‘ସଙ୍ଗୀତ ଲୋକଙ୍କ ଭାବପ୍ରବଣତାକୁ ସ୍ପର୍ଶ କରେ’

ଭୁବନେଶ୍ୱର, ୫।୭(ବ୍ୟୁରୋ):ଓଡ଼ିଶା ନଲେଜ୍‌ ହବ୍‌ ଲେକ୍‌ଚର ସିରିଜ୍‌ ସୋମବାର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ୨୦୧୬ରୁ ବିଭିନ୍ନ କ୍ଷେତ୍ରରେ ନୂତନ ତଥା ଉଦୀୟମାନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଓଡ଼ିଶା ନଲେଜ୍‌ ହବ୍‌ (ଓକେଏଚ୍‌) ଲେକ୍‌ଚର ସିରିଜ୍‌ ଆୟୋଜନ କରିଆସୁଛନ୍ତି। ସୋମବାର ଏହି କାର୍ଯ୍ୟକ୍ରମରେ ଦୁଇଥର ଗ୍ରାମୀ ପୁରସ୍କାରପ୍ରାପ୍ତ ଭାରତୀୟ ସଂଗୀତକାର ତଥା ପରିବେଶବିତ୍‌ ଡ. ରିକି ଜି. କେଜ ଯୋଗଦେଇଥିଲେ। ପରିବେଶ ତଥା ନିରନ୍ତରତା ଉପରେ ପିଲାଙ୍କ ପାଇଁ ସଙ୍ଗୀତ-‘ମାଇଁ ଆର୍ଥ ସଙ୍ଗସ୍‌’ ଉପରେ ସେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଙ୍ଗୀତ ଲୋକଙ୍କ ଭାବପ୍ରବଣତାକୁ ସ୍ପର୍ଶ କରେ। ବିଶେଷକରି ଯୁବକ ଏବଂ ଭାବପ୍ରବଣ ମନକୁ ଆନ୍ଦୋଳିତ କରେ ଓ ସମସ୍ତ ଜୀବଙ୍କ ପ୍ରତି ସେମାନଙ୍କ ମନୋଭାବରେ ପରିବର୍ତ୍ତନ ଆଣେ। ଓଡ଼ିଶାର ସୌନ୍ଦର୍ଯ୍ୟ ଏବଂ ମହାନତାକୁ ପ୍ରଶଂସା କରି କେଜ୍‌ ନିଜର ସଙ୍ଗୀତ କ୍ୟାରିୟରର ଯାତ୍ରା ଏବଂ ସଙ୍ଗୀତ ପ୍ରକୃତି ସହ କିପରି ଜଡ଼ିତ ହେଲେ ସେ ବିଷୟରେ ବର୍ଣ୍ଣନା କରିଥିଲେ। ଜଳବାୟୁ ପରିବର୍ତ୍ତନ ଉପରେ ସେ ନିଜର ଅଭିଜ୍ଞତା ଉପସ୍ଥାପନ କରିବା ସହ କିରିବାଟି ଦ୍ୱୀପ ଦେଶର ଉଦାହରଣ ଦେଇ କହିଲେ, ବର୍ତ୍ତମାନର କାର୍ବନ ନିର୍ଗମନର ଗତି ସ୍ଥିର ନ ହେଲେ ଓ ସମୁଦ୍ର ପତ୍ତନ ବଢ଼ିବାରେ ଅଙ୍କୁଶ ନ ଲାଗିଲେ ଏହା ପ୍ରଥମ ଦେଶ ଭାବେ ଜଳମଗ୍ନ ହେବାର ସମ୍ଭାବନା ରହିଥିବା କେଜ୍‌ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇ, ସଙ୍ଗୀତ ମାଧ୍ୟମରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କ୍ଷେତ୍ରରେ ଡ. ରିକି ଜି. କେଜଙ୍କ ପ୍ରଶଂସନୀୟ କାର୍ଯ୍ୟ ପାଇଁ ତାଙ୍କୁ ସାଧୁବାଦ ଜଣାଇଥିଲେ। ଏଥିସହ ସେ ତାଙ୍କୁ ଓଡ଼ିଆରେ ସଙ୍ଗୀତରେ ସ୍ବର ଦେବାକୁ ଅନୁରୋଧ କରିଥିଲେ। ଏହି ଅବସରରେ କୃଷି ଏବଂ କୃଷକ ସଶକ୍ତୀକରଣ ମନ୍ତ୍ରୀ, ଯୋଜନା ଏବଂ ସଂଯୋଜନ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିକ୍ଷା, କଳା, ସଂସ୍କୃତି, ସାହିତ୍ୟ, ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଏହି ଲେକ୍‌ଚରରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri