ରୁଷିଆ ବିମାନ-ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି ମ୍ୟାନମାର ସାମରିକ ଶାସକ…

ନାପିଦ୍ୱ/ମସ୍କୋ,୨୪।୧ : ମ୍ୟାନମାରର ସାମରିକ ଶାସକ ବିରୋଧୀଙ୍କ ବିରୋଧରେ ଜାରି ରଖିଥିବା ଗୃହଯୁଦ୍ଧରେ ରୁଷିଆର ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଛନ୍ତି। ଏଭଳି ଅସ୍ତ୍ରଶସ୍ତ୍ର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦେଶର ଅନେକ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ସାମରିକ ଶାସକଙ୍କର ଏହି ଆକ୍ରମଣର ଶିକାର ହେଉଛନ୍ତି।

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମ୍ୟାନମାରର ବାୟୁସେନା ଗତ କିଛି ମାସ ମଧ୍ୟରେ ରୁଷିଆରେରେ ନିର୍ମିତ ୟାକ -୧୩୦ ବିମାନ ଏବଂ ଏମଆଇ-୩୫ ହେଲିକପ୍ଟର ବ୍ୟବହାର କରିଛି। ଏହା ମାଧ୍ୟମରେ ସରକାରୀ ବିରୋଧୀ ଗୋଷ୍ଠୀର ପ୍ରଭାବରେ ଥିବା ଅଞ୍ଚଳଗୁଡିକ ଉପରେ ବୋମା ମାଡ଼ କରାଯାଇଛି, ଯେଉଁ କାରଣରୁ ଅନେକ ସାଧାରଣ ନାଗରିକଙ୍କ ବସତି ମଧ୍ୟ ଏହାର ଶିକାର ହୋଇଛି।

ମାନବ ଅଧିକାର ସଂଗଠନ ଅଭିଯୋଗ କରିଛନ୍ତି ଯେ ଜୁଣ୍ଟା ସାଧାରଣ ନାଗରିକ ବସ୍ତିବାସିନ୍ଦାଙ୍କୁ ଟାର୍ଗେଟ କରି ଯୁଦ୍ଧ ଅପରାଧ କରୁଛି। ଏହି ସଂଗଠନଗୁଡିକ ଅଭିଯୋଗ କରିଛନ୍ତି ଯେ ଏହି ଅପରାଧରେ ରୁଷିଆ ମ୍ୟାନମାରର ସହଯୋଗୀ ପାଲଟିଛି। ମ୍ୟାନମାରରେ ଅତି କମରେ ୨୦ ୟାକ -୧୩୦ ଯୁଦ୍ଧ ବିମାନ ଅଛି ବୋଲି କୁହାଯାଉଛି। ଯଦିଓ ଏହି ଦୁଇ ଆସନ ବିଶିଷ୍ଟ ବିମାନ ପାଇଲଟଙ୍କ ତାଲିମ ପାଇଁ ପ୍ରସ୍ତୁତ କରାଯାଇଛି, କିନ୍ତୁ ମ୍ୟାନମାରର ଗୃହଯୁଦ୍ଧରେ ଏଗୁଡିକର ବ୍ୟବହାର କ୍ରମାଗତ ଭାବେ ବୃଦ୍ଧି ପାଉଛି।

ଗତ ଅକ୍ଟୋବରରେ, ଆମେରିକୀୟ ଥିଙ୍କ ଟ୍ୟାଙ୍କ ଜେନ୍ସ ଇନଫରମେଶନ ଗ୍ରୁପ୍‌ ରିପୋର୍ଟ କରିଥିଲା ଯେ ମ୍ୟାନମାରରେ ରୁଷିଆର ହେଲିକପ୍ଟର ବ୍ୟବହାର ବଢ଼ିବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତର ସଗୈନ ଅଞ୍ଚଳରେ ରୁଷିଆରେ ନିର୍ମିତ କେମୋଭ କେଏ-୨୯ ଟିବି ହେଲିକପ୍ଟର ସାମରିକ ଶାସକଙ୍କ ଦ୍ୱାରା ବ୍ୟବହୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ବିବାହ ଏକ ସାମାଜିକ କର୍ତ୍ତବ୍ୟ, କେବଳ ଶାରୀରିକ ସମ୍ପର୍କ ନୁହେଁ: ମୋହନ ଭାଗବତ

ନାଗପୁର,୮।୨: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ରବିବାର ଦେଶର ଜନସଂଖ୍ୟା, ଅର୍ଥନୀତି ଏବଂ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri