ମାଇକୋପ୍ଲାଜମା ଜେନିଟାଲିୟମ ସୁପରବଗ୍‌ ଜାଲରେ ପୃଥିବୀ, ଅଧାରୁ ଅଧିକ ଜନସଂଖ୍ୟା ହରାଉଛନ୍ତି ପ୍ରଜନନ କ୍ଷମତା…

ନୂଆଦିଲ୍ଲୀ,୧୨।୧୦ : ସୁପରବଗ ଯଥା ବ୍ୟାକ୍ଟେରିଆର ଏକ ରୂପ, ଯାହା ବେଳେବେଳେ ଏତେ ବିପଜ୍ଜନକ ହୋଇଯାଇଥାଏ ଯେ ଏହା ମନୁଷ୍ୟର ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ। ଏପରି ଏକ ସୁପରବଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯେଉଁଥିପାଇଁ ଅନେକ ବୈଜ୍ଞାନିକ ଚିନ୍ତିତ ଅଛନ୍ତି । ଏହି ସୁପରବଗ ର ନାମ ହେଉଛି ମାଇକୋପ୍ଲାଜମା ଜେନିଟାଲିୟମ। ଏହି ସୁପରବଗ ଯୋଗୁଁ ପୃଥିବୀର ଅଧାରୁ ଅଧିକ ଜନସଂଖ୍ୟା ପ୍ରଜନନ କ୍ଷମତା ହରାଉଛନ୍ତି । ସୁପରବଗ ପାଇଁ ଏପର୍ଯ୍ୟନ୍ତ କୌଣସି ଆଣ୍ଟିବାୟୋଟିକ ମିଳିନାହିଁ। ମାଇକୋପ୍ଲାଜମା ଜେନିଟାଲିୟମ ବିଷୟରେ ବିଶେଷଜ୍ଞମାନେ କୁହନ୍ତି ଯେ ଏହା ପ୍ରଥମେ ୧୯୮୦ ମସିହାରେ ଦେଖା ଦେଇଥିଲା। ଏହି ବ୍ୟାକ୍ଟେରିଆ ଲଣ୍ଡନରେ ଆବିଷ୍କୃତ ହୋଇଥିବାବେଳେ ୨୦୧୯ରେ ପ୍ରଥମ ଥର ପାଇଁ ଏହି ରୋଗ ଚିହ୍ନଟ ପାଇଁ ଆମେରିକାରେ ପରୀକ୍ଷା କରାଯାଇଥିଲା।

ଏହି ବ୍ୟାକ୍ଟେରିଆର ପ୍ରଭାବ ସାଂଘାତିକ ଏବଂ ଏହା ବିରୋଧରେ ବ୍ୟବହାର କରାଯାଉଥିବା ଔଷଧ ପ୍ରଭାବହୀନ ବୋଲି ପ୍ରମାଣିତ ହେଉଛି। ଏହା ଏକ ଯୌନ ସଂକ୍ରମଣ ସମସ୍ୟା ବୋଲି ଚିହ୍ନଟ କରାଯାଇଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ବ୍ୟାକ୍ଟେରିଆ ସଂକ୍ରମଣ ରୋକିବା ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। ଉପଲବ୍ଧ ବିକଳ୍ପ ଗର୍ଭବତୀ ମହିଳାମାନଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ। ଏହି କାରଣରୁ ସଂକ୍ରମିତ ବ୍ୟକ୍ତି ପ୍ରଜନନ କ୍ଷମତା ହରାଇ ବସିବା ସହିତ ମହିଳାଙ୍କ କ୍ଷେତ୍ରରେ ଗର୍ଭାଶୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ।

ଏହି ଯୌନ ସଂକ୍ରମିତ ସମସ୍ୟାର ସବୁଠାରୁ ବିପଜ୍ଜନକ ବିଷୟ ହେଉଛି ଏହାର ଲକ୍ଷଣ ବର୍ଷ ବର୍ଷ ଧରି ମଧ୍ୟ ଚିହ୍ନଟ ହୋଇ ପାରି ନଥାଏ। ଅନ୍ୟାନ୍ୟ ଯୌନ ସଂକ୍ରମଣ ସମସ୍ୟା ପରି, ଏହାର କୌଣସି ଲକ୍ଷଣ ପ୍ରକାଶ ପାଇ ନଥାଏ। ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ସଂକ୍ରମଣ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ଯୌନ ସମ୍ପର୍କ ଦ୍ୱାରା ବ୍ୟାପିଥାଏ। ଫଳରେ ଜନ୍ମିତ ଶିଶୁ ମଧ୍ୟ ଏହା ଦ୍ୱାରା ସଂକ୍ରମିତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ପାକିସ୍ତାନ ମାଧ୍ୟମରେ ଇରାନକୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ରାଗିଗଲା ତେହେରାନ, ଦେଲା ଏମିତି ଜବାବ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଇରାନ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି , ତେହେରାନକୁ ଦିଆଯାଇଥିବା…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ଯୁଦ୍ଧ ଭିତରେ ବମ୍ଫର ରୋଜଗାର କଲା ଇରାନ, ତେଲ ବିକ୍ରି କରି ହେଲା ମାଲାମାଲ, ଜାଣିଲେ ଟ୍ରମ୍ପଙ୍କ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୩୦।୩: ଇରାନ ସହିତ ଯୁଦ୍ଧ ଏବେ ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇଛି। ତେଲ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥଳ ଏବଂ ଆକାଶ ଆକ୍ରମଣ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri