ମୋ ପୁଅ ପ୍ରଥମଥର ପ୍ରେମରେ ପଡ଼ିଥିଲା, କିନ୍ତୁ ସେ ଝିଅ…ମୁହଁ ଖୋଲିଲେ KIIT ମୃତ ଛାତ୍ରଙ୍କ ମା’

ଭୁବନେଶ୍ୱର,୨।୧୨: କିଟ୍‌ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। କ୍ୟାମ୍ପସ-୧୦ କେପି ୭ ଏବି ହଷ୍ଟେଲ ରୁମ୍‌ରୁ ଛାତ୍ରଙ୍କ ମୃତଦେହ ଜବତ କରାଯାଇଛି। ମୃତ ଛାତ୍ର ହେଲେ ଛତିଶଗଡ଼ ରାୟପୁରର ରାହୁଲ ଯାଦବ। ସେ କିଟ୍‌ରେ କମ୍ପ୍ୟୁଟର ସାଇନ୍ସ ପ୍ରଥମ ବର୍ଷର ଛାତ୍ର ଥିଲେ। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ସୋମବାର ଅପରାହ୍ନରେ ପରିବାର ଲୋକେ ପହଞ୍ଚତ୍ବା ପରେ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ସାଇଣ୍ଟିଫିକ ଟିମ୍‌, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଡିସିପି ଜଗମୋହନ ମୀନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ରାହୁଲ୍‌ ଆତ୍ମହତ୍ୟା କରିଥିବା ହଷ୍ଟେଲକୁ ଯାଇ ଯାଞ୍ଚ କରିଥିଲେ। ଏପରିକି ହଷ୍ଟେଲରୁ ରାହୁଲଙ୍କ ଏକ ମୋବାଇଲ୍‌ ଫୋନ୍‌ ଏବଂ ଲାପ୍‌ଟପ ଜବତ କରି ପୋଲିସ ତଦନ୍ତ କରୁଛି। ଅପରପକ୍ଷରେ ପୁଅର ମୃତ୍ୟୁ ପାଇଁ ପରିବାର ଲୋକେ ଜଣେ ଯୁବତୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଛନ୍ତି।

ରାହୁଲଙ୍କ ମୃତ୍ୟୁକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି ଯେ, ରବିବାର ରାତି ପ୍ରାୟ ୧୦:୪୫ ସମୟରେ ଇନ୍‌ଫୋସିଟି ଥାନାକୁ ସୂଚନା ମିଳିବା ପରେ ଘଟଣାସ୍ଥଳକୁ ପୋଲିସ ଯାଇଥିଲା। ପୋଲିସ ଅଧିକାରୀ ଭିତରପଟୁ ବନ୍ଦ ଥିବା କବାଟର ଲକ୍‌ ଭାଙ୍ଗି ଖୋଲିଥିଲେ। ଘର ଭିତରେ ଫ୍ୟାନ୍‌ରେ ଝୁଲୁଥିବା ମୃତଦେହକୁଜବତ କରାଯାଇ ନିକଟ ଘରୋଇ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲର ଏମ୍‌ଏଲ୍‌ସି ଆଧାରରେ ପୋଲିସ ଏକ ଅପମୃତ୍ୟୁ ମାମଲା କରିଥିଲା। ହଷ୍ଟେଲରେ ରହୁଥିବା ସାଙ୍ଗସାଥୀ, ରାହୁଲଙ୍କ ମା’ ନିର୍ମଳା ଯାଦବଙ୍କ ବୟାନ ଏବଂ ସୋସିଆଲ ମିଡିଆ ଆଧାରରେ ପୋଲିସ ତଦନ୍ତ କରୁଛି। ନିର୍ମଳାଙ୍କ ସୂଚନା ଆଧାରରେ ଛତିଶଗଡ଼ର ଜଣେ ଯୁବତୀଙ୍କ ସହିତ ରାହୁଲଙ୍କ ପ୍ରେମସମ୍ପର୍କ ରହିଥିଲା। ସେ ଯୁବତୀ ବର୍ତ୍ତମାନ ମହାରାଷ୍ଟ୍ରରେ ପାଠ ପଢ଼ୁଛନ୍ତି। ହେଲେ ଯୁବତୀଙ୍କ ମା’ବାପା ଏବଂ ଭାଇ ରାହୁଲଙ୍କୁ ଧମକ ଦେବା ସହ ନିର୍ଯାତନା ଦେଉଥିଲେ, ଯେଉଁଥିପାଇଁ ରାହୁଲ ମାନସିକ ଚାପରେ ଆସି ଆମତ୍ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା କହିଛି। ରାହୁଲଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ଉକ୍ତ ଯୁବତୀଙ୍କ ଭାଇ, ବାପା ଏବଂ ମା’ଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ଅନ୍ୟପଟରେ ନିର୍ମଳା କହିଛନ୍ତି ଯେ, ମୋ ପୁଅ ପ୍ରଥମ ଥର ପ୍ରେମରେ ପଡ଼ିଥିଲା, ହେଲେ ସେ ଝିଅ ମୋ ପୁଅ ବ୍ୟତୀତ ପ୍ରାୟ ୪ ଜଣ ଅନ୍ୟ ଯୁବକଙ୍କ ସହ ସମ୍ପର୍କରେ ଥିଲା। ଆଉ ମୋ ପୁଅକୁ ମାନସିକ ନିର୍ଯାତନା ଦେଉଥିଲେ। ଅନେକ ସମୟରେ ତାଙ୍କ ପୁଅକୁ ଉକ୍ତ ଯୁବତୀଙ୍କ ଘର ଲୋକଙ୍କ ପକ୍ଷରୁ ଧମକ ଦିଆଯାଉଥିଲା। କିଛିଦିନ ହେବ ତାଙ୍କ ପୁଅ ମାନସିକ ଚାପରେ ରହୁଥିଲେ। ପୁଅ ଉପରେ ନଜର ରଖିବାକୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସେ କହିଥିଲେ। ହେଲେ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥିଲେ, ଯେଉଁଥିପାଇଁ ତାଙ୍କ ପୁଅ ଆତ୍ମହତ୍ୟା କରିବାକୁ ସୁଯୋଗ ପାଇଲା ବୋଲି ନିର୍ମଳା କହିଛନ୍ତି। ଏହି ଆତ୍ମହତ୍ୟା ଘଟଣାକୁ ନେଇ କିଟ୍‌ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ପ୍ରେସ୍‌ ରିଲିଜ୍‌ ଜରିଆରେ ଲୋକ ସମ୍ପର୍କ ନିର୍ଦ୍ଦେଶିକା ଶ୍ରଦ୍ଧାଞ୍ଜଳି ନାୟକ କହିଛନ୍ତି, ଘଟଣା ସମ୍ପର୍କରେ ପୋଲିସକୁ ଜଣାଇ ଦିଆଯାଇଛି। ପୋଲିସ ତାହାର ତଦନ୍ତ କରୁଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୦ମାସ ମଧ୍ୟରେ କିଟ୍‌ରେ ୩ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଫେବ୍ରୁଆରୀ ୧୬ରେ ବିଟେକ୍‌ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଜଣେ ନେପାଳୀ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ମୃତ୍ୟୁ ଘଟିଥିବାବେଳେ ମେ ୧ତାରିଖରେ ଆଉ ଜଣେ ଛାତ୍ରୀ ତ୍ରିସାଙ୍କ ମୃତ୍ୟୁ ଘଟିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ହରମୁଜରେ ଫସିଗଲା ଭାରତର ୨୩୦୦ କୋଟି ଟଙ୍କାର LPG, ଆସିବାକୁ ଲାଗିବ…

ନୂଆଦିଲ୍ଲୀ,୧୮।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତର ଏଲପିଜି ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କଳାବଜାରୀ ଏବଂ ଗଚ୍ଛିତ ରଖିବା ପାଇଁ…

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri