Posted inଜାତୀୟ

‘ମୁସଲମାନ ବୋଲି ଟାର୍ଗେଟ କରାଯାଉଛି’

ନୂଆଦିଲ୍ଲୀ, ୨୯ା୬: ଧର୍ମୀୟ ଭାବାବେଗକୁ ଆଘାତ ଦେବା ଅଭିଯୋଗରେ ଗିରଫ ହୋଇଥିବା ଅଲ୍ଟ ନ୍ୟୁଜ୍‌ ଓ୍ବେବସାଇଟ ଖବରଦାତା ମହମ୍ମଦ ଜୁବୈରଙ୍କୁ ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ପୋଲିସକୁ ଅନୁମତି ଦେଇଛନ୍ତି। ୨୦୧୮ରେ ସେ ହିନ୍ଦୁ ଠାକୁରଙ୍କ ଉପରେ କରିଥିବା ଏକ ଆପତ୍ତିଜନକ ଟୁଇଟ୍‌କୁ ନେଇ ସୋମବାର ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ନାଁ ଏବଂ ଧର୍ମ (ମୁସଲମାନ)କୁ ନେଇ ତାଙ୍କୁ ଟାର୍ଗେଟ କରାଯାଇଥିବା ଜୁବୈର ଓ ତାଙ୍କ ଓକିଲ ବ୍ରିନ୍ଦା ଗ୍ରୋଭର କୋର୍ଟରେ କହିଛନ୍ତି।
ଜାମିନ ପାଇଁ କୋର୍ଟରେ ଯୁକ୍ତି ଉପସ୍ଥାପନବେଳେ ଗ୍ରୋଭର କହିଥିଲେ, ଜୁବୈର ୨୦୧୮ ମାର୍ଚ୍ଚରେ ହୃଷୀକେଶ ମୁଖାର୍ଜୀଙ୍କ ‘କିସି ସେ ନା କେହନା’ ଫିଲ୍ମର ଏକ ଫଟୋ ଟୁଇଟ୍‌ କରିଥିଲେ। ଏଥିରେ ଏକ ହୋଟେଲର ସାଇନ୍‌ବୋର୍ଡ ରହିଥିଲା, ଯେଉଁଥିରେ ‘ହନୁମାନ ହୋଟେଲ’ ଲେଖାଯାଇଥିଲା। କିନ୍ତୁ ପେଣ୍ଟ୍‌ମାର୍କ ଅନୁସାରେ ତାହାର ନାଁ ପୂର୍ବରୁ ‘ହନିମୁନ୍‌ ହୋଟେଲ’ ଥିଲା। ଜୁବୈର ପୋଷ୍ଟ କରିଥିବା ଫଟୋରେ କ୍ୟାପସନ୍‌ ଲେଖିଥିଲେ, ‘୨୦୧୪ ପୂର୍ବରୁ: ହନିମୁନ ହୋଟେଲ, ୨୦୧୪ ପରେ ହନୁମାନ ହୋଟେଲ’। ୨୦୧୪ରେ ଭାଜପା କେନ୍ଦ୍ରରେ ଶାସନକୁ ଆସିବାକୁ ନେଇ ଏହା ଏକ କଟାକ୍ଷ ବୋଲି କୁହାଯାଉଛି। ତେବେ ଜୁବୈର ଉକ୍ତ ଫଟୋକୁ ନିଜେ ଏଡିଟ୍‌ କରିଥିବା ପୋଲିସ କହୁଥିବାବେଳେ ତାଙ୍କ ଓକିଲ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି। ଏହି ପୋଷ୍ଟରେ ଜୁବୈର କାହାରି ଧର୍ମୀୟ ଭାବନାକୁ ଆଘାତ ଦେବା ଭଳି କଥା କହି ନ ଥିବା ଗ୍ରୋଭର ପ୍ରକାଶ କରିଛନ୍ତି। ଏହା କେବଳ ଏକ ପ୍ରକାର କମେଡି। କୌଣସି ଧାର୍ମିକ ସ୍ଥଳ କିମ୍ବା ଭାବନା ଉପରେ ତାହା ଆଧାରିତ ନୁହେଁ। ପୋଲିସ ନିଜ କ୍ଷମତାର ଦୁରୁପଯୋଗ କରିଥିବା ଗ୍ରୋଭର ଅଭିଯୋଗ କରିଛନ୍ତି। ୨୦୧୮ର ଏକ ଟୁଇଟ ୪ ବର୍ଷ ପରେ କିପରି ସମସ୍ୟା ସୃଷ୍ଟି କଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଘୃଣା ମନ୍ତବ୍ୟ ସମ୍ପର୍କରେ ରିପୋର୍ଟ କରୁଥିବାରୁ ତାଙ୍କ ଉପରେ ଏପରି ଅତ୍ୟାଚାର କରାଯାଉଛି ବୋଲି ଗ୍ରୋଭର କହିଛନ୍ତି।
ଦିଲ୍ଲୀ ପୋଲିସ କୋର୍ଟରେ ଜୁବୈରଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରି କହିଥିଲା, ଜୁବୈର କ୍ରମାଗତ ଭାବେ ଧର୍ମୀୟ ଭାବନାକୁ ଆଘାତ ଦେବା ଭଳି ଟୁଇଟ୍‌ କରିଆସୁଛନ୍ତି। ଆଉ ଏକ ଟୁଇଟ୍‌ରେ ଜୁବୈର ଲେଖିଥିଲେ, ‘ହନୁମାନଙ୍କୁ ପ୍ରାର୍ଥନା କଲେ ମାଙ୍କଡ଼ମାନେ ଆଉ ହଇରାଣ କରିବେ ନାହିଁ’। ଅନ୍ୟପକ୍ଷରେ ଜୁବୈରଙ୍କ ଆକାଉଣ୍ଟକୁ ଗତ କିଛି ଦିନ ମଧ୍ୟରେ ୫୦ ଲକ୍ଷ ଟଙ୍କା ଟ୍ରାଞ୍ଜାକଶନ୍‌ ହୋଇଥିବା ଡେପୁଟି ପୋଲିସ କମିଶନର କେପିଏସ୍‌ ମାଲହୋତ୍ରା କହିଛନ୍ତି। ଏହାକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମାସକ ତଳେ ଉତ୍ତରପ୍ରଦେଶର ସୀତାପୁର ଜିଲାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁଭାବ ସୃଷ୍ଟି କରିବା ଅଭିଯୋଗରେ ଜୁବୈରଙ୍କ ବିରୋଧରେ ମାମଲା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri