୫୦ଲକ୍ଷ ଟଙ୍କା ପାଇଁ ନାବାଳକଙ୍କୁ ହତ୍ୟା: ୨ ଅଭିଯୁକ୍ତ ଗିରଫ

ବ୍ରଜରାଜନଗର,୨୯ା୩ (ଡି.ଏନ୍‌.ଏ.): ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ସରବହାଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବାସ କରୁଥିବା ସୁମିତ ଅଗ୍ରଓ୍ବାଲଙ୍କ ପୁଅ ସମର୍ଥ ଅଗ୍ରଓ୍ବାଲ (୧୫)ଙ୍କୁ ୫୦ଲକ୍ଷ ଟଙ୍କା ପାଇଁ ହତ୍ୟା କରାଯାଇଛି। ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଝାରସୁଗୁଡ଼ା ସଦର ଥାନା ଅଧୀନ ବିଜୁ ନଗରର ଅମିତ କୁମାର ଶର୍ମା ଓ ବ୍ରଜରାଜନଗର ଥାନା ଅଧୀନ ଗାନ୍ଧୀ ଛକ ଅଞ୍ଚଳର ଦିନେଶ ଅଗ୍ରୱାଲ। ଏ ସମ୍ପର୍କରେ ବୁଧବାର ଏକ ଖବରଦାତା ସମ୍ମିଳନୀ କରି ଝାରସୁଗୁଡ଼ା ଏସ୍‌ପି ପରମର ସ୍ମିଥ ପୁରୁଷୋତ୍ତମ ଦାସ ସୂଚନା ଦେଇଛନ୍ତି।
ଏସ୍‌ପି ଦାସଙ୍କ ସୂଚନା ଅନୁଯାୟୀ, ସରବାହଲରେ ରହୁଥିବା ସମର୍ଥ ସବୁଦିନ ଭଳି ସୋମବାର ଅପରାହ୍ନରେ ନିଜ ସ୍କୁଟି ଧରି ଖେଳିବାକୁ ଯାଇଥିଲେ। ବାଟରେ ତାଙ୍କ ପରିବାରର ସମ୍ପର୍କୀୟ ଅମିତ ତାଙ୍କ ସ୍କୁଟିରେ ବସି ଯାଇଥିଲେ। କିଛିବାଟ ଯିବା ପରେ ଅମିତଙ୍କ ସହଯୋଗୀ ଦିନେଶଙ୍କ ସହିତ ମିଶି ସମର୍ଥଙ୍କୁ ଅପହରଣ କରିଥିଲେ। ଏଣେ ସନ୍ଧ୍ୟା ପରେ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତାରେ ରହିଥିଲେ। ଫୋନ କରିଥିଲେ ମଧ୍ୟ ସମର୍ଥଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ରହିଥିବାରୁ ପରିବାରର ଚିନ୍ତା ବଢ଼ିଯାଇଥିଲା। ରାତି ୯ଟା ସମୟରେ ସମର୍ଥଙ୍କ ମୋବାଇଲରୁ ଫୋନ ଆସିଥିଲା। ୫୦ଲକ୍ଷ ଟଙ୍କା ଦେଇ ପୁଅକୁ ନେଇଯାଅ ବୋଲି ଅଭିଯୁକ୍ତମାନେ ଫୋନ୍‌ରେ କହିଥିଲେ। ଫୋନ କଲ୍‌ ପାଇବା ପରେ ପରିବାର ସଦସ୍ୟ ତୁରନ୍ତ ଝାରସୁଗୁଡ଼ା ଟାଉନ ଥାନାରେ ଅଭଯୋଗ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ଗୋଟି ଟିମ୍‌ କରି ପ୍ରଥମେ ପଡୋଶୀ ଜିଲାରେ ତଦନ୍ତ କରିଥିଲା। ଅଭିଯୁକ୍ତମାନେ ପୋଲିସର ଗତିବିଧି ଉପରେ ନଜର ରଖି ସମର୍ଥଙ୍କୁ ହତ୍ୟା କରି ବରଗଡ଼ ଜିଲାର ଭେଡେନ ଥାନା ଅଞ୍ଚଳରେ ପୋଡ଼ିଦେଇଥିଲେ। ତେବେ ପୋଲିସ କୌଣସି ସୂତ୍ରରୁ ଜାଣିପାରି ଅଭିଯୁକ୍ତ ଦ୍ୱୟଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ହତ୍ୟାର କାରଣ ଟଙ୍କା ନା ପାରିବାରିକ ଶତ୍ରୁତା ତାହା ପୋଲିସ ସ୍ପଷ୍ଟ ହୋଇନାହିଁ। ଏମାନଙ୍କ ସହିତ ଆଉକେହି ସମ୍ପୃକ୍ତ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ତେବେ ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଏସ୍‌ପି ଦାସ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦ୍ବୟ ଦୋଷ ସ୍ବୀକାର କରିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri