Posted inଜାତୀୟ

ମୁସଲମାନ ବିବାହ ପୋକ୍ସୋ ଆଇନ ବାହାରେ ନୁହେଁ

କୋଚି ,୨୨ା୧୧: ପର୍ସନାଲ ଲ’ ଅଧୀନରେ ହେଉଥିବା ମୁସଲମାନ ବିବାହ ପୋକ୍ସୋ (ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା) ଆଇନ ବାହାରେ ନୁହେଁ। ବିବାହ ନାଁରେ ନାବାଳିକାଙ୍କ ସହ ଯୌନକ୍ରିୟା ଅପରାଧ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଜଣେ ୩୧ ବର୍ଷୀୟ ଯୁବକ ୧୫ ବର୍ଷୀୟା ବାଳିକାଙ୍କୁ ଅପହରଣ କରିନେଇ ତାଙ୍କ ସହ ଯୌନ ସମ୍ପର୍କ ରଖିବାରୁ ସେ ଗର୍ଭବତୀ ହୋଇଥିଲେ। ଉକ୍ତ ନାବାଳିକାଙ୍କୁ ବିବାହ କରିଥିବା ଯୁବକ ଜଣକ ଦାବି କରୁଥିଲେ ହେଁ ତାଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌ ବେଚୁ କୁରିଆନ୍‌ ଥୋମାସ୍‌ ଜାମିନ ଖାରଜ କରିବା ଅବସରରେ କହିଛନ୍ତି, ବାଲ୍ୟ ବିବାହ ସମାଜ ପାଇଁ ଅଭିଶାପ। ନାବାଳିକା ବିବାହ କରିଥିଲେ ମଧ୍ୟ ତାଙ୍କ ସହ ଶାରୀରିକ ସମ୍ପର୍କ ରୋକିବା ପୋକ୍ସୋ ଆଇନର ଉଦ୍ଦେଶ୍ୟ ବୋଲି ବିଚାରପତି କହିଛନ୍ତି। ତେଣୁ ମୁସଲମାନ ବିବାହକୁ ପୋକ୍ସୋ ଆଇନରୁ ବାଦ୍‌ ଦିଆଯାଇପାରିବ ନାହିଁ। ବିବାହର ଗୋଟିଏ ପକ୍ଷ ନାବାଳକ ବା ନାବାଳିକା ହୋଇଥିଲେ, ବିବାହ ବୈଧ ହୋଇଥାଉ ବା ନ ଥାଉ, ଅନ୍ୟ ପକ୍ଷଙ୍କ ବିରୋଧରେ ପୋକ୍ସୋ ଆଇନ ଲାଗୁ ହେବ ବୋଲି ଜଷ୍ଟିସ୍‌ ଥୋମାସ ତାଙ୍କ ରାୟରେ କହିଛନ୍ତି। ଜାମିନ ଆବେଦନ କରିଥିବା ଅଭିଯୁକ୍ତ ପଶ୍ଚିମବଙ୍ଗର ଖଲେଦୁର ରହମାନ ନାବାଳିକାଙ୍କୁ ୨୦୨୧ ମାର୍ଚ୍ଚ ୧୪ରେ ମହମ୍ମଡାନ୍‌ ଆଇନରେ ବିବାହ କରିଥିବାରୁ ସେ ତାଙ୍କ ସ୍ତ୍ରୀ ବୋଲି କୋର୍ଟରେ ଦାବି କରିଥିଲେ। ମହମ୍ମଡାନ ଆଇନରେ ୧୮ ବର୍ଷରୁ କମ୍‌ ବୟସର ଝିଅ ବିବାହ ପାଇଁ ଅନୁମତି ପାଇଥାନ୍ତି। ସେଥିପାଇଁ ତାଙ୍କ ବିରୋଧରେ ପୋକ୍ସୋ ଆଇନରେ ମକଦ୍ଦମା ଚଳାଯାଇପାରିବ ନାହିଁ ବୋଲି ରହମାନ ଯୁକ୍ତି ବାଢ଼ିଥିଲେ। ସୂଚନାଯୋଗ୍ୟ, ନାବାଳିକା ଜଣକ ଗର୍ଭବତୀ ଥିବାରୁ ଇଞ୍ଜେକ୍‌ଶନ ନେବାକୁ କାଭିୟୁରର ଏକ ଫାମିଲି ହେଲ୍‌ଥ ସେଣ୍ଟରକୁ ଯାଇଥିବାବେଳେ ଆଧାର କାର୍ଡରୁ ତାଙ୍କ ବୟସ ୧୬ ବର୍ଷ ଜାଣି ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଭିଯୁକ୍ତଙ୍କ ନାମରେ ମାମଲା ଦାଏର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri