‘ମୋ ଶବ ଏ ପାପୀଙ୍କୁ ଦେବ ନାହିଁ’

ଭୁବନେଶ୍ୱର, ୨୬।୩ (ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ବିଭିନ୍ନ ଦିଗକୁ ନେଇ ଖୋଳତାଡ ଚଳାଇଛି। ଗୋଟିଏ ଟିମ୍‌ ରାଜ୍ୟ ଭିତରେ ତଦନ୍ତ କରୁଥିବାବେଳେ ଅନ୍ୟ ଏକ ଟିମ୍‌ ରାଜ୍ୟ ବାହାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀଙ୍କୁ ଖୋଜାଖୋଜି କରୁଛି। ତେବେ ଏହା ଭିତରେ ହତ୍ୟା ମାମଲାର ଆଉ ଏକ ରହସ୍ୟ ପଦାକୁ ଆସିଛି। ହତ୍ୟା ପୂର୍ବରୁ ମାନସ ମୃତ୍ୟୁର ଆଭାସ ପାଇଥିଲେ ବୋଲି ଜଣାପଡିଛି। ମାନସଙ୍କୁ ଚାନ୍ଦବାଲିରୁ ଅପହରଣ ପରେ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଦୟାଲ ବୃଦ୍ଧାଶ୍ରମରେ ୩ଦିନ ରଖାଯାଇ ପ୍ରବଳ ମାଡ଼ ମରାଯିବା ସହ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ସେଠାରେ ତାଙ୍କୁ ହତ୍ୟା କରାଯାଇ ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ନରେନ୍ଦ୍ରପୁର ବୋଧିପାଟଣା ଜଙ୍ଗଲରେ ପୋତି ଦିଆଯାଇଥିଲା। ତେବେ ଦୟାଲ ଆଶ୍ରମରେ ନିର୍ଯାତନା ସମୟରେ ମାନସ ୩ ଫର୍ଦ୍ଦ ବିଶିଷ୍ଟ ଏକ ଚିଠି ଲେଖିଥିଲେ। ଆଶ୍ରମର କେୟାରଟେକର ଉକ୍ତ ଚିଠିକୁ ପାଇଥିବା ଗଣମାଧ୍ୟମ ଆଗରେ କହିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କ କହିବା ଅନୁଯାୟୀ, ଆଶ୍ରମର ଉପର ମହଲାରେ ଝାଡୁ କରୁଥିବାବେଳେ ଏକ ଜରିରେ ଗୁଡ଼ାଯାଇଥିବା ଚିଠିକୁ ସେ ପାଇଥିଲେ। ସେଥିରେ ମାନସ ନିଜ ନାମ, ବାପା ଓ ଗାଁର ନାମ ସହ ମୋବାଇଲ ନମ୍ବର ଉଲ୍ଲେଖ କରି ଲେଖିଥିଲେ ଯେ, ମୋତେ ଅପହରଣ କରାଯାଇଛି। ଆଶ୍ରମରେ ରଖି ମାଡ଼ ମରାଯିବା ସହ ମୋଠାରୁ ମୋବାଇଲ, କ୍ୟାମେରା, ବ୍ୟାଙ୍କ ପାସବୁକ୍‌, ୪ ହଜାର ଟଙ୍କା ନେଇଯାଇଛନ୍ତି। ଯଦି ମୁଁ ମରିଯାଏ, ତେବେ ମୋ ଶବ ଏ ପାପୀମାନଙ୍କୁ ଦେବ ନାହିଁ, ଗାଁକୁ ପଠାଇ ଦେବ ବୋଲି ମାନସ ଚିଠିରେ ଲେଖିଥିଲେ। ସବୁ ଫର୍ଦ୍ଦରେ ସମାନ କଥା ଲେଖାଯାଇଥିଲା। ଅତ୍ୟଧିକ ଭୟ ଓ ଛାନିଆରେ ମାନସ ବାରମ୍ବାର ତାହାକୁ ଲେଖିଥିବା ଜଣାପଡୁଛି। ତେବେ ଉକ୍ତ ଚିଠିକୁ କେୟାରଟେକର ପଢ଼ିବା ପରେ ଆଶ୍ରମ ତଥା ଓ୍ବେବ୍‌ ପୋର୍ଟାଲ ‘ସମ୍ପୂର୍ଣ୍ଣ’ର ମାଲିକାଣୀ ଶର୍ମିଷ୍ଠାଙ୍କୁ ଦେଇଥିଲେ। ଏଥିସହ ଆଶ୍ରମକୁ ଅନେକ ବଡ଼ ବଡ଼ିଆ ଲୋକ ଆସୁଥିଲେ ବୋଲି ସେ କହିଛନ୍ତି। ଏହି ଚିଠି ଓ କେୟାର ଟେକରଙ୍କ ବୟାନ କହୁଛି ମାନସଙ୍କୁ ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତମାନେ କେତେ ନିଷ୍ଠୁର ଭାବେ ହତ୍ୟା କରିଛନ୍ତି। ଏବେ ଶର୍ମିଷ୍ଠା, ଉକ୍ତ ଚିଠି ଓ ଯେଉଁ ଚିପ୍‌ ପାଇଁ ଏସବୁ ଘଟଣା ଘଟିଛି ସେସବୁ ଏବେ କେଉଁଠି ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri