‘ମୋ ଶବ ଏ ପାପୀଙ୍କୁ ଦେବ ନାହିଁ’

ଭୁବନେଶ୍ୱର, ୨୬।୩ (ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ବିଭିନ୍ନ ଦିଗକୁ ନେଇ ଖୋଳତାଡ ଚଳାଇଛି। ଗୋଟିଏ ଟିମ୍‌ ରାଜ୍ୟ ଭିତରେ ତଦନ୍ତ କରୁଥିବାବେଳେ ଅନ୍ୟ ଏକ ଟିମ୍‌ ରାଜ୍ୟ ବାହାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀଙ୍କୁ ଖୋଜାଖୋଜି କରୁଛି। ତେବେ ଏହା ଭିତରେ ହତ୍ୟା ମାମଲାର ଆଉ ଏକ ରହସ୍ୟ ପଦାକୁ ଆସିଛି। ହତ୍ୟା ପୂର୍ବରୁ ମାନସ ମୃତ୍ୟୁର ଆଭାସ ପାଇଥିଲେ ବୋଲି ଜଣାପଡିଛି। ମାନସଙ୍କୁ ଚାନ୍ଦବାଲିରୁ ଅପହରଣ ପରେ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଦୟାଲ ବୃଦ୍ଧାଶ୍ରମରେ ୩ଦିନ ରଖାଯାଇ ପ୍ରବଳ ମାଡ଼ ମରାଯିବା ସହ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ସେଠାରେ ତାଙ୍କୁ ହତ୍ୟା କରାଯାଇ ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ନରେନ୍ଦ୍ରପୁର ବୋଧିପାଟଣା ଜଙ୍ଗଲରେ ପୋତି ଦିଆଯାଇଥିଲା। ତେବେ ଦୟାଲ ଆଶ୍ରମରେ ନିର୍ଯାତନା ସମୟରେ ମାନସ ୩ ଫର୍ଦ୍ଦ ବିଶିଷ୍ଟ ଏକ ଚିଠି ଲେଖିଥିଲେ। ଆଶ୍ରମର କେୟାରଟେକର ଉକ୍ତ ଚିଠିକୁ ପାଇଥିବା ଗଣମାଧ୍ୟମ ଆଗରେ କହିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କ କହିବା ଅନୁଯାୟୀ, ଆଶ୍ରମର ଉପର ମହଲାରେ ଝାଡୁ କରୁଥିବାବେଳେ ଏକ ଜରିରେ ଗୁଡ଼ାଯାଇଥିବା ଚିଠିକୁ ସେ ପାଇଥିଲେ। ସେଥିରେ ମାନସ ନିଜ ନାମ, ବାପା ଓ ଗାଁର ନାମ ସହ ମୋବାଇଲ ନମ୍ବର ଉଲ୍ଲେଖ କରି ଲେଖିଥିଲେ ଯେ, ମୋତେ ଅପହରଣ କରାଯାଇଛି। ଆଶ୍ରମରେ ରଖି ମାଡ଼ ମରାଯିବା ସହ ମୋଠାରୁ ମୋବାଇଲ, କ୍ୟାମେରା, ବ୍ୟାଙ୍କ ପାସବୁକ୍‌, ୪ ହଜାର ଟଙ୍କା ନେଇଯାଇଛନ୍ତି। ଯଦି ମୁଁ ମରିଯାଏ, ତେବେ ମୋ ଶବ ଏ ପାପୀମାନଙ୍କୁ ଦେବ ନାହିଁ, ଗାଁକୁ ପଠାଇ ଦେବ ବୋଲି ମାନସ ଚିଠିରେ ଲେଖିଥିଲେ। ସବୁ ଫର୍ଦ୍ଦରେ ସମାନ କଥା ଲେଖାଯାଇଥିଲା। ଅତ୍ୟଧିକ ଭୟ ଓ ଛାନିଆରେ ମାନସ ବାରମ୍ବାର ତାହାକୁ ଲେଖିଥିବା ଜଣାପଡୁଛି। ତେବେ ଉକ୍ତ ଚିଠିକୁ କେୟାରଟେକର ପଢ଼ିବା ପରେ ଆଶ୍ରମ ତଥା ଓ୍ବେବ୍‌ ପୋର୍ଟାଲ ‘ସମ୍ପୂର୍ଣ୍ଣ’ର ମାଲିକାଣୀ ଶର୍ମିଷ୍ଠାଙ୍କୁ ଦେଇଥିଲେ। ଏଥିସହ ଆଶ୍ରମକୁ ଅନେକ ବଡ଼ ବଡ଼ିଆ ଲୋକ ଆସୁଥିଲେ ବୋଲି ସେ କହିଛନ୍ତି। ଏହି ଚିଠି ଓ କେୟାର ଟେକରଙ୍କ ବୟାନ କହୁଛି ମାନସଙ୍କୁ ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତମାନେ କେତେ ନିଷ୍ଠୁର ଭାବେ ହତ୍ୟା କରିଛନ୍ତି। ଏବେ ଶର୍ମିଷ୍ଠା, ଉକ୍ତ ଚିଠି ଓ ଯେଉଁ ଚିପ୍‌ ପାଇଁ ଏସବୁ ଘଟଣା ଘଟିଛି ସେସବୁ ଏବେ କେଉଁଠି ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri