‘ସଙ୍ଗୀତ ଲୋକଙ୍କ ଭାବପ୍ରବଣତାକୁ ସ୍ପର୍ଶ କରେ’

ଭୁବନେଶ୍ୱର, ୫।୭(ବ୍ୟୁରୋ):ଓଡ଼ିଶା ନଲେଜ୍‌ ହବ୍‌ ଲେକ୍‌ଚର ସିରିଜ୍‌ ସୋମବାର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ୨୦୧୬ରୁ ବିଭିନ୍ନ କ୍ଷେତ୍ରରେ ନୂତନ ତଥା ଉଦୀୟମାନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଓଡ଼ିଶା ନଲେଜ୍‌ ହବ୍‌ (ଓକେଏଚ୍‌) ଲେକ୍‌ଚର ସିରିଜ୍‌ ଆୟୋଜନ କରିଆସୁଛନ୍ତି। ସୋମବାର ଏହି କାର୍ଯ୍ୟକ୍ରମରେ ଦୁଇଥର ଗ୍ରାମୀ ପୁରସ୍କାରପ୍ରାପ୍ତ ଭାରତୀୟ ସଂଗୀତକାର ତଥା ପରିବେଶବିତ୍‌ ଡ. ରିକି ଜି. କେଜ ଯୋଗଦେଇଥିଲେ। ପରିବେଶ ତଥା ନିରନ୍ତରତା ଉପରେ ପିଲାଙ୍କ ପାଇଁ ସଙ୍ଗୀତ-‘ମାଇଁ ଆର୍ଥ ସଙ୍ଗସ୍‌’ ଉପରେ ସେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଙ୍ଗୀତ ଲୋକଙ୍କ ଭାବପ୍ରବଣତାକୁ ସ୍ପର୍ଶ କରେ। ବିଶେଷକରି ଯୁବକ ଏବଂ ଭାବପ୍ରବଣ ମନକୁ ଆନ୍ଦୋଳିତ କରେ ଓ ସମସ୍ତ ଜୀବଙ୍କ ପ୍ରତି ସେମାନଙ୍କ ମନୋଭାବରେ ପରିବର୍ତ୍ତନ ଆଣେ। ଓଡ଼ିଶାର ସୌନ୍ଦର୍ଯ୍ୟ ଏବଂ ମହାନତାକୁ ପ୍ରଶଂସା କରି କେଜ୍‌ ନିଜର ସଙ୍ଗୀତ କ୍ୟାରିୟରର ଯାତ୍ରା ଏବଂ ସଙ୍ଗୀତ ପ୍ରକୃତି ସହ କିପରି ଜଡ଼ିତ ହେଲେ ସେ ବିଷୟରେ ବର୍ଣ୍ଣନା କରିଥିଲେ। ଜଳବାୟୁ ପରିବର୍ତ୍ତନ ଉପରେ ସେ ନିଜର ଅଭିଜ୍ଞତା ଉପସ୍ଥାପନ କରିବା ସହ କିରିବାଟି ଦ୍ୱୀପ ଦେଶର ଉଦାହରଣ ଦେଇ କହିଲେ, ବର୍ତ୍ତମାନର କାର୍ବନ ନିର୍ଗମନର ଗତି ସ୍ଥିର ନ ହେଲେ ଓ ସମୁଦ୍ର ପତ୍ତନ ବଢ଼ିବାରେ ଅଙ୍କୁଶ ନ ଲାଗିଲେ ଏହା ପ୍ରଥମ ଦେଶ ଭାବେ ଜଳମଗ୍ନ ହେବାର ସମ୍ଭାବନା ରହିଥିବା କେଜ୍‌ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇ, ସଙ୍ଗୀତ ମାଧ୍ୟମରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କ୍ଷେତ୍ରରେ ଡ. ରିକି ଜି. କେଜଙ୍କ ପ୍ରଶଂସନୀୟ କାର୍ଯ୍ୟ ପାଇଁ ତାଙ୍କୁ ସାଧୁବାଦ ଜଣାଇଥିଲେ। ଏଥିସହ ସେ ତାଙ୍କୁ ଓଡ଼ିଆରେ ସଙ୍ଗୀତରେ ସ୍ବର ଦେବାକୁ ଅନୁରୋଧ କରିଥିଲେ। ଏହି ଅବସରରେ କୃଷି ଏବଂ କୃଷକ ସଶକ୍ତୀକରଣ ମନ୍ତ୍ରୀ, ଯୋଜନା ଏବଂ ସଂଯୋଜନ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିକ୍ଷା, କଳା, ସଂସ୍କୃତି, ସାହିତ୍ୟ, ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଏହି ଲେକ୍‌ଚରରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri