Categories: ଅପରାଧ

ହସ୍ପିଟାଲରେ ହତ୍ୟାକାଣ୍ଡ: ରୋଗୀକୁ ପିଟି ପିଟି ମାରିଲେ ରୋଗୀ

ରାଞ୍ଚି, ୨୪।୮: ହସ୍ପିଟାଲରେ ହତ୍ୟାକାଣ୍ଡ। ଜଣେ ବୃଦ୍ଧ ରୋଗୀକୁ ପିଟି ପିଟି ମାରିଦେଇଛନ୍ତି ଚିକିତ୍ସିତ ହେବାକୁ ଆସିଥିବା ଅନ୍ୟଜଣେ ରୋଗୀ। ଏଭଳି ଏକ ଅଭାବନୀୟ ଘଟଣା ଝାଡ଼ଖଣ୍ଡ ଚତରା ସଦର ହସ୍ପିଟାଲରେ ଘଟିଯାଇଛି। ମୃତ୍ୟୁବରଣ କରିଥିବା ରୋଗୀଙ୍କ ନାମ ଦଢନ ଭୂୟଁା। ଅସୁସ୍ଥତା କାରଣରୁ ସେ ଅଗଷ୍ଟ ୨୦ରେ ଚିକିତ୍ସିତ ହେବା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅପରପକ୍ଷରେ ଅଭିଯୁକ୍ତ ବିଜୟ ଜୁଲାଇ ୨୯ରୁ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲା। ତେବେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କକୁ ନେଇ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବିଜୟଙ୍କୁ ହସ୍ପିଟାଲ ସୁରକ୍ଷାକର୍ମୀ କାବୁ କରି ପୋଲିସ ଜିମା ଦେଇଛନ୍ତି। ତେବେ ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କ ପରିବାର ଅଭିଯୋଗ କରିଛନ୍ତି, ଯେତେବେଳେ ଏହି ଅଘଟଣ ଘଟିଥିଲା ସେତେବେଳେ ହସ୍ପିଟାଲ ସୁରକ୍ଷାକର୍ମୀ ନିରବଦ୍ରଷ୍ଟା ସାଜିଥିଲେ। ଯାହା ଫଳରେ ଏତେବଡ଼ ଅଘଟଣ ଘଟିଗଲା। ପୋଲିସ ଘଟଣାର ତଦନ୍ତ ଚଳାଇଛି।