ଏନ୍‌. ମୁନିଙ୍କ ସୁଆଦିଆ ନନ୍‌ଭେଜ୍‌ ଆଚାର

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରେ ଆଚାରର ସ୍ଥାନ ସ୍ବତନ୍ତ୍ର। ଆଚାର ଦେଖିଲେ ଅନେକଙ୍କର ପାଟିରୁ ଲାଳ ବି ବୋହିଥାଏ। ଆମ୍ବ ଆଚାର, ଲଙ୍କା ଆଚାର, କରମଙ୍ଗା ଆଚାର, ଲେମ୍ବୁ ଆଚାର, କୋଳି ଆଚାର, ମିକ୍ସ ଆଚାର ଭଳି ବିଭିନ୍ନ ପ୍ରକାର ଆଚାର ବଜାରରେ ଉପଲବ୍ଧ ହେଉଛି। ଏସବୁ ସାଧାରଣତଃ ଭେଜ୍‌। ମାତ୍ର ନନଭେଜ୍‌ ଆଚାର ବିଷୟରେ ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏନ୍‌. ମୁନି ନାମ୍ନୀ ଜଣେ ମହିଳା ପ୍ରାୟ ୬ ପ୍ରକାର ନନଭେଜ୍‌ ଆଚାର ପ୍ରସ୍ତୁତ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ନନ୍‌ଭେଜ୍‌ ଆଚାର ମଧ୍ୟରେ ରହିଛି ମଟନ୍‌ ଆଚାର, ଚିକେନ ଆଚାର, ଚିଙ୍ଗୁଡ଼ି ଆଚାର, ଭାକୁର ଆଚାର, ଅଣ୍ଡା ଆଚାର ଓ କଙ୍କଡ଼ା ଆଚାର। ଭୁବନେଶ୍ୱର ଖାରବେଳନଗର ପିଏଚ୍‌ଡି କ୍ୟାମ୍ପସରେ ରହୁଥିବା ଏନ୍‌. ମୁନି ୧୭ ପ୍ରକାର ଭେଜ୍‌ ଆଚାର ସହ ଏହିସବୁ ନନଭେଜ୍‌ ଆଚାର ମଧ୍ୟ ପ୍ରସ୍ତୁତ କରୁଛନ୍ତି। ତାଙ୍କ ଆଚାରର ବେଶ୍‌ ଚାହିଦା ରହିଥିବାବେଳେ ନନ୍‌ଭେଜ୍‌ ଆଚାର ତାଙ୍କୁ ନିଆରା ପରିଚୟ ଦେଇଛି। ମଟନ୍‌, କଙ୍କଡ଼ା ଆଚାର କେଜି ୧୬ଶହ ରହିଥିବାବେଳେ ଚିଙ୍ଗୁଡ଼ି ଓ ଭାକୁର ଆଚାର ଦର ୧ ହଜାର ଟଙ୍କା ଓ ଚିକେନ ଆଚାର ଦାମ ୬୫୦ ଟଙ୍କା ରହିଛି। ସେହିଭଳି ଅଣ୍ଡା ଆଚାର ଗୋଟିଏର ଦାମ୍‌ ୩୫ ଟଙ୍କା ରହିଛି। ତେବେ ଚିଙ୍ଗୁଡ଼ି, ମାଛ, ଚିକେନ, ଅଣ୍ଡା ଆଚାର ସବୁବେଳେ ଉପଲବ୍ଧ ହେଉଥିବାବେଳେ ଗ୍ରାହକ ବରାଦ ଦେଲେ ହିଁ ସେ ମଟନ ଓ କଙ୍କଡ଼ା ଆଚାର ତିଆରି କରିଥାନ୍ତି। ପାଟିକୁ ଅତି ସୁଆଦିଆ ଲାଗୁଥିବା ଏହି ଆଚାର ପ୍ରାୟ ସପ୍ତାହ ଯାଏ ରଖିହେବ। ହାତଢ଼ିଙ୍କି ସାହାଯ୍ୟରେ ପ୍ରସ୍ତୁତ ମସଲା ଓ ସୋରିଷ ତେଲ ବ୍ୟବହାର କରି ସେ ଏହି ଆଚାର ପ୍ରସ୍ତୁତ କରୁଛନ୍ତି।
ସେହିଭଳି ଏନ୍‌. ମୁନିଙ୍କ ଭେଜ୍‌ ଆଚାରର ମଧ୍ୟ ଚାହିଦା କିଛି କମ୍‌ ନୁହେଁ। କଲରା, ସଜନାଛୁଇଁ, ବରକୋଳି, ଶାଗ, ଟମାଟୋ, ନବରତ୍ନ, ବନ୍ଧାକୋବି, ଫୁଲକୋବି, ଅଦା, ଅଁଳା, ରସୁଣ, ଲଙ୍କା, ପଣସ, ଖଟା ପାଳଙ୍ଗ, ବାଇଗଣ, ଶିମ୍ବ, ଆମ୍ବ ଆଦି ବ୍ୟବହାର କରି ସେ ଖଟାମିଠା ଆଚାର ପ୍ରସ୍ତୁତ କରନ୍ତି। ଅନ୍ୟାନ୍ୟ ମସଲା ସହ ଲେମ୍ବୁ ଓ ବାଦାମ ତେଲର ପାଗରେ ହିଁ ଆଚାର ସଂରକ୍ଷିତ ରହିଥାଏ। ଏହି ଭେଜ୍‌ ଆଚାରଗୁଡ଼ିକ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଖାଦ୍ୟ ଭାବେ ବ୍ୟବହାର କରିହେବ। ଏଥିପାଇଁ କୌଣସି କେମିକାଲ ବ୍ୟବହାର କରୁ ନ ଥିବା ଏନ୍‌. ମୁନି କହିଛନ୍ତି।
ଆଇଗିଣିଆ କସ୍‌ମୋପଲିସ୍‌ ନିକଟରେ ଗତ କିଛିଦିନ ତଳେ ଖୋଲିଥିବା ଭେଣ୍ଡିଂ ଜୋନ୍‌ରେ ସେ ଦୋକାନ ଖୋଲି ଏସବୁ ଆଚାର ବିକ୍ରି କରୁଛନ୍ତି। ମା’ ବୈଷ୍ଣବୀ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ସେ ଏହି ଦୋକାନ ପାଇଛନ୍ତି। ସ୍ବାମୀ ଏନ୍‌. କାଳିଦାସ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏକ ପାନଦୋକାନ ଦେଇଥିବାବେଳେ ଆଚାର ପ୍ରସ୍ତୁତିରେ ମଧ୍ୟ ସହଯୋଗ କରନ୍ତି। ବିବାହ ପରେ ଆନ୍ଧ୍ରପ୍ରଦେଶରେ ରହିବା ସମୟରେ ସେ ଏହିସବୁ ଆଚାର କରିବା ଶିଖିଥିଲେ। ଭୁବନେଶ୍ୱରକୁ ଆସିବା ପରେ ସେ କେବଳ ଭେଜ୍‌ ଆଚାର ପ୍ରସ୍ତୁତ କରୁଥିଲେ। ପରେ ବାହାରୁ ଆସି ହଷ୍ଟେଲରେ ରହୁଥିବା ପିଲାଙ୍କ ପାଇଁ ସେ ଏହି ନନଭେଜ୍‌ ଆଚାର କରିବା ଆରମ୍ଭ କରିଥିଲେ। ତେବେ ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ସେ ଏହି ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ମନ ବଳାଇଛନ୍ତି। ବିଭିନ୍ନ ମେଳା ମହୋତ୍ସବରେ ସେ ଆଚାର ଷ୍ଟଲ୍‌ ଲଗାଇ ଭଲ ରୋଜଗାର କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri