ଚାଇନାରେ ଛୋଟ ପିଲାଙ୍କୁ ସିଝା ଅଣ୍ଡାରେ କରାଯାଏ…

 

ଜେଜେମା’ମାନେ ଶିଶୁଙ୍କୁ ତେଲ ମାଲିସ୍‌ କରୁଥିବା ଆମେ କାହିଁ କେବେଠାରୁ ଦେଖିଆସିଛୁ। ଏହାଦ୍ୱାରା ଶିଶୁଙ୍କ ମାଂସପେଶୀ ଓ ହାଡ ଶକ୍ତ ହୁଏ ବୋଲି ବିଶ୍ୱାସ ରହିଛି। ଯଦିଓ ଆଜିକାଲି ଡାକ୍ତର ଏହା କରିବାକୁ ମନା କରୁଛନ୍ତି। ତଥାପି ଆଜି ବି ଅନେକ ଘରେ ଜେଜେମା’ମାନେ ନାତି ନାତୁଣୀଙ୍କୁ ଭଲଭାବେ ତେଲରେ ମାଲିସ୍‌ କରିଥାନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଚାଇନାରେ ଏକ ଅଜବ ପ୍ରକାରର ମାଲିସ୍‌ ବା ମସାଜ୍‌ କରାଯାଉଛି। ସେ ହେଉଛି ଅଣ୍ଡା ମାଲିସ୍‌। ଅର୍ଥାତ୍‌ ଚାଇନାରେ ଛୋଟ ପିଲାଙ୍କୁ ସିଝା ଅଣ୍ଡାରେ ମାଲିସ୍‌ କରାଯାଏ। ସେ ପୁଣି ପିଲାଙ୍କର ଚୁଟି କଟା ହେବାପରେ ମୁଣ୍ଡକୁ ମାଲିସ୍‌ କରାଯାଏ। ଚାଇନାର ଦ୍ୱିତୀୟ ଚାନ୍ଦମାସର ଦ୍ୱିତୀୟ ଦିନରେ ଯଦି ପିଲାଙ୍କର କେଶ କଟା ଯାଇଥାଏ, ତେବେ ପିଲାଙ୍କର ମୁଣ୍ଡକୁ ସିଝା ଅଣ୍ଡାରେ ମାଲିସ୍‌ କରିବାର ପ୍ରଥା ରହିଛି। ଏହାର କାରଣ କ’ଣ ଜଣା ନାହିଁ, କିନ୍ତୁ ଏହି ପ୍ରଥା କାହିଁ କେବେଠୁ ଚାଲି ଆସୁଛି।