ଖୋର୍ଦ୍ଧା ପୌରାଧ୍ୟକ୍ଷା ଆସନ ଦୌଡ଼ରେ ୨ ବିଧାୟକଙ୍କ ସମ୍ପର୍କୀୟ

ଖୋର୍ଦ୍ଧା ଅଫିସ,୩ା୩: ପୌର ନିର୍ବାଚନ ପାଇଁ ବୁଧବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ବର୍ଷ ପରେ ପୌର ନିର୍ବାଚନ ହେବାକୁ ଯାଉଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଛି। ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଯାଇଥିବାରୁ କିଏ ଦଳୀୟ ପ୍ରାର୍ଥୀ ହେବେ, ସେନେଇ ଜୋରଦାର ଅଙ୍କକଷା ଚାଲିଛି। ତେବେ ପୌର ନିର୍ବାଚନରେ ବିରୋଧୀ କେତେ ପ୍ରଭାବ ଦେଖାଇପାରିବେ ତାହା ଏବେଠୁ କହିବା କଷ୍ଟକର। କାରଣ, ସଦ୍ୟ ସମାପ୍ତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିରୋଧୀ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ ହୋଇଛନ୍ତି। ସବୁଠି ଶାସକ ଦଳ ବିଜେଡି ବାଜି ମାରିନେଇଛି। ଖୋର୍ଦ୍ଧା ଜିଲାରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ରଣନୀତି ଫେଲ୍‌ ମାରିଛି। ୩୦ରୁ ୨୮ ଜିଲା ପରିଷଦ ଆସନରେ ବିଜେଡି ଏକତରଫା ଭାବେ ବିଜୟ ଲାଭ କରିଛି। ଏଣୁ ଏହି ଫଳାଫଳ ପୌର ନିର୍ବାଚନରେ ପ୍ରଭାବ ପକାଇବ ଏବଂ ବିଜେଡି ପୁଣି ବାଜିମାତ୍‌ କରିବ ବୋଲି ଚର୍ଚ୍ଚା ହେଉଛି।

ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହାନ୍ତି। ବିଜେଡି ଟିକେଟ ପାଇଁ ଦଳୀୟ ନେତା ଓ ବିଧାୟକଙ୍କ ନିକଟରେ କର୍ମୀଙ୍କ ଲମ୍ବାଧାଡ଼ି ଲାଗୁଛି। ପ୍ରତି ୱାର୍ଡରେ ୪ରୁ ୫ଜଣ ଆଶାୟୀ ରହିଛନ୍ତି। ଏପରି କି କେତେଜଣ ଆଶାୟୀ ଦଳୀୟ ନେତାଙ୍କ ଫଟୋ ଥାଇ ପୋଷ୍ଟର ଓ ବ୍ୟାନର ମାରିସାରିଲେଣି। ଅନ୍ୟ କେତେଜଣ ସମସ୍ୟା ସବୁ ସମାଧାନ କରିଦେବେ ବୋଲି କହି ବୁଲିଲେଣି। ତେଣୁ ରାଜନୀତି ପାଣିପାଗ ଉଷ୍ମ ହେବାରେ ଲାଗିଛି। ବିଜେଡି ପକ୍ଷରୁ ତାଲିକା ଚୂଡ଼ାନ୍ତ ହୋଇ ନ ଥିଲେ ବି ପ୍ରତି ୱାର୍ଡରୁ ୩ଜଣ ନାମ ସଭାପତିଙ୍କ ପାଖକୁ ପଠାଯାଇଛି। ସେଠାରୁ ନିର୍ଦ୍ଦେଶ କ୍ରମେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ସେହିପରି କଂଗ୍ରେସ ଓ ଭାଜପା ମଧ୍ୟ ନୀରବ ରହିଛି।
ଏଥର ପୌରାଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ସିଧାସଳଖ ଭୋଟ ହେବ। ତେଣୁ ଏହି ପଦବୀ ଲାଗି ବିଜେଡିରେ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। କେତେଜଣ ବରିଷ୍ଠ କର୍ମୀ ନିଜ ସ୍ତ୍ରୀ, ଝିଅ କିମ୍ବା ସମ୍ପର୍କୀୟଙ୍କ ପାଇଁ ଲବି କରୁଥିବା ଜଣାପଡ଼ିଛି। ପୌରାଧ୍ୟକ୍ଷା ପଦବୀ ପାଇଁ ୧୫ରୁ ଊର୍ଦ୍ଧ୍ୱ ଆଶାୟୀ ରହିଥିବା ସୂଚନା ମିଳିଛି। ସେହିପରି ଏହି ଦୌଡ଼ର ଆଗ ଧାଡ଼ିରେ ଦୁଇ ବିଧାୟକଙ୍କ ପରିବାର ରହିଛନ୍ତି। ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସହଧର୍ମିଣୀ ସଂଯୁକ୍ତା ସାହୁ ୨୦୧୩ରେ ପୌରାଧ୍ୟକ୍ଷା ରହିଥିଲେ। ଚଳିତ ନିର୍ବାଚନରେ ପୁଣି ତାଙ୍କୁ ପୌରାଧ୍ୟକ୍ଷା ଆସନରେ ବସାଇବା ପାଇଁ ଯୋଜନା ଚାଲିଛି। ଅନ୍ୟପକ୍ଷରେ ପୋଖତ ରାଜନେତା ଭାବେ ପରିଚିତ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ମଧ୍ୟ ସହଧର୍ମିଣୀ ପ୍ରଫେସର ମମତା ଦେଙ୍କୁ ପୌରାଧ୍ୟକ୍ଷା ଆସନରେ ବସାଇବା ପାଇଁ ଲବି ଚଳାଇଥିବା ଶୁଣିବାକୁ ମିଳୁଛି। ତେବେ ଏ ନେଇ ସମ୍ପୃକ୍ତ ବିଧାୟକ ଦ୍ୱୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଦଳର ବିଭିନ୍ନ ସାଙ୍ଗଠନିକ ଦାୟିତ୍ୱରେ ଥିବା ବହୁ ବରିଷ୍ଠ କର୍ମୀ ମଧ୍ୟ ଟିକେଟ ଲାଗି ଲବି ଚଳାଇଛନ୍ତି। ଅନ୍ୟପଟେ ଭାଜପା ଓ କଂଗ୍ରେସ ବତ୍ତର୍ର୍ମାନ ନେତୃତ୍ୱବିହୀନ ହୋଇପଡ଼ିଥିବା ଓ ଦଳରେ କନ୍ଦଳ ଥିବା ଆଲୋଚନା ହେଉଛି। ତେଣୁ ଉଭୟ ଦଳ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ତାଲିକା ସ୍ଥିର ହୋଇ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri