ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସୋମବାର ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମୃତ ଯୁବକ ହେଲେ ଚଢିଆ ପଲ୍ଲୀ ଗ୍ରାମର ଲୋଚନ ବେହେରା (୩୫)। ଜଗନ୍ନାଥ ପ୍ରସାଦ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଛନ୍ତି ।
ଜଗନ୍ନାଥ ପ୍ରସାଦ ଅଧିକାରୀ ପ୍ରମୋଦ କୁମାର ଲେଙ୍କା, ବୁଗୁଡ଼ା ଥାନା ଅଧିକାରୀ ସୂଂଧାଂଶୁ ଶେଖର ମାନ୍ଧାତା, T ପ୍ରମିଳା , ପ୍ରିୟ ରଞ୍ଜନ ମିଶ୍ର, ବେଲଗୁଣ୍ଠା ଓ ଜଗନ୍ନାଥ ପ୍ରସାଦ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜଗନ୍ନାଥ ପ୍ରସାଦ ଥାନା ଥାନା କେଶ ନଂ ୧୧୨/୨୬ ପ୍ରକାରେ ଏକ ହତ୍ୟା ମାମଲା ରୁଜୁ କରିଛି। ପରିବାର କହିବା ପ୍ରକାରେ ଲୋଚନ ଗତକାଲି ମଧ୍ୟାହ୍ନ ୩ଟା ରେ ଘରୁ ବାହାରି ଯାଇଥିଲେ । ଘରକୁ ଫେରିବା ପୂର୍ବରୁ ସ୍ତ୍ରୀ ସହ କଥା ହୋଇଥିଲେ । ହେଲେ ବିଳମ୍ବିତ ରାତି ଯାଏଁ ନଆସିବାରୁ ସ୍ତ୍ରୀ ବାରମ୍ବର ଫୋନ୍ କରିଥିଲେ ହେଁ ଫୋନ ସ୍ବିଚଅଫ୍ ଆସିଥିଲା ।
ସକାଳ ସମୟରେ ଗୁପ୍ତପଲ୍ଲୀ ଗ୍ରାମ ଲୋକ ଗ୍ରାମର ରାସ୍ତା କଡେ ପାଣି ଟାଙ୍କି ନିକଟରେ ଜଣ ଯୁବକ ମୃତଦେହ ପଡ଼ିଥିବା ପୋଲିସକୁ ସୂଚନା ଦେବା ସହ ଲୋଚନଙ୍କ ପରିଚିତ ଲୋକେ ଚିହ୍ନିପାରି ପୋଲିସକୁ ଖବର ଦେଇଥିଲେ । ତାଙ୍କୁ କେହି ଆକ୍ରମଣ କରି ବା ସହ କେହି ତାଙ୍କର ଆଖି ତାଡି ଦେଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଖବର ସଂଗ୍ରହ ସୁଦ୍ଧା ପୋଲିସ କିଛି ଲୋକଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ଜୁଆ ଖେଳ କିମ୍ବା ମଦ୍ୟ ପାନକୁ ନେଇ ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ପୋଲିସ ଅନୁମାନ କରିଛି। ତଦନ୍ତ ଜାରି ରହିଛି । ଖୁବ ଶୀଘ୍ର ହତ୍ୟାର କାରଣ ଓ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା କହିଛନ୍ତି ।

