Categories: ବାଣିଜ୍ୟ

ମାଇଁ ମେଡିସିନ ପଲିକ୍ଲିନିକ ଉଦ୍‌ଘାଟିତ

ଭୁବନେଶ୍ୱର,୩ା୮: ସ୍ବଳ୍ପ ମୂଲ୍ୟରେ ଉନ୍ନତମାନର ଚିକିତ୍ସା ସହ ଅର୍ଥାଭାବରୁ ବଞ୍ଚିତ ହେଉଥିବା ଲୋକମାନଙ୍କ ପାଖରେ ଚିକିତ୍ସା ସୁବିଧା ଯୋଗାଇଦେବାର ଲକ୍ଷ୍ୟ ନେଇ ମାଇଁ ମେଡିସିନ ପଲିକ୍ଲିନିକର ଶୁଭାରମ୍ଭ ସ୍ଥାନୀୟ ଲୁଇସ୍‌ ରୋଡ୍‌ଠାରେ ଆରମ୍ଭ ହୋଇଯାଇଛି। ଏଠାରେ ପ୍ରାୟ ସବୁ ବିଭାଗର ବହୁ ଅଭିଜ୍ଞ ଡାକ୍ତରମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଡ. ଅମ୍ରିତ ଆନନ୍ଦ, ଡ. ସତ୍ୟରଞ୍ଜନ ପାଣିଗ୍ରାହୀ, ଡ. ସୂର୍ଯ୍ୟକାନ୍ତ ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଜଣେ ସାଧାରଣ ଲୋକ ଅତି କମ୍‌ ଖର୍ଚ୍ଚରେ ଅଳ୍ପ ମେଡିସିନ ବ୍ୟବହାର କରି କିପରି ଆରୋଗ୍ୟ ଲାଭ କରିପାରିବ ସେଥିପାଇଁ ଏଠାରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି କ୍ଲିନିକରେ ଉନ୍ନତ ମାନର ଚିକିତ୍ସା, ଅତ୍ୟାଧୁନିକ ପଦ୍ଧତିରେ ପରୀକ୍ଷା ନିରୀକ୍ଷା, ଦକ୍ଷ ନର୍ସମାନଙ୍କୁ ନେଇ ସେବା କାର୍ଯ୍ୟ ଜାରି ରହିବ। ସାଧାରଣ ଲୋକଙ୍କ ପାଇଁ କମ୍‌ ମୂଲ୍ୟରେ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସେମାନଙ୍କ ଯାତାୟାତ ପାଇଁ ମାଗଣା ଗାଡ଼ି ସୁବିଧା କରାଯିବା ସହ ମେଡିସିନ ଉପରେ ସର୍ବାଧିକ ରିହାତି ପ୍ରଦାନ କରାଯିବ ବୋଲି ପଲିକ୍ଲିନିକର ମୁଖ୍ୟ ନିର୍ଦ୍ଦେଶକ ବିଶ୍ୱଜିତ ମିଶ୍ର କହିଛନ୍ତି। ଓଡ଼ିଶାର ପ୍ରତ୍ୟେକ ଜିଲାରେ ମାଇଁ ମେଡିସିନ ଷ୍ଟୋର ଓ ପଲିକ୍ଲିନିକ ଖୋଲାଯିବାର ଲକ୍ଷ୍ୟ ରହିଛି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ. ସୁବାସ ଚନ୍ଦ୍ର ଦାଶ, ଡ. ଦୀପ୍ତିମାନ ସାହୁ, ଡ. ମନୋରଞ୍ଜନ ରାଉତ, ଡ. ସମୀରକାନ୍ତ ଚମ୍ପତ୍ତି ଓ ଅନ୍ୟାନ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Share