ଖୋର୍ଦ୍ଧା ପୌରାଧ୍ୟକ୍ଷା ଆସନ ଦୌଡ଼ରେ ୨ ବିଧାୟକଙ୍କ ସମ୍ପର୍କୀୟ

ଖୋର୍ଦ୍ଧା ଅଫିସ,୩ା୩: ପୌର ନିର୍ବାଚନ ପାଇଁ ବୁଧବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ବର୍ଷ ପରେ ପୌର ନିର୍ବାଚନ ହେବାକୁ ଯାଉଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଛି। ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଯାଇଥିବାରୁ କିଏ ଦଳୀୟ ପ୍ରାର୍ଥୀ ହେବେ, ସେନେଇ ଜୋରଦାର ଅଙ୍କକଷା ଚାଲିଛି। ତେବେ ପୌର ନିର୍ବାଚନରେ ବିରୋଧୀ କେତେ ପ୍ରଭାବ ଦେଖାଇପାରିବେ ତାହା ଏବେଠୁ କହିବା କଷ୍ଟକର। କାରଣ, ସଦ୍ୟ ସମାପ୍ତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିରୋଧୀ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ ହୋଇଛନ୍ତି। ସବୁଠି ଶାସକ ଦଳ ବିଜେଡି ବାଜି ମାରିନେଇଛି। ଖୋର୍ଦ୍ଧା ଜିଲାରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ରଣନୀତି ଫେଲ୍‌ ମାରିଛି। ୩୦ରୁ ୨୮ ଜିଲା ପରିଷଦ ଆସନରେ ବିଜେଡି ଏକତରଫା ଭାବେ ବିଜୟ ଲାଭ କରିଛି। ଏଣୁ ଏହି ଫଳାଫଳ ପୌର ନିର୍ବାଚନରେ ପ୍ରଭାବ ପକାଇବ ଏବଂ ବିଜେଡି ପୁଣି ବାଜିମାତ୍‌ କରିବ ବୋଲି ଚର୍ଚ୍ଚା ହେଉଛି।

ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହାନ୍ତି। ବିଜେଡି ଟିକେଟ ପାଇଁ ଦଳୀୟ ନେତା ଓ ବିଧାୟକଙ୍କ ନିକଟରେ କର୍ମୀଙ୍କ ଲମ୍ବାଧାଡ଼ି ଲାଗୁଛି। ପ୍ରତି ୱାର୍ଡରେ ୪ରୁ ୫ଜଣ ଆଶାୟୀ ରହିଛନ୍ତି। ଏପରି କି କେତେଜଣ ଆଶାୟୀ ଦଳୀୟ ନେତାଙ୍କ ଫଟୋ ଥାଇ ପୋଷ୍ଟର ଓ ବ୍ୟାନର ମାରିସାରିଲେଣି। ଅନ୍ୟ କେତେଜଣ ସମସ୍ୟା ସବୁ ସମାଧାନ କରିଦେବେ ବୋଲି କହି ବୁଲିଲେଣି। ତେଣୁ ରାଜନୀତି ପାଣିପାଗ ଉଷ୍ମ ହେବାରେ ଲାଗିଛି। ବିଜେଡି ପକ୍ଷରୁ ତାଲିକା ଚୂଡ଼ାନ୍ତ ହୋଇ ନ ଥିଲେ ବି ପ୍ରତି ୱାର୍ଡରୁ ୩ଜଣ ନାମ ସଭାପତିଙ୍କ ପାଖକୁ ପଠାଯାଇଛି। ସେଠାରୁ ନିର୍ଦ୍ଦେଶ କ୍ରମେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ସେହିପରି କଂଗ୍ରେସ ଓ ଭାଜପା ମଧ୍ୟ ନୀରବ ରହିଛି।
ଏଥର ପୌରାଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ସିଧାସଳଖ ଭୋଟ ହେବ। ତେଣୁ ଏହି ପଦବୀ ଲାଗି ବିଜେଡିରେ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। କେତେଜଣ ବରିଷ୍ଠ କର୍ମୀ ନିଜ ସ୍ତ୍ରୀ, ଝିଅ କିମ୍ବା ସମ୍ପର୍କୀୟଙ୍କ ପାଇଁ ଲବି କରୁଥିବା ଜଣାପଡ଼ିଛି। ପୌରାଧ୍ୟକ୍ଷା ପଦବୀ ପାଇଁ ୧୫ରୁ ଊର୍ଦ୍ଧ୍ୱ ଆଶାୟୀ ରହିଥିବା ସୂଚନା ମିଳିଛି। ସେହିପରି ଏହି ଦୌଡ଼ର ଆଗ ଧାଡ଼ିରେ ଦୁଇ ବିଧାୟକଙ୍କ ପରିବାର ରହିଛନ୍ତି। ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସହଧର୍ମିଣୀ ସଂଯୁକ୍ତା ସାହୁ ୨୦୧୩ରେ ପୌରାଧ୍ୟକ୍ଷା ରହିଥିଲେ। ଚଳିତ ନିର୍ବାଚନରେ ପୁଣି ତାଙ୍କୁ ପୌରାଧ୍ୟକ୍ଷା ଆସନରେ ବସାଇବା ପାଇଁ ଯୋଜନା ଚାଲିଛି। ଅନ୍ୟପକ୍ଷରେ ପୋଖତ ରାଜନେତା ଭାବେ ପରିଚିତ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ମଧ୍ୟ ସହଧର୍ମିଣୀ ପ୍ରଫେସର ମମତା ଦେଙ୍କୁ ପୌରାଧ୍ୟକ୍ଷା ଆସନରେ ବସାଇବା ପାଇଁ ଲବି ଚଳାଇଥିବା ଶୁଣିବାକୁ ମିଳୁଛି। ତେବେ ଏ ନେଇ ସମ୍ପୃକ୍ତ ବିଧାୟକ ଦ୍ୱୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଦଳର ବିଭିନ୍ନ ସାଙ୍ଗଠନିକ ଦାୟିତ୍ୱରେ ଥିବା ବହୁ ବରିଷ୍ଠ କର୍ମୀ ମଧ୍ୟ ଟିକେଟ ଲାଗି ଲବି ଚଳାଇଛନ୍ତି। ଅନ୍ୟପଟେ ଭାଜପା ଓ କଂଗ୍ରେସ ବତ୍ତର୍ର୍ମାନ ନେତୃତ୍ୱବିହୀନ ହୋଇପଡ଼ିଥିବା ଓ ଦଳରେ କନ୍ଦଳ ଥିବା ଆଲୋଚନା ହେଉଛି। ତେଣୁ ଉଭୟ ଦଳ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ତାଲିକା ସ୍ଥିର ହୋଇ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri