Posted inଜାତୀୟ

ଭଉଣୀଙ୍କୁ ସ୍ବାମୀ, ମା’ଙ୍କୁ ଶ୍ୱଶୁର ନେଇ ଫେରାର, ଏବେ ମୁଁ କୁଆଡେ ଯିବି…କାନ୍ଦି କାନ୍ଦି ଥାନାରେ ପହଞ୍ଚି…

ପାଟନା,୨୨।୬: ବିହାରର ମୁଜାଫରପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ପୋଲିସ ଷ୍ଟେଶନରେ ସହାୟତା ପାଇଁ ପହଞ୍ଚିଥିଲେ। ହେଲେ ପୋଲିସ ତାଙ୍କର ଅଭିଯୋଗ ଶୁଣି ତାଜୁବ ହୋଇଯାଇଥିଲା। କାରଣ ତାଙ୍କ ସାନ ଭଉଣୀଙ୍କୁ ସ୍ବାମୀ ଏବଂ ମା’ଙ୍କୁ ଶ୍ୱଶୁର ନେଇ ଫେରାର ହୋଇଯାଇଥିବା ସେ କହିଥିଲେ। ଏଭଳି ସ୍ଥିତିରେ ସେ କ’ଣ କରିବେ, କେଉଁଠାକୁ ଯିବେ ବୋଲି ପୋଲିସକୁ ପଚାରିଥିଲେ। ପୋଲିସ ମହିଳାଙ୍କ କଥା ଶୁଣି ଚକିତ ହୋଇଯାଇଥିଲା। ମହିଳାଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ମହିଳାଙ୍କ ସ୍ବାମୀ ଚମକାଇବା ଭଳି ଖୁଲାସା କରିଥିଲେ।

ମାମଲାଟି ସକରା ଥାନା ଅଞ୍ଚଳର। ଏଠାରେ ରହୁଥିବା ସୁଧା କୁମାରୀ ଜୁନ୍‌ ୯ରେ ଥାନାରେ ପହଞ୍ଚି କହିଥିଲେ ଯେ, ସେ ଫରିଦାପୁର ଗ୍ରାମର। ୨୦୨୧ ଜୁନ ୨୭ରେ ତାଙ୍କର ଛୋଟୁ ନାମକ ଯୁବକଙ୍କ ସହ ବିବାହ ହୋଇଥିଲା। ସେ ଭଗବାନପୁରର ବାସିନ୍ଦା। ବିବାହ ପରେ ଦୁହେଁ ଭଲରେ ରହୁଥିଲେ। ଝିଅ ବି ଜନ୍ମ ହୋଇଥିଲା। ଏସବୁ ମଧ୍ୟରେ ତାଙ୍କର ସାନ ଭଉଣୀ(ନାବାଳିକା)ଙ୍କ ସହ ଛୋଟୁ ଫୋନରେ କଥା ହେଉଥିଲେ। ଏହି କଥାବାର୍ତ୍ତା କେତେବେଳେ ପ୍ରେମରେ ପରିଣତ ହୋଇଥିଲା, ତାଙ୍କୁ ଜଣାପନି ନ ଥିଲା। କିଛିଦିନ ଧରି ସ୍ବାମୀଙ୍କ ବ୍ୟବହାର ବଦଳି ଯାଇଥିଲା। ଅନେକ ପ୍ରକାରର ଅଭିଯୋଗ ଲଗାଇଥିଲେ। ଏପରିକି ତାଙ୍କଠାରୁ ଦୂରେଇଯିବାକୁ ଚେଷ୍ଟା କରିଥିଲେ।

ଜୁନ ୩ରେ ଛୋଟୁ ତାଙ୍କ ଭଉଣୀଙ୍କୁ ନେଇ ଫେରାର ହୋଇଯାଇଥିଲେ।ଉଭୟ ମୁଜଫରପୁର ଷ୍ଟେଶନରେ ବିବାହ କରିନେଇଥିଲେ। ଏହାପରେ ସେ ଘରକୁ ଯାଇ ମା’ ଫୁଲ କୁମାରୀ(୪୫)ଙ୍କୁ ଭଉଣୀଙ୍କ କଥା କହିଥିଲେ। ଜୁନ୍‌ ୫ରେ ଫୁଲ କୁମାରୀ ଶ୍ୱଶୁର ଘରକୁ ଯାଇ ଏ ବିଷୟରେ କଥା ହେବେ ବୋଲି କହିଥିଲେ। ହେଲେ ସେବେଠାରୁ ସେ ଫେରି ନ ଥିବା ସୁଧା କହିଛନ୍ତି।

କିଛି ଦି ପରେ ମା’ ଏବଂ ଶ୍ୱଶୁର ବିରାଜୀ ଭଗତଙ୍କ ସହ ଗାଁରୁ ଫେରାର ହୋଇଯାଇଥିଲେ। ଏବେ ସେମାନେ ଦିଲ୍ଲୀରେ ଅଛନ୍ତି। ଭଉୟ ଏବେ ଦିଲ୍ଲୀରେ ଅଛନ୍ତି। କେହି ବି ତାଙ୍କ ଫୋନ ଉଠାଉନାହାନ୍ତି। ଏମିତିରେ ତାଙ୍କର ସହାୟତା କରିବାକୁ ସୁଧା ଦାବି କରିଛନ୍ତି। କାରଣ କୁନି ଶିଶୁକୁ ନେଇ ସେ ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ କହିଛନ୍ତି।

ପୋଲିସ ଯାଞ୍ଚ କରି ଛୋଟୁଙ୍କୁ ଏନେଇ ପଚାରିବାରେ ଶାଶୁ ହିଁ ତାଙ୍କ ବିବାହ କରାଇଥିବା କହିଥିଲେ। ଏହା ବଦଳରେ ଶାଶୁ ତାଙ୍କୁ କାର୍‌ ଏବଂ ଟଙ୍କା ଦେବେ ବୋଲି କହିଥିଲେ। ସେ ଉଭୟ ସ୍ତ୍ରୀଙ୍କ ସହ ରହିବାକୁ ଚାହୁଁଥିବା ସେ କହିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆଗକୁ ଏହି କାହାଣୀ କି ମୋଡ଼ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri