Posted inଜାତୀୟ

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲା, ୩ ଡାକ୍ତର- ପୋଲିସ ଅଧିକାରୀ ଗିରଫ…

ଗୁଆହାଟି,୮।୧୧ : ଆସାମର ଡାରଙ୍ଗ ଜିଲାରେ ଜଣେ ୧୩ ବର୍ଷର ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ପାଇଁ ଜଣେ ପୋଲିସ ସେବା ଅଧିକାରୀ ଏବଂ ତିନିଜଣ ସରକାରୀ ଡାକ୍ତରଙ୍କୁ ସିଆଡି ପକ୍ଷରୁ ଗିରଫ କରାଯାଇଛି। ଘରୋଇ ସହାୟିକା ଭାବରେ କାମ କରୁଥିବା ପୀଡିତା ନାବାଳିକା ଜୁନ ମାସରେ ତାଙ୍କ ମାଲିକଙ୍କ ଘରେ ଫାଶିରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଅଗଷ୍ଟରେ ନିଲମ୍ବିତ ହୋଇଥିବା ଡାରଙ୍ଗର ଅତିରିକ୍ତ ପୋଲିସ ଅଧୀକ୍ଷକ ରୂପମ ଫୁକନଙ୍କୁ ମଙ୍ଗଳବାର ଡ୍ୟୁଟିରେ ଅବହେଳା ଅଭିଯୋଗରେ ଗିରଫ କରାଯାଇଛି।

ସିଆଇଡି ରିପୋର୍ଟରେ କୁହାଯାଇଛି ଯେ ପୀଡିତାଙ୍କ ମୃତଦେହର ପ୍ରଥମ ପୋଷ୍ଟମର୍ଟମ କରିଥିବା ମଙ୍ଗଲଦାଇ ସିଭିଲ ହସପିଟାଲର ତିନିଜଣ ଡାକ୍ତର ଅରୁଣ ଚନ୍ଦ୍ର ଡେକା, ଅଜନ୍ତା ବୋରଦୋଲାଇ ଏବଂ ଅନୁପମ ଶର୍ମାଙ୍କୁ ଗିରଫ କରାଯାଇଛି। ପରେ ମୃତଦେହକୁ ପୁଣି ବାହାର କରାଯାଇ ଦ୍ୱିତୀୟ ପୋଷ୍ଟମର୍ଟମ କରାଯାଇଥିଲା। ଗିରଫ ଅତିରିକ୍ତ ଏସପି ଏବଂ ତତ୍କାଳୀନ ଡାରଙ୍ଗର ଏସପିଙ୍କ ଘରେ ମଧ୍ୟ ତଲାସୀ ଚାଲିଛି।

ଝିଅଟି ପୂର୍ବରୁ କାମ କରୁଥିବା ଦମ୍ପତିଙ୍କୁ ମଧ୍ୟ ଗିରଫ କରାଯାଇଛି। କିନ୍ତୁ ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ପୋଲିସ ଏହାର ସଠିକ ଅନୁସନ୍ଧାନ କରିବାକୁ ପ୍ରସ୍ତୁତ ନୁହେଁ। ଅଗଷ୍ଟ ୧୨ ରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସୋନୀତପୁର ଜିଲାରେ ଥିବା ନାବାଳିକାଙ୍କ ପରିବାରକୁ ଯାଇଥିଲେ ଏବଂ ଏହାର କିଛି ସମୟ ପରେ ଡାରଙ୍ଗ ଏସପି ରାଜମୋହନ ରୟ, ଅତିରିକ୍ତ ଏସପି ରୂପମ ଫୁକନ ଏବଂ ତତ୍କାଳୀନ ଧୁଲା ପୋଲିସ ଷ୍ଟେଶନ ଦାୟିତ୍ୱରେ ଥିବା ଉତ୍କଳ ବୋରାଙ୍କୁ ନିଲମ୍ବିତ କରାଯାଇଥିଲା। ସିଆଡି ପୂର୍ବରୁ ବୋରାଙ୍କୁ ଗିରଫ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri