ଏନ୍‌. ମୁନିଙ୍କ ସୁଆଦିଆ ନନ୍‌ଭେଜ୍‌ ଆଚାର

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରେ ଆଚାରର ସ୍ଥାନ ସ୍ବତନ୍ତ୍ର। ଆଚାର ଦେଖିଲେ ଅନେକଙ୍କର ପାଟିରୁ ଲାଳ ବି ବୋହିଥାଏ। ଆମ୍ବ ଆଚାର, ଲଙ୍କା ଆଚାର, କରମଙ୍ଗା ଆଚାର, ଲେମ୍ବୁ ଆଚାର, କୋଳି ଆଚାର, ମିକ୍ସ ଆଚାର ଭଳି ବିଭିନ୍ନ ପ୍ରକାର ଆଚାର ବଜାରରେ ଉପଲବ୍ଧ ହେଉଛି। ଏସବୁ ସାଧାରଣତଃ ଭେଜ୍‌। ମାତ୍ର ନନଭେଜ୍‌ ଆଚାର ବିଷୟରେ ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏନ୍‌. ମୁନି ନାମ୍ନୀ ଜଣେ ମହିଳା ପ୍ରାୟ ୬ ପ୍ରକାର ନନଭେଜ୍‌ ଆଚାର ପ୍ରସ୍ତୁତ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ନନ୍‌ଭେଜ୍‌ ଆଚାର ମଧ୍ୟରେ ରହିଛି ମଟନ୍‌ ଆଚାର, ଚିକେନ ଆଚାର, ଚିଙ୍ଗୁଡ଼ି ଆଚାର, ଭାକୁର ଆଚାର, ଅଣ୍ଡା ଆଚାର ଓ କଙ୍କଡ଼ା ଆଚାର। ଭୁବନେଶ୍ୱର ଖାରବେଳନଗର ପିଏଚ୍‌ଡି କ୍ୟାମ୍ପସରେ ରହୁଥିବା ଏନ୍‌. ମୁନି ୧୭ ପ୍ରକାର ଭେଜ୍‌ ଆଚାର ସହ ଏହିସବୁ ନନଭେଜ୍‌ ଆଚାର ମଧ୍ୟ ପ୍ରସ୍ତୁତ କରୁଛନ୍ତି। ତାଙ୍କ ଆଚାରର ବେଶ୍‌ ଚାହିଦା ରହିଥିବାବେଳେ ନନ୍‌ଭେଜ୍‌ ଆଚାର ତାଙ୍କୁ ନିଆରା ପରିଚୟ ଦେଇଛି। ମଟନ୍‌, କଙ୍କଡ଼ା ଆଚାର କେଜି ୧୬ଶହ ରହିଥିବାବେଳେ ଚିଙ୍ଗୁଡ଼ି ଓ ଭାକୁର ଆଚାର ଦର ୧ ହଜାର ଟଙ୍କା ଓ ଚିକେନ ଆଚାର ଦାମ ୬୫୦ ଟଙ୍କା ରହିଛି। ସେହିଭଳି ଅଣ୍ଡା ଆଚାର ଗୋଟିଏର ଦାମ୍‌ ୩୫ ଟଙ୍କା ରହିଛି। ତେବେ ଚିଙ୍ଗୁଡ଼ି, ମାଛ, ଚିକେନ, ଅଣ୍ଡା ଆଚାର ସବୁବେଳେ ଉପଲବ୍ଧ ହେଉଥିବାବେଳେ ଗ୍ରାହକ ବରାଦ ଦେଲେ ହିଁ ସେ ମଟନ ଓ କଙ୍କଡ଼ା ଆଚାର ତିଆରି କରିଥାନ୍ତି। ପାଟିକୁ ଅତି ସୁଆଦିଆ ଲାଗୁଥିବା ଏହି ଆଚାର ପ୍ରାୟ ସପ୍ତାହ ଯାଏ ରଖିହେବ। ହାତଢ଼ିଙ୍କି ସାହାଯ୍ୟରେ ପ୍ରସ୍ତୁତ ମସଲା ଓ ସୋରିଷ ତେଲ ବ୍ୟବହାର କରି ସେ ଏହି ଆଚାର ପ୍ରସ୍ତୁତ କରୁଛନ୍ତି।
ସେହିଭଳି ଏନ୍‌. ମୁନିଙ୍କ ଭେଜ୍‌ ଆଚାରର ମଧ୍ୟ ଚାହିଦା କିଛି କମ୍‌ ନୁହେଁ। କଲରା, ସଜନାଛୁଇଁ, ବରକୋଳି, ଶାଗ, ଟମାଟୋ, ନବରତ୍ନ, ବନ୍ଧାକୋବି, ଫୁଲକୋବି, ଅଦା, ଅଁଳା, ରସୁଣ, ଲଙ୍କା, ପଣସ, ଖଟା ପାଳଙ୍ଗ, ବାଇଗଣ, ଶିମ୍ବ, ଆମ୍ବ ଆଦି ବ୍ୟବହାର କରି ସେ ଖଟାମିଠା ଆଚାର ପ୍ରସ୍ତୁତ କରନ୍ତି। ଅନ୍ୟାନ୍ୟ ମସଲା ସହ ଲେମ୍ବୁ ଓ ବାଦାମ ତେଲର ପାଗରେ ହିଁ ଆଚାର ସଂରକ୍ଷିତ ରହିଥାଏ। ଏହି ଭେଜ୍‌ ଆଚାରଗୁଡ଼ିକ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଖାଦ୍ୟ ଭାବେ ବ୍ୟବହାର କରିହେବ। ଏଥିପାଇଁ କୌଣସି କେମିକାଲ ବ୍ୟବହାର କରୁ ନ ଥିବା ଏନ୍‌. ମୁନି କହିଛନ୍ତି।
ଆଇଗିଣିଆ କସ୍‌ମୋପଲିସ୍‌ ନିକଟରେ ଗତ କିଛିଦିନ ତଳେ ଖୋଲିଥିବା ଭେଣ୍ଡିଂ ଜୋନ୍‌ରେ ସେ ଦୋକାନ ଖୋଲି ଏସବୁ ଆଚାର ବିକ୍ରି କରୁଛନ୍ତି। ମା’ ବୈଷ୍ଣବୀ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ସେ ଏହି ଦୋକାନ ପାଇଛନ୍ତି। ସ୍ବାମୀ ଏନ୍‌. କାଳିଦାସ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏକ ପାନଦୋକାନ ଦେଇଥିବାବେଳେ ଆଚାର ପ୍ରସ୍ତୁତିରେ ମଧ୍ୟ ସହଯୋଗ କରନ୍ତି। ବିବାହ ପରେ ଆନ୍ଧ୍ରପ୍ରଦେଶରେ ରହିବା ସମୟରେ ସେ ଏହିସବୁ ଆଚାର କରିବା ଶିଖିଥିଲେ। ଭୁବନେଶ୍ୱରକୁ ଆସିବା ପରେ ସେ କେବଳ ଭେଜ୍‌ ଆଚାର ପ୍ରସ୍ତୁତ କରୁଥିଲେ। ପରେ ବାହାରୁ ଆସି ହଷ୍ଟେଲରେ ରହୁଥିବା ପିଲାଙ୍କ ପାଇଁ ସେ ଏହି ନନଭେଜ୍‌ ଆଚାର କରିବା ଆରମ୍ଭ କରିଥିଲେ। ତେବେ ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ସେ ଏହି ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ମନ ବଳାଇଛନ୍ତି। ବିଭିନ୍ନ ମେଳା ମହୋତ୍ସବରେ ସେ ଆଚାର ଷ୍ଟଲ୍‌ ଲଗାଇ ଭଲ ରୋଜଗାର କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri