ପ୍ରସ୍ତାବରେ ଅଟକିଛି ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା

ଛତ୍ରପୁର,୧୨ା୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ଏନଏସି ୧୯୫୫ରେ ଗଠନ ହୋଇଥିଲା। ତେବେ ଏହାକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରିଚାଲିଛନ୍ତି। ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଖୁବ୍‌ଶୀଘ୍ର ପ୍ରଦାନ କରିବେ ବୋଲି ବ୍ରହ୍ମପୁର ଏମ୍‌ପି କହିଥିଲେ। ଏପରିକି ସେତେବେଳେ ତତ୍କାଳୀନ ଜିଲାପାଳ ମଧ୍ୟ ଏନେଇ ଦୃଢୋକ୍ତି ବାଢିଥିଲେ। ମାତ୍ର ପୌର ନିର୍ବାଚନ ସରିବାର ବର୍ଷେ ବିତିଥିଲେ ମଧ୍ୟ ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାରେ ପଛଘୁଞ୍ଚା ଦିଆଚାଲିଛି। ଅପରପକ୍ଷରେ ଛତ୍ରପୁର ଏନଏସି ଅଧ୍ୟକ୍ଷା ପଦବୀ ଶାସକ ଦଳ ବିଜେଡି ହାତରୁ ଖସିଯାଇଥିଲା। ପୂର୍ବରୁ ଏହି ପଦବୀ ବିଜେଡି ହାତରେ ଥିବାବେଳ ଭାଜପା ପ୍ରାର୍ଥିନୀ ଏନଏସି ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ତଥାପି ଶାସକ ଦଳ କିମ୍ବା ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଉଚିତ୍‌ ମଣିନଥିବା ସ୍ପଷ୍ଟ ଅନୁମେୟ ହେଉଛି। ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ମିଳିବାରେ ସମସ୍ତ ମାନଦଣ୍ଡ ପୂରଣ କରୁଛି। ମାତ୍ର ଏ ଦିଗରେ ପଦକ୍ଷେପ ନିଆଯାଉନି। ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଛତ୍ରପୁର ସମେତ ୩ ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାକୁ ହାଇକୋର୍ଟରେ ପିଟିଶନ ଦାଖଲ କରିଥିଲେ। ଏହାର ଶୁଣାଣି କରି ୩ ମାସ ମଧ୍ୟରେ ମ୍ୟୁନିସିପାଲିଟି ଭାବେ ଘୋଷଣା କରିବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ୨୦୧୯ ଅଗଷ୍ଟ ୫ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶନାମାକୁ ଏବେ ୪ ବର୍ଷ ବିତିବାକୁ ବସିଥିବା ବେଳେ ଏହାକୁ ସରକାର କାର୍ଯ୍ୟକାରୀ କରିନାହାନ୍ତି। ହାଇକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସେତେବେଳେ ତକତ୍ାଳୀନ ଗଞ୍ଜାମ ଜିଲାପାଳଙ୍କୁ ତଥ୍ୟ ମଗାଯାଇଥିଲା। ଏହାପରେ ଜିଲାପାଳ ମଧ୍ୟ ସମସ୍ତ ତଥ୍ୟ ପଠାଇଥିଲେ ା ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ ଅନୁଯାୟୀ, ମ୍ୟୁନିସିପାଲିଟି ଘୋଷଣା ପାଇଁ ଉକ୍ତ ସହରର ଜନସଂଖ୍ୟା ୨୫ ହଜାର କିମ୍ବା ତା‘ଠାରୁ ଅଧିକ ହେବା ଆବଶ୍ୟକ। ମିଳିଥିବା ସୂଚନା ଅନୁସାରେ ୨୦୧୧ ଜନଗଣନା ଅନୁସାରେ ଏହାର ଜନସଂଖ୍ୟା ୨୨ ହଜାର ୨୭ ଥିଲା। ନିକଟବର୍ତ୍ତୀ ପଞ୍ଚାୟତର ଗାଁକୁ ମିଶାଇଲେ ଏହି ଜନସଂଖ୍ୟା ଆବଶ୍ୟକଠାରୁ ଅଧିକ ହେଉଥିବା ଜଣାପଡିଛି। ଜିଲାପାଳଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଓ ପ୍ରସ୍ତାବ ଅନୁସାରେ ନିକଟବର୍ତ୍ତୀ ୨ ପଞ୍ଚାୟତର ୨ଟି ଗାଁ ଛତ୍ରପୁର ଏନଏସିରେ ମିଶାଯିବ ଏବଂ ମ୍ୟୁନସିପାଲିଟି ଗଠନ ହୋଇପାରିବ। ଅଗସ୍ତିନୂଆଗାଁ ପଞ୍ଚାୟତର ଜିଏନ୍‌ପାଲମ ଓ କଣମଣା ପଞ୍ଚାୟତର ପୁରୁଣା ଛତ୍ରପୁର ମିଶ୍ରଣ ପାଇଁ ସେତେବେଳେ ପଞ୍ଚାୟତ ପକ୍ଷରୁ ସମ୍ମତି ପତ୍ର ଦିଆଯାଇଥିଲା। ଏହାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା। ଛତ୍ରପୁର ନାଗରିକ କମିଟି ଓ ଓକିଲ ସଂଘ ପକ୍ଷରୁ ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାକୁ ଦାବି ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri