Posted inଜାତୀୟ

ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବ, ହାଇକୋର୍ଟରେ ଆବେଦନ ଦାଖଲ…

ଆଗ୍ରା, ୮।୫ : ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବ। ଏଠାରେ ହିନ୍ଦୁ ଦେବୀଦେବତାଙ୍କର ମୂର୍ତ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ତାଜମହଲର ୨୨ ଟି ତାଲା ପଡିଥିବା କୋଠରୀକୁ ଯାଞ୍ଚ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ଆବେଦନ କରାଯାଇଛି। ଏକ ଅନୁସନ୍ଧାନ କମିଟ ଗଠନ ଏବଂ ଏଏସ୍‌ଆଇ ଦ୍ୱାରା ଏହାର ଯାଞ୍ଚ୍‌ କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି।

ଆବେଦନରେ କୁହାଯାଇଛି ଯେ ହିନ୍ଦୁ ଦେବୀଦେବତା ମୂର୍ତ୍ତିଗୁଡ଼ିକୁ ବନ୍ଦ କୋଠରୀରେ ରଖାଯାଇଛି। କେତେକ ଐତିହାସିକ ଏବଂ ହିନ୍ଦୁ ସଂଗଠନ ଦ୍ୱାରା ତାଜମହଲ ଏକ ପୁରାତନ ଶିବ ମନ୍ଦିର ବୋଲି ଦାବି କରାଯାଇଥିଲା।
ଏହି ଆବେଦନରେ ଦର୍ଶାଯାଇଛି ଯେ କେତେକ ହିନ୍ଦୁ ସଂଗଠନ ଏବଂ ବିଶିଷ୍ଟ ସାଧୁମାନେ ଏହି ସ୍ମାରକୀକୁ ବିଭିନ୍ନ ଐତିହାସିକ ତଥା ତଥ୍ୟ ଦ୍ୱାରା ସମର୍ଥିତ ଏକ ପୁରାତନ ଶିବ ମନ୍ଦିର ବୋଲି ଦାବି କରୁଛନ୍ତି।

ଚାରି ମହଲା କୋଠାର ଉପର ଏବଂ ତଳ ଅଂଶରେ ପ୍ରାୟ ୨୨ କୋଠରୀ ସବୁଦିନ ପାଇଁ ବନ୍ଦ ହୋଇ ରହିଛି ବୋଲି ଆବେଦନରେ ଦର୍ଶାଯାଇଛି। ପିଏନ ଓକଙ୍କ ପରି ଐତିହାସିକମାନେ ଏବଂ ହିନ୍ଦୁ ଉପାସକ ବିଶ୍ୱାସ କରନ୍ତି ଯେ ସେସବୁ ବନ୍ଦ କୋଠରୀରେ ଭଗବାନ ଶିବଙ୍କର ମନ୍ଦିର ଅଛି ।

ହିନ୍ଦୁ ଧର୍ମ ସଂଗଠନଗୁଡ଼ିକ ଦୀର୍ଘ ଦିନ ଧରି ତାଜମହଲକୁ ତେଜୋ ମହଲ ବୋଲି ଦାବି କରିଆସୁଛନ୍ତି। ଶ୍ରାବଣ ମାସରେ ତାଜମହଲରେ ପ୍ରଭୁ ଶିବଙ୍କ ପୂଜା କରିବା ପାଇଁ କେତେକ ହିନ୍ଦୁ ସଂଗଠନଙ୍କ ଦ୍ୱାରା ମଧ୍ୟ ଉଦ୍ୟମ କରାଯାଇଛି। ଜଗତଗୁରୁ ପରମହଂସାଚାର୍ଯ୍ୟ ମଧ୍ୟ ତାଜମହଲରେ ଶିବଙ୍କୁ ପୂଜା କରିବାକୁ ଜିଦ ଧରିଥିଲେ। ତାଙ୍କ ପ୍ରବେଶକଚ ନେଇ ଅନେକ ବିବାଦ ମଧ୍ୟ ହୋଇଥିଲା।

ପୋଲିସ ସେମାନଙ୍କୁ ତାଜମହଲରେ ପ୍ରବେଶ କରିବା ନେଇ ଅଟକାଇଥିଲା। ତାଙ୍କୁ କିଠମର ଗେଷ୍ଟ ହାଉସରେ ନଜରବନ୍ଦ ରଖାଯାଇଥିଲା। ପରେ ତାଙ୍କୁ ପୋଲିସ ହେପାଜତରେ ଅଯୋଧ୍ୟାକୁ ପଠାଯାଇଥିଲା। ଏହା ପରେ ଜଗତଗୁରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ବିଷୟରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

୩୧ରେ ସରିଯିବ ଧାନ ସଂଗ୍ରହ ପ୍ରକ୍ରିୟା, ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ

ବରଗଡ଼,୩୦।୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉମାତ୍ର ୨ଦିନ ବାକି। ଆସନ୍ତା ୩୧ତାରିଖରେ ଏହି ପ୍ରକ୍ରିୟା ଶେଷ ହୋଇଯିବ। ଅନ୍ୟପଟେ ଏବେ ମଧ୍ୟ ବରଗଡ଼…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି ବୟାନ ଦେଲେ ଯୁବରାଜ ସିଂହ, ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୩୦।୩: IPL 2026 ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଧମାକାଦାର ଇନିଂସ ଖେଳି ରୋହିତ ଶର୍ମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୋହିତଙ୍କ…

ଯୁଦ୍ଧ ନୁହେଁ ମହାଯୁଦ୍ଧର ପ୍ରସ୍ତୁତି, ଆମେରିକା କରୁଛି ଏହି ବଡ଼ ଯୋଜନା

ଓ୍ବାଶିଂଟନ,୩୦।୩:ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବାର ୩୧ଦିନ ବିତିଗଲାଣି, ତଥାପି ଏହାର ଗତିପଥ ଅନିର୍ଦ୍ଦିଷ୍ଟ ରହିଛି । ଏହି ସମୟରେ, ଇରାନ ଉପରେ ଆମେରିକାର ସମ୍ଭାବ୍ୟ ସ୍ଥଳ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri