Posted inଫୁରସତ

ଏମିତି ଜୀବ, ଯାହା ନିଃଶ୍ୱାସ ନ ନେଇ ବଞ୍ଚିଥାଏ

ଦୁନିଆରେ ଏପରି ଅନେକ ଜୀବ ଅଛନ୍ତି, ଯାହା ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛନ୍ତି। ଆଜି ଏମିତି ଏକ ଜୀବ ବିଷୟରେ କହିବୁ ଯାହା ନିଃଶ୍ୱାସ ନ ନେଇ ବଞ୍ଚିପାରେ। ବୈଜ୍ଞାନିକମାନେ କିଛି ବର୍ଷ ପୂର୍ବରୁ ଏହି ରହସ୍ୟମୟ ଜୀବ (ପରଜୀବୀ) ଆବିଷ୍କାର କରିଥିଲେ। ଯାହା ନିଃଶ୍ୱାସ ନ ନେଇ ପୃଥିବୀରେ ବଞ୍ଚି ରହିଥାଏ। ଏହା ବିଶ୍ୱର ପ୍ରଥମ ଜୀବ ଯାହା ଏହି ଅନନ୍ୟ ଗୁଣର ଅଧିକାରୀ।

ଏହି ଜୀବ ଜେଲିଫିସ୍‌ ପରି ଏବଂ ଏକ ବହୁକୋଷୀୟ ପରଜୀବୀ। ଏହାର ମାଇଟୋକଣ୍ଡ୍ରିଆଲ ଜିନୋମ ନାହିଁ। ଯେକୌଣସି ଜୀବ ନିଃଶ୍ୱାସ ନେବା ପାଇଁ ମାଇଟୋକଣ୍ଡ୍ରିଆଲ ଜିନୋମ ଅତ୍ୟାବଶ୍ୟକ। ଏହି କାରଣରୁ ଏହି ପରଜୀବୀଙ୍କୁ ବଞ୍ଚିବା ପାଇଁ ଅମ୍ଳଜାନ ଆବଶ୍ୟକ ନାହିଁ। ଇସ୍ରାଏଲର ତେଲ ଅଭିଭ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଏକ ଦଳ ୨୦୨୦ରେ ଏହି ଆଶ୍ଚର୍ଯ୍ୟଜନକ ଏବଂ ରହସ୍ୟମୟ ପରଜୀବୀ ଆବିଷ୍କାର କରିଥିଲେ।

ଗବେଷକଙ୍କ ଅନୁସାରେ, ଏହି ପରଜୀବୀ ମାଛରୁ ଶକ୍ତି ପାଏ, କିନ୍ତୁ ସେମାନଙ୍କୁ କୌଣସି ପ୍ରକାରର କ୍ଷତି କରେ ନାହିଁ। ଉଲ୍ଲେଖନୀୟ କଥା ହେଉଛି ଏହି ପରଜୀବୀ ଦ୍ୱାରା ମାଛ ମଧ୍ୟ କ୍ଷତିଗ୍ରସ୍ତ ହୁଏ ନାହିଁ। ଏହି ପରଜୀବୀ ସାଲମନ ମାଛରେ ମିଳିଥାଏ ଏବଂ ଯେପର୍ଯ୍ୟନ୍ତ ମାଛ ବଞ୍ଚିଥାଏ ସେପର୍ଯ୍ୟନ୍ତ ଜୀବିତ ରହିଥାଏ।

ଏହି ଜୀବର ବୈଜ୍ଞାନିକ ନାମ ହେନିଗୁଇଆ ସାଲମୋନିକୋଲା। ଗବେଷଣାର ମୁଖ୍ୟ ଡାଏନା ୟାହଲୋମି କହିଛନ୍ତି, ଏହି ଜୀବ ମଣିଷ କିମ୍ବା ଅନ୍ୟ ଜୀବମାନଙ୍କ ପାଇଁ ସମ୍ପୂର୍ଣ୍ଣ କ୍ଷତିକାରକ ନୁହେଁ। ତଥାପି ଏହା ଏକ ରହସ୍ୟ ହୋଇ ରହିଛି ଯେ, ଅମ୍ଳଜାନ ବିନା ବଞ୍ଚି ରହିବାକୁ ସକ୍ଷମ ଏପରି ଏକ ଜୀବ ପୃଥିବୀରେ କିପରି ବିକଶିତ ହୋଇଥିଲା।

ଗବେଷଣା ସମୟରେ ବୈଜ୍ଞାନିକମାନେ ଫ୍ଲୋରୋସେନ୍ସ ମାଇକ୍ରୋସ୍କୋପ ତଳେ ଏହି ପରଜୀବୀକୁ ପରୀକ୍ଷା କରିଥିଲେ ଏବଂ ସେମାନେ ମାଇଟୋକଣ୍ଡ୍ରିଆଲ ଡିଏନଏ ଦେଖିପାରିଲେ ନାହିଁ। ଏହା ସ୍ପଷ୍ଟ କରିଥିଲା ଯେ, ଏହା ବିଶ୍ୱର ପ୍ରଥମ ଜୀବ ଯାହାକୁ ବଞ୍ଚିବା ପାଇଁ ଶ୍ୱାସକ୍ରିୟା ଆବଶ୍ୟକ ନାହିଁ।

୨୦୧୦ରେ ଇଟାଲୀୟ ଗବେଷକମାନେ ସମାନ ଜୀବ ଆବିଷ୍କାର କରିଥିଲେ, ଯାହାର ସ୍ପଷ୍ଟ ଭାବରେ ମାଇଟୋକଣ୍ଡ୍ରିଆଲ ଡିଏନ୍‌ଏ ଅଭାବ ଥିଲା। ଏହାର ଶକ୍ତିର ଉତ୍ସ ହାଇଡ୍ରୋଜେନ ସଲଫାଇଡ ଥିଲା। କିନ୍ତୁ ଏହି ନୂତନ ଆବିଷ୍କୃତ ଜୀବକୁ ହାଇଡ୍ରୋଜେନ ସଲଫାଇଡ୍‌ ମଧ୍ୟ ଆବଶ୍ୟକ ନାହିଁ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?