ମେରୁ ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରିଲେନି ନାବାଳକ

ବେଗୁନିଆପଡ଼ା,୧୪ା୪: କୋଦଳା ଥାନା ଅନ୍ତର୍ଗତ ମର୍ଦକୋଟ ଗ୍ରାମରେ ମେରୁ ଯାତ୍ରା ସମୟରେ ପୋଖରୀରେ ବୁଡି ୭ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୯ବର୍ଷୀୟ ସମ୍ପର୍କୀୟ ଭଉଣୀ ଗୁରୁତର ହୋଇଛନ୍ତି। ମୃତ ଶିଶୁପୁତ୍ର ଜଣଙ୍କ ହେଲେ ବଦ୍ରି ପାହାନ। ଶୁକ୍ରବାର ମେରୁ ଯାତ୍ରା ପାଇଁ ମର୍ଦକୋଟ ମା’ କାଳୀଙ୍କ ମନ୍ଦିର ନିକଟରେ ଗହଳି ଲାଗିଥିଲା। ବଦ୍ରି ଓ ତାଙ୍କ ସମ୍ପର୍କୀୟ ଭଉଣୀ ପୋଖରୀ ପାଖରେ ଖେଳୁଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସିଯାଇଥିଲା। ଉଭୟେ ପାଣିରେ ବୁଡ଼ି ଯାଇଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ବଦ୍ରିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶିଶୁକନ୍ୟାକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ।