ନବ ଦାସ ହତ୍ୟା ଘଟଣା: ଗୋପାଳଙ୍କ ପୂର୍ବ କଲ୍‌ ହିଷ୍ଟ୍ରି ଖୋଲିଲା କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର,୨୫ା୪(ସୁବାସ ଚନ୍ଦ୍ର ପାଢ଼ୀ):ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗୋପାଳ ଦାସଙ୍କ ପୁରୁଣା କଲ୍‌ ଡିଟେଲ ଖୋଲିଛି କ୍ରାଇମବ୍ରାଞ୍ଚ।

ବୈଦ୍ୟନାଥପୁର ଥାନାରେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍‌ । ଅତିରିକ୍ତ ଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ତଦନ୍ତ ଜାରି ରଖିଛି ଟିମ୍‌। ଶୁକ୍ରବାର ଗୋପାଳ ଦାସ ଗୁଳିକାଣ୍ଡ କରିବା ପୂର୍ବରୁ ଯେଉଁମାନଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ସେମାନଙ୍କୁ ପଚରାଉଚରା କରାଯିବ। ଘଟଣା ପୂର୍ବରୁ ବ୍ରହ୍ମପୁରର କିଛି ଜଣଙ୍କ ସହ ଗୋପାଳ କଥା ହୋଇଥିବା ନେଇ ତଦନ୍ତରେ ଜଣାପଡ଼ିଥିଲା। ଗତ ୨୩ ତାରିଖରୁ ତିନି ଜଣିଆ ଟିମ୍‌ ଆସି ପଚରାଉଚରା କରୁଥିବା ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ବିଜୟ କୁମାର ମଲ୍ଲିକ। ଗୁରୁବାର ଗୋପାଳ ଦାସଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିବା ବେଳେ ଶୁକ୍ରବାର ମଧ୍ୟ ସେମାନଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ।

ଘଟଣାରୁ ପ୍ରକାଶ ଯେ, ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ପୁନଃତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଟିମ୍‌ କିଛି ଦିନ ଝାରସୁଗୁଡ଼ା ଖୋଳତାଡ଼ କରିବା ପରେ ବ୍ରହ୍ମପୁର ଆସିଛ। ଗୋପାଳଙ୍କ ଭାଇ, ପୁଅ ଓ ପୁତୁରାଙ୍କୁ ଜେରା କରାଯାଇ ଥିବା ସୂଚନା। ଏହି ମାମଲାରେ ପୂର୍ବରୁ ଗୋପାଳଙ୍କ ଭାଇ, ପୁତୁରା, ପୁଅ ଓ ସ୍ତ୍ରୀ’ଙ୍କ ବୟାନ ରେକର୍ଡ କରାଯାଇଥିଲା। କିନ୍ତୁ ହତ୍ୟାକାଣ୍ଡ ପଛରେ ଛପି ରହିଥିବା ଷଡ଼ଯନ୍ତ୍ର ସମ୍ପର୍କିତ ଅନେକ ଉପାଦେୟ ପ୍ରଶ୍ନକୁ ନେଇ ତଦନ୍ତକାରୀ ଟିମ୍‌ ଏବେ ସେ ସବୁ ଦିଗକୁ ନେଇ ପୁଣି ଥରେ ପଚରାଉଚରା କରିଛନ୍ତି। ଗତ ଦୁଇ ଦୁଇଦିନ ଭିତରେ ୫ଜଣଙ୍କୁ ପଚରାଉଚରା କରାଯାଇଛି ଏବଂ ସେମାନଙ୍କ ବୟାନମଧ୍ୟ ରେକର୍ଡ କରାଯାଇଛି। ଗୋପାଳଙ୍କ ଭାଇ ସତ୍ୟ ନାରାୟଣଙ୍କ ବୟାନ ରେକର୍ଡ କରାଯାଇଛି। ସତ୍ୟନାରାୟଣ ଝାରସୁଗୁଡ଼ାରେ ହୋଟେଲ କରିଥିଲେ। କିନ୍ତୁ ହତ୍ୟାକାଣ୍ଡ ପୂର୍ବରୁ ସେ ହୋଟେଲ ବନ୍ଦ କରିବା ସହ ଝାରସୁଗୁଡ଼ା ଛାଡ଼ିଥିଲେ। ସେହିପରି ଗୋପାଳଙ୍କ ପୁତୁରା ପ୍ରଦୀପ ଦାସକୁ ପଚରାଉଚରା କରାଯାଇଥିଲା। ଏଥିସହ ଗୋପାଳଙ୍କ ପୁଅ ମନୋଜର ମଧ୍ୟ ବୟାନ ରେକର୍ଡ କରାଯାଇଛ। ବ୍ରହ୍ମପୁରର ଟାଉନ ଥାନାକୁ ଡାକି ପଚରାଉଚରା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri