ଗଳା କାଟି ପଥରରେ ଛେଚିଦେଲେ

ଖୋର୍ଦ୍ଧା ଅଫିସ, ୧୭।୯: ଖୋର୍ଦ୍ଧାରେ ଜଣେ ଯୁବକଙ୍କୁ ଗଳା କାଟିବା ପରେ ପଥରରେ ଛେଚି ବୀଭତ୍ସ ହତ୍ୟା କରାଯାଇଛି । ଶନିବାର ଜଟଣୀ ଥାନା ମିଲ୍‌ପୋଖରୀ ନିକଟରୁ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ଗଜପତି ନଗର ଅଞ୍ଚଳର ଜି.ଈଶ୍ବର ରାଓ ।
ଈଶ୍ବର ୩ ଦିନ ହେବ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ତନାଘନା ଆରମ୍ଭ କରିଛି।
ମଦ ପିଇବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ସାଙ୍ଗ ମଦନିଶାରେ ଧାରୁଆ ବ୍ଲେଡରେ ବେକକୁ କାଟି ପଥରରେ ଛେଚି ଫେରାର ହୋଇଯାଇଥିବା ଈଶ୍ୱରଙ୍କ ଭାଇ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୋଲିସ ଈଶ୍ୱରଙ୍କ ସାଙ୍ଗକୁ ଧରି ପଚରାଉଚରା କରିଥିଲା। ଏହି ସମୟରେ ସେ ସମସ୍ତ ଘଟଣା ସ୍ବୀକାର କରିଥିବା ପୋଲିସ ସୂଚନା ଦେଇଥିଲା।