ହତ୍ୟା ଉଦ୍ୟମ ଘଟଣା: ଜେଲ ଗଲେ ୪ ଅଭିଯୁକ୍ତ ୨ ବାଇକ୍‌, ଲୁହା ଛଡ଼ ଜବତ

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଏକ ହତ୍ୟା ଉଦ୍ୟମ ମାମଲାରେ ଶୁକ୍ରବାର ପାଟପୁର ଥାନା ଡୋଳବ ଗ୍ରାମର ତୋଫାନ ଗୌଡ଼, ମନୋଜ ରାଉଳ, ଜଗନ୍ନାଥ ପ୍ରଧାନ ଓରଫ ଜଗା ଏବଂ ଶିବ ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଯାଇଛି। ତୋଫାନ ଏବଂ ମନୋଜଙ୍କ ନିକଟରୁ ଘଟଣାରେ ବ୍ୟବହୃତ ୨ ବାଇକ୍‌ ଓ ଲୁହାଛଡ଼ ଜବତ କରାଯାଇଛି। ଖବରରୁ ଜଣାପଡିଛି, ଗତ ୬ ତାରିଖ ରାତି ପ୍ରାୟ ସାଢେ ୯ ଟାରେ ଦିଗପହଣ୍ଡି ଥାନା ଛଣମେରି ଗ୍ରାମର ସ୍ମୃତି ଦିପନ ପ୍ରଧାନ ତାଙ୍କ ଘର ପିଣ୍ଡାରେ ବସିଥିବା ବେଳେ ଡୋଳବ ଗ୍ରାମର ୧୨ ଯୁବକ ୫ଟି ବାଇକ୍‌ରେ ଆସି ସ୍ମୃତି ଦିପନଙ୍କୁ ଆପତ୍ତିଜନକ ଭାଷାରେ ଗାଳିଗୁଲଜ କରିଥିଲେ। ତୋ ଭାଇ ସଚିନକୁ ଡାକି ଆଣେ ବୋଲି କହିଥିଲେ। କଣ ପାଇଁ କହିବାରୁ ତୋଫାନ ଏକ ଲୁହାଛଡ଼ରେ ତାଙ୍କ ମୁଣ୍ଡକୁ ପିଟି ହତ୍ୟା ଉଦ୍ୟମ କରିଥିଲେ। ପାଟିଶୁଣି ସ୍ମୃତି ଦିପନଙ୍କ ମା’ ସେବତୀ ସେଠାକୁ ଆସି କଣ ପାଇଁ ପୁଅକୁ ମାରୁଛ ବୋଲି ପଚାରିବାରୁ ତାଙ୍କୁ ସେମାନେ ଗାଳି କରି ଅସଦାଚରଣ କରି ତାଙ୍କୁ ମଧ୍ୟ ଲାଠିରେ ମାଡ଼ ମାରିଥିଲେ। ପଡୋଶୀ କୁନା ପ୍ରଧାନ ଦୌଡ଼ି ଆସି ଛଡାଇବାରୁ ଅଭିଯୁକ୍ତମାନେ ତାଙ୍କ ଗୋଡ଼କୁ ଲାଠିରେ ମାଡ଼ ମାରିଥିଲେ। ପରେ ତାଙ୍କ ଘର କବାଟକୁ ଲାଠି ଓ ଲୁହାଛଡ଼ରେ ବାଡ଼ାଇ ଭାଙ୍ଗି ଦେଇ ପରିବାରର ସମସ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ବହୁ ସଂଖ୍ୟକ ସାହି ପଡୋଶୀ ସେଠାକୁ ଦୌଡି ଆସିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଆହାତ ସ୍ମୃତି ଦିପନ ଏନେଇ ଥାନାରେ ଏତଲା ଦେବା ପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ନଂ.୩୨୬/୨୫ରେ ଏକ ମାମଲା ରୁଜୁ କରି ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରାଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଗତ ୨ ତାରିଖ ସନ୍ଧ୍ୟାରେ ଡୋଳବ ଗ୍ରାମରେ ଦୁଇ ଗୋଷ୍ଠୀର ଯୁବକ ଗଣେଶ ମେଢ଼ ଭସାଣିରେ ଡିଜେ ଲଗାଇ ଶୋଭାଯାତ୍ରା କରିଥିଲେ। ଗ୍ରାମର ବଟ ଛକରେ ଉଭୟ ଗୋଷ୍ଠୀ ମୁହାମୁହିଁ ହେବା ସହ ପରସ୍ପରଙ୍କୁ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ। ସେଥିରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଥିଲେ। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ ଏତଲା ଦେଇଥିଲେ। ଘଟଣା ଦିନ ସ୍ମୃତି ଦିପନଙ୍କ ଭାଇ ଡିଜେ ସାଉଣ୍ଡ ବକ୍ସ ଡୋଳବ ଗାଁକୁ ନେଇଥିବା ସହ ଗଣ୍ଡଗୋଳରେ ସାମିଲ ଥିବାରୁ ଅଭିଯୁକ୍ତମାନେ ଆକ୍ରୋଶ ରଖି ତାଙ୍କୁ ଆକ୍ରମଣ ପାଇଁ ଯାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri