ମାଇକୋପ୍ଲାଜମା ଜେନିଟାଲିୟମ ସୁପରବଗ୍‌ ଜାଲରେ ପୃଥିବୀ, ଅଧାରୁ ଅଧିକ ଜନସଂଖ୍ୟା ହରାଉଛନ୍ତି ପ୍ରଜନନ କ୍ଷମତା…

ନୂଆଦିଲ୍ଲୀ,୧୨।୧୦ : ସୁପରବଗ ଯଥା ବ୍ୟାକ୍ଟେରିଆର ଏକ ରୂପ, ଯାହା ବେଳେବେଳେ ଏତେ ବିପଜ୍ଜନକ ହୋଇଯାଇଥାଏ ଯେ ଏହା ମନୁଷ୍ୟର ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ। ଏପରି ଏକ ସୁପରବଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯେଉଁଥିପାଇଁ ଅନେକ ବୈଜ୍ଞାନିକ ଚିନ୍ତିତ ଅଛନ୍ତି । ଏହି ସୁପରବଗ ର ନାମ ହେଉଛି ମାଇକୋପ୍ଲାଜମା ଜେନିଟାଲିୟମ। ଏହି ସୁପରବଗ ଯୋଗୁଁ ପୃଥିବୀର ଅଧାରୁ ଅଧିକ ଜନସଂଖ୍ୟା ପ୍ରଜନନ କ୍ଷମତା ହରାଉଛନ୍ତି । ସୁପରବଗ ପାଇଁ ଏପର୍ଯ୍ୟନ୍ତ କୌଣସି ଆଣ୍ଟିବାୟୋଟିକ ମିଳିନାହିଁ। ମାଇକୋପ୍ଲାଜମା ଜେନିଟାଲିୟମ ବିଷୟରେ ବିଶେଷଜ୍ଞମାନେ କୁହନ୍ତି ଯେ ଏହା ପ୍ରଥମେ ୧୯୮୦ ମସିହାରେ ଦେଖା ଦେଇଥିଲା। ଏହି ବ୍ୟାକ୍ଟେରିଆ ଲଣ୍ଡନରେ ଆବିଷ୍କୃତ ହୋଇଥିବାବେଳେ ୨୦୧୯ରେ ପ୍ରଥମ ଥର ପାଇଁ ଏହି ରୋଗ ଚିହ୍ନଟ ପାଇଁ ଆମେରିକାରେ ପରୀକ୍ଷା କରାଯାଇଥିଲା।

ଏହି ବ୍ୟାକ୍ଟେରିଆର ପ୍ରଭାବ ସାଂଘାତିକ ଏବଂ ଏହା ବିରୋଧରେ ବ୍ୟବହାର କରାଯାଉଥିବା ଔଷଧ ପ୍ରଭାବହୀନ ବୋଲି ପ୍ରମାଣିତ ହେଉଛି। ଏହା ଏକ ଯୌନ ସଂକ୍ରମଣ ସମସ୍ୟା ବୋଲି ଚିହ୍ନଟ କରାଯାଇଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ବ୍ୟାକ୍ଟେରିଆ ସଂକ୍ରମଣ ରୋକିବା ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। ଉପଲବ୍ଧ ବିକଳ୍ପ ଗର୍ଭବତୀ ମହିଳାମାନଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ। ଏହି କାରଣରୁ ସଂକ୍ରମିତ ବ୍ୟକ୍ତି ପ୍ରଜନନ କ୍ଷମତା ହରାଇ ବସିବା ସହିତ ମହିଳାଙ୍କ କ୍ଷେତ୍ରରେ ଗର୍ଭାଶୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ।

ଏହି ଯୌନ ସଂକ୍ରମିତ ସମସ୍ୟାର ସବୁଠାରୁ ବିପଜ୍ଜନକ ବିଷୟ ହେଉଛି ଏହାର ଲକ୍ଷଣ ବର୍ଷ ବର୍ଷ ଧରି ମଧ୍ୟ ଚିହ୍ନଟ ହୋଇ ପାରି ନଥାଏ। ଅନ୍ୟାନ୍ୟ ଯୌନ ସଂକ୍ରମଣ ସମସ୍ୟା ପରି, ଏହାର କୌଣସି ଲକ୍ଷଣ ପ୍ରକାଶ ପାଇ ନଥାଏ। ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ସଂକ୍ରମଣ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ଯୌନ ସମ୍ପର୍କ ଦ୍ୱାରା ବ୍ୟାପିଥାଏ। ଫଳରେ ଜନ୍ମିତ ଶିଶୁ ମଧ୍ୟ ଏହା ଦ୍ୱାରା ସଂକ୍ରମିତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri