ହତ୍ୟା ଉଦ୍ୟମ ଘଟଣା: ଜେଲ ଗଲେ ୪ ଅଭିଯୁକ୍ତ ୨ ବାଇକ୍‌, ଲୁହା ଛଡ଼ ଜବତ

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଏକ ହତ୍ୟା ଉଦ୍ୟମ ମାମଲାରେ ଶୁକ୍ରବାର ପାଟପୁର ଥାନା ଡୋଳବ ଗ୍ରାମର ତୋଫାନ ଗୌଡ଼, ମନୋଜ ରାଉଳ, ଜଗନ୍ନାଥ ପ୍ରଧାନ ଓରଫ ଜଗା ଏବଂ ଶିବ ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଯାଇଛି। ତୋଫାନ ଏବଂ ମନୋଜଙ୍କ ନିକଟରୁ ଘଟଣାରେ ବ୍ୟବହୃତ ୨ ବାଇକ୍‌ ଓ ଲୁହାଛଡ଼ ଜବତ କରାଯାଇଛି। ଖବରରୁ ଜଣାପଡିଛି, ଗତ ୬ ତାରିଖ ରାତି ପ୍ରାୟ ସାଢେ ୯ ଟାରେ ଦିଗପହଣ୍ଡି ଥାନା ଛଣମେରି ଗ୍ରାମର ସ୍ମୃତି ଦିପନ ପ୍ରଧାନ ତାଙ୍କ ଘର ପିଣ୍ଡାରେ ବସିଥିବା ବେଳେ ଡୋଳବ ଗ୍ରାମର ୧୨ ଯୁବକ ୫ଟି ବାଇକ୍‌ରେ ଆସି ସ୍ମୃତି ଦିପନଙ୍କୁ ଆପତ୍ତିଜନକ ଭାଷାରେ ଗାଳିଗୁଲଜ କରିଥିଲେ। ତୋ ଭାଇ ସଚିନକୁ ଡାକି ଆଣେ ବୋଲି କହିଥିଲେ। କଣ ପାଇଁ କହିବାରୁ ତୋଫାନ ଏକ ଲୁହାଛଡ଼ରେ ତାଙ୍କ ମୁଣ୍ଡକୁ ପିଟି ହତ୍ୟା ଉଦ୍ୟମ କରିଥିଲେ। ପାଟିଶୁଣି ସ୍ମୃତି ଦିପନଙ୍କ ମା’ ସେବତୀ ସେଠାକୁ ଆସି କଣ ପାଇଁ ପୁଅକୁ ମାରୁଛ ବୋଲି ପଚାରିବାରୁ ତାଙ୍କୁ ସେମାନେ ଗାଳି କରି ଅସଦାଚରଣ କରି ତାଙ୍କୁ ମଧ୍ୟ ଲାଠିରେ ମାଡ଼ ମାରିଥିଲେ। ପଡୋଶୀ କୁନା ପ୍ରଧାନ ଦୌଡ଼ି ଆସି ଛଡାଇବାରୁ ଅଭିଯୁକ୍ତମାନେ ତାଙ୍କ ଗୋଡ଼କୁ ଲାଠିରେ ମାଡ଼ ମାରିଥିଲେ। ପରେ ତାଙ୍କ ଘର କବାଟକୁ ଲାଠି ଓ ଲୁହାଛଡ଼ରେ ବାଡ଼ାଇ ଭାଙ୍ଗି ଦେଇ ପରିବାରର ସମସ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ବହୁ ସଂଖ୍ୟକ ସାହି ପଡୋଶୀ ସେଠାକୁ ଦୌଡି ଆସିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଆହାତ ସ୍ମୃତି ଦିପନ ଏନେଇ ଥାନାରେ ଏତଲା ଦେବା ପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ନଂ.୩୨୬/୨୫ରେ ଏକ ମାମଲା ରୁଜୁ କରି ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରାଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଗତ ୨ ତାରିଖ ସନ୍ଧ୍ୟାରେ ଡୋଳବ ଗ୍ରାମରେ ଦୁଇ ଗୋଷ୍ଠୀର ଯୁବକ ଗଣେଶ ମେଢ଼ ଭସାଣିରେ ଡିଜେ ଲଗାଇ ଶୋଭାଯାତ୍ରା କରିଥିଲେ। ଗ୍ରାମର ବଟ ଛକରେ ଉଭୟ ଗୋଷ୍ଠୀ ମୁହାମୁହିଁ ହେବା ସହ ପରସ୍ପରଙ୍କୁ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ। ସେଥିରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଥିଲେ। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ ଏତଲା ଦେଇଥିଲେ। ଘଟଣା ଦିନ ସ୍ମୃତି ଦିପନଙ୍କ ଭାଇ ଡିଜେ ସାଉଣ୍ଡ ବକ୍ସ ଡୋଳବ ଗାଁକୁ ନେଇଥିବା ସହ ଗଣ୍ଡଗୋଳରେ ସାମିଲ ଥିବାରୁ ଅଭିଯୁକ୍ତମାନେ ଆକ୍ରୋଶ ରଖି ତାଙ୍କୁ ଆକ୍ରମଣ ପାଇଁ ଯାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri