ମୋ ପୁଅ ପ୍ରଥମଥର ପ୍ରେମରେ ପଡ଼ିଥିଲା, କିନ୍ତୁ ସେ ଝିଅ…ମୁହଁ ଖୋଲିଲେ KIIT ମୃତ ଛାତ୍ରଙ୍କ ମା’

ଭୁବନେଶ୍ୱର,୨।୧୨: କିଟ୍‌ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। କ୍ୟାମ୍ପସ-୧୦ କେପି ୭ ଏବି ହଷ୍ଟେଲ ରୁମ୍‌ରୁ ଛାତ୍ରଙ୍କ ମୃତଦେହ ଜବତ କରାଯାଇଛି। ମୃତ ଛାତ୍ର ହେଲେ ଛତିଶଗଡ଼ ରାୟପୁରର ରାହୁଲ ଯାଦବ। ସେ କିଟ୍‌ରେ କମ୍ପ୍ୟୁଟର ସାଇନ୍ସ ପ୍ରଥମ ବର୍ଷର ଛାତ୍ର ଥିଲେ। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ସୋମବାର ଅପରାହ୍ନରେ ପରିବାର ଲୋକେ ପହଞ୍ଚତ୍ବା ପରେ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ସାଇଣ୍ଟିଫିକ ଟିମ୍‌, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଡିସିପି ଜଗମୋହନ ମୀନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ରାହୁଲ୍‌ ଆତ୍ମହତ୍ୟା କରିଥିବା ହଷ୍ଟେଲକୁ ଯାଇ ଯାଞ୍ଚ କରିଥିଲେ। ଏପରିକି ହଷ୍ଟେଲରୁ ରାହୁଲଙ୍କ ଏକ ମୋବାଇଲ୍‌ ଫୋନ୍‌ ଏବଂ ଲାପ୍‌ଟପ ଜବତ କରି ପୋଲିସ ତଦନ୍ତ କରୁଛି। ଅପରପକ୍ଷରେ ପୁଅର ମୃତ୍ୟୁ ପାଇଁ ପରିବାର ଲୋକେ ଜଣେ ଯୁବତୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଛନ୍ତି।

ରାହୁଲଙ୍କ ମୃତ୍ୟୁକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି ଯେ, ରବିବାର ରାତି ପ୍ରାୟ ୧୦:୪୫ ସମୟରେ ଇନ୍‌ଫୋସିଟି ଥାନାକୁ ସୂଚନା ମିଳିବା ପରେ ଘଟଣାସ୍ଥଳକୁ ପୋଲିସ ଯାଇଥିଲା। ପୋଲିସ ଅଧିକାରୀ ଭିତରପଟୁ ବନ୍ଦ ଥିବା କବାଟର ଲକ୍‌ ଭାଙ୍ଗି ଖୋଲିଥିଲେ। ଘର ଭିତରେ ଫ୍ୟାନ୍‌ରେ ଝୁଲୁଥିବା ମୃତଦେହକୁଜବତ କରାଯାଇ ନିକଟ ଘରୋଇ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲର ଏମ୍‌ଏଲ୍‌ସି ଆଧାରରେ ପୋଲିସ ଏକ ଅପମୃତ୍ୟୁ ମାମଲା କରିଥିଲା। ହଷ୍ଟେଲରେ ରହୁଥିବା ସାଙ୍ଗସାଥୀ, ରାହୁଲଙ୍କ ମା’ ନିର୍ମଳା ଯାଦବଙ୍କ ବୟାନ ଏବଂ ସୋସିଆଲ ମିଡିଆ ଆଧାରରେ ପୋଲିସ ତଦନ୍ତ କରୁଛି। ନିର୍ମଳାଙ୍କ ସୂଚନା ଆଧାରରେ ଛତିଶଗଡ଼ର ଜଣେ ଯୁବତୀଙ୍କ ସହିତ ରାହୁଲଙ୍କ ପ୍ରେମସମ୍ପର୍କ ରହିଥିଲା। ସେ ଯୁବତୀ ବର୍ତ୍ତମାନ ମହାରାଷ୍ଟ୍ରରେ ପାଠ ପଢ଼ୁଛନ୍ତି। ହେଲେ ଯୁବତୀଙ୍କ ମା’ବାପା ଏବଂ ଭାଇ ରାହୁଲଙ୍କୁ ଧମକ ଦେବା ସହ ନିର୍ଯାତନା ଦେଉଥିଲେ, ଯେଉଁଥିପାଇଁ ରାହୁଲ ମାନସିକ ଚାପରେ ଆସି ଆମତ୍ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା କହିଛି। ରାହୁଲଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ଉକ୍ତ ଯୁବତୀଙ୍କ ଭାଇ, ବାପା ଏବଂ ମା’ଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ଅନ୍ୟପଟରେ ନିର୍ମଳା କହିଛନ୍ତି ଯେ, ମୋ ପୁଅ ପ୍ରଥମ ଥର ପ୍ରେମରେ ପଡ଼ିଥିଲା, ହେଲେ ସେ ଝିଅ ମୋ ପୁଅ ବ୍ୟତୀତ ପ୍ରାୟ ୪ ଜଣ ଅନ୍ୟ ଯୁବକଙ୍କ ସହ ସମ୍ପର୍କରେ ଥିଲା। ଆଉ ମୋ ପୁଅକୁ ମାନସିକ ନିର୍ଯାତନା ଦେଉଥିଲେ। ଅନେକ ସମୟରେ ତାଙ୍କ ପୁଅକୁ ଉକ୍ତ ଯୁବତୀଙ୍କ ଘର ଲୋକଙ୍କ ପକ୍ଷରୁ ଧମକ ଦିଆଯାଉଥିଲା। କିଛିଦିନ ହେବ ତାଙ୍କ ପୁଅ ମାନସିକ ଚାପରେ ରହୁଥିଲେ। ପୁଅ ଉପରେ ନଜର ରଖିବାକୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସେ କହିଥିଲେ। ହେଲେ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥିଲେ, ଯେଉଁଥିପାଇଁ ତାଙ୍କ ପୁଅ ଆତ୍ମହତ୍ୟା କରିବାକୁ ସୁଯୋଗ ପାଇଲା ବୋଲି ନିର୍ମଳା କହିଛନ୍ତି। ଏହି ଆତ୍ମହତ୍ୟା ଘଟଣାକୁ ନେଇ କିଟ୍‌ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ପ୍ରେସ୍‌ ରିଲିଜ୍‌ ଜରିଆରେ ଲୋକ ସମ୍ପର୍କ ନିର୍ଦ୍ଦେଶିକା ଶ୍ରଦ୍ଧାଞ୍ଜଳି ନାୟକ କହିଛନ୍ତି, ଘଟଣା ସମ୍ପର୍କରେ ପୋଲିସକୁ ଜଣାଇ ଦିଆଯାଇଛି। ପୋଲିସ ତାହାର ତଦନ୍ତ କରୁଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୦ମାସ ମଧ୍ୟରେ କିଟ୍‌ରେ ୩ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଫେବ୍ରୁଆରୀ ୧୬ରେ ବିଟେକ୍‌ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଜଣେ ନେପାଳୀ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ମୃତ୍ୟୁ ଘଟିଥିବାବେଳେ ମେ ୧ତାରିଖରେ ଆଉ ଜଣେ ଛାତ୍ରୀ ତ୍ରିସାଙ୍କ ମୃତ୍ୟୁ ଘଟିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri