ଫେଲ୍‌ ମାରିଲେ ଇଞ୍ଜିନିୟର, ମୁସଲମାନ ମିସ୍ତ୍ରୀ ସ୍ଥାପନ କଲେ ଦେଢ଼ ଟନ୍‌ର ଶିବଲିଙ୍ଗ

ଭୋପାଳ,୧୩ା୨: ମଧ୍ୟପ୍ରଦେଶର ମନ୍ଦସୌରରେ ବିଶ୍ୱ ବିଖ୍ୟାତ ଅଷ୍ଟମୁଖୀ ଭଗବାନ ପଶୁପତିନାଥ ମହାଦେବ ମନ୍ଦିର ରହିଛି। ଏଠାରେ ସହସ୍ରେଶ୍ୱର ମହାଦେବଙ୍କ ପ୍ରତିମା ସ୍ଥାପନ କରାଯାଇଛି। ଏହି ଶିବଲିଙ୍ଗର ଗୋଲେଇ ଏବଂ ଲମ୍ବା ୬.୫୦ ଫୁଟ। ଏହା କ୍ରେନ୍‌ ସାହାଯ୍ୟରେ ସ୍ଥାପନ କରାଯାଇଛି। ପ୍ରଶାସନ ପିଡବ୍ଲ୍ୟୁଡି, ପିଏଚ୍‌ଇ, ଜିଲା ପଞ୍ଚାୟତ ସହିତ ସମସ୍ତ ଭିଗାଗର ଇଞ୍ଜିନୟରମାନଙ୍କୁ ଡକାଇଥିଲେ। ମାତ୍ର ଜଳାଧାରୀରେ ଏହାକୁ କେହି ସ୍ଥାପନ କରିପାରିଲେ ନାହିଁ। ଶେଷରେ ଜଣେ ମୁସଲମାନ ମିସ୍ତ୍ରୀ ଏହାର ଦାୟିତ୍ୱ ନେଇଥିଲେ।

ଯେତେବେଳେ ଜଳାଧାରୀରେ ଶିବଲିଙ୍ଗ ସ୍ଥାପନ କରିବାକୁ ବଡ଼ ବଡ଼ ଇଞ୍ଜିନିୟର ଫେଲ୍‌ ମାରିଲେ ସେହି ସମୟରେ ମୁସଲମାନ ମସ୍ତ୍ରୀ ଜଣକ ଏହାକୁ ନିଜେ କରିପାରିବେ ବୋଲି ପ୍ରଶାସନକୁ ଭରସା ଦେଇଥିଲେ। ପ୍ରଥମେ ବରଫ ମଗାଇ ଏହାକୁ ଗୋଲାକାର ଭାବେ କଟାଯାଇଥିଲା। ପରେ ଏହା ଉପରେ ଶିବଲିଙ୍ଗ ରଖାଯାଇଥିଲା। ଯେମିତି ଧିରେ ଧିରେ ବରଫ ତରଳିଲା ସେମିତି ଶିବଲିଙ୍ଗ ଜଳାଧାରୀରେ ରହିଗଲା। ଏବେ ସମସ୍ତେ ମୁସଲମାନ ମିସ୍ତ୍ରୀ ମକବୁଲ ହୁସେନଙ୍କୁ ପ୍ରଶଂସା କରୁଛନ୍ତି। ମକବୁଲ ଗରିବ ହୋଇଥିବାରୁ ସ୍କୁଲ ମାଟି ମାଡ଼ିନାହାନ୍ତି। ସେ ସାଉଦି ଆରବରେ ୮ ବର୍ଷ ମିସ୍ତ୍ରୀ ଭାବରେ କାମ କରିଥିଲେ। ଏଥିସହିତ କିଛି ମନ୍ଦିର ତିଆରି କରିବା ତାଙ୍କର ଅଭିଜ୍ଞତା ଥିଲା।

ସବୁଠୁ ଆଶ୍ଚର୍ଯ୍ୟର କଥା ଯାହାକୁ ଇଞ୍ଜିନିୟରମାନେ ପାରୁ ନ ଥିଲେ। ମକବୁଲ କିଛି ସମୟ ମଧ୍ୟରେ ଏହାକୁ ସମାଧାନ କରିଥିଲେ। ମକବୁଲ କୁହନ୍ତି, ଆଲ୍ଲା, ଈଶ୍ୱର ଏକା। ମୁଁ ବହୁତ ଖୁସି ଯେ, ମୋତେ ଏହି କାମ କରିବାର ସୁଯୋଗ ମିଳିଛି। ଏହି ଶିବଲିଙ୍ଗକୁ ୧୫୦୦ ବର୍ଷ ପୂର୍ବେ ଦଶପୁରର ହୋଲକର ସମ୍ରାଟଙ୍କ ରାଜୁତି କାଳରେ ଚୂନ ଆଉ ବାଲିରେ ତିଆରି କରାଯାଇଥିଲା। ଏହି ଶିବଲିଙ୍ଗ ଶିବନା ନଦୀରୁ ମିଳିଥିଲା। ଅଷ୍ଟମୁଖୀ ପଶୁପତିନାଥଙ୍କ ମୂର୍ତ୍ତି ମଧ୍ୟ ଶିବନା ନଦୀରୁ ମିଳିଥିଲା। ଏହି ଶିବଲିଙ୍ଗ ପାଇଁ ଜଳାଧାରୀ ଗୁଜରାଟରେ ତିଆରି କରାଯାଇଥିଲା। ଯାହାର ଓଜନ ସାଢ଼େ ୩ ଟନ୍‌ ଏବଂ ଶିବଲିଙ୍ଗର ଓଜନ ଦେଢ଼ ଟନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri