଣପତ୍ର ଏବଂ ଜାତିଗତ ପ୍ରମାଣପତ୍ର ଆଦି ଯାଞ୍ଚ କରିବା ସହ ବିଭାଗ ନିକଟରେ ଦାଖଲ କରିବାକୁ ସୁନିଶ୍ଚିତ କରିବେ।
କଶ୍ମୀରରେ ହୃଦ୍ଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ
ନୟାଗଡ଼,୨୯।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଯବାନ ଜିତୁ ବେହେରା(୩୧) ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି। ଜିତୁଙ୍କ ମରଶରୀର ବୁଧବାର…
ଶେଷ ହେବ କି କଂଗ୍ରେସ ସହ ମତଭେଦ? ରାହୁଲ ଗାନ୍ଧୀ-ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଲେ ଶଶି ଥରୁର
ନୂଆଦିଲ୍ଲୀ,୨୯।୧: କଂଗ୍ରେସ ଦଳ ସହିତ ଉତ୍ତେଜନାର କଳ୍ପନାଜଳ୍ପନା ମଧ୍ୟରେ, ତିରୁଭାନନ୍ତପୁରମ ଏମପି ଶଶି ଥରୁର ସଂସଦ ଭବନରେ ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ…
ରାସ୍ତା ପାର୍ ହେଉଥିବାବେଳେ ବିରାଟକାୟ ଅଜଗର ଉପରେ ମାଡିଗଲା ଗାଡି, ତା’ପରେ…
ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ନିୟନ୍ତ୍ରିତ ବଜାର କମିଟି କପାମଣ୍ଡି କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟରାସ୍ତା କଡରୁ ଗୁରୁବାର ଏକ ୧୩ ଫୁଟିଆ…
ଚାଲିଛି କୃଷ୍ଣସାର ମୃଗ ଗଣନା: ଗଣନା କାର୍ଯ୍ୟକୁ ତଦାରଖ କରୁଛନ୍ତି ଡିଏଫ୍ଓ
ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡ, ଭଞ୍ଜନଗରସ୍ଥିତ ଘୁମୁସର ଦକ୍ଷିଣ ବନଖଣ୍ଡ ଓ ଘୁମୁସର ଉତ୍ତର ବନଖଣ୍ଡର ବିଭିନ୍ନ ରେଞ୍ଜରେ ଗୁରୁବାର କୃଷ୍ଣସାର ମୃଗ ଗଣନା ଚାଲିଛି…
ଚର୍ଚ୍ଚ ଅଫ ଇଂଲଣ୍ଡରେ ଭାଙ୍ଗିଲା ୧୪୦୦ ବର୍ଷର ପରମ୍ପରା, Dame Sarah Mullally ହେଲେ ପ୍ରଥମ Archbishop of Canterbury
ଲଣ୍ଡନ,୨୯।୧: ଦୀର୍ଘକାଳୀନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ପରମ୍ପରାକୁ ପାଳନ କରି, ଡେମ ସାରା ମୁଲ୍ଲାଲିଙ୍କୁ ଜାନୁଆରୀ ୨୮, ୨୦୨୬ରେ ଲଣ୍ଡନର ଐତିହାସିକ ସେଣ୍ଟ ପଲ୍ସ କ୍ୟାଥେଡ୍ରାଲରେ ଚର୍ଚ୍ଚ ଅଫ…
ଶୋଇଥିବାବେଳେ ଟେକିନେଇ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଚିତ୍କାର କରିବାରୁ…
ଭୋପାଳ,୨୯।୧: ମଧ୍ୟପ୍ରଦେଶର ବାରୱାନି ଜିଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ସମ୍ପର୍କୀୟ ୭ ବର୍ଷର ଝିଅକୁ ବଳାତ୍କାର କରି ହତ୍ୟା କରିଛନ୍ତି। ପୋଲିସ ଅଧିକାରୀ…
ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି: ତଦନ୍ତ ଦାବି
ମୁମ୍ବାଇ/ନୂଆଦିଲ୍ଲୀ,୨୯ା୧:ମହାରାଷ୍ଟ୍ରରେ ସର୍ବାଧିକ ୬ ଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଏନ୍ସିପି ମୁଖ୍ୟ ଅଜିତ ପାଓ୍ବାର। ଯେଉଁ ଦଳ କ୍ଷମତାକୁ ଆସୁନା କାହିଁକି ଅଜିତଙ୍କ ସମର୍ଥନ ସବୁବେଳେ ଲୋଡ଼ା ପଡ଼ୁଥିଲା।…
ପୁଣିଥରେ ଏକ ତରଫା ବାଜି ମାରିଲା ଭାଜପା
ଚଣ୍ଡିଗଡ଼,୨୯।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିଛି। ଭାଜପା ୧୮ଟି ଭୋଟ ପାଇଥିଲା ଏବଂ ସୌରଭ ଯୋଶୀ ଚଣ୍ଡିଗଡ଼ର ନୂତନ ମେୟର ହୋଇଛନ୍ତି।…
Archives

