ବିପଜ୍ଜନକ ସ୍ଥିତିରେ ମୁଣ୍ଡମରାଇ ସେବା ସମବାୟ ସମିତି

ଧରାକୋଟ,୨୬।୬(ଡି.ଏନ୍‌.ଏ.): ଚାଷୀର ଆର୍ଥିକ ମାନଦଣ୍ଡର ବିକାଶରେ ସେବା ସମବାୟ ସମିତିର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ବିହନ, ସାର ଯୋଗାଣଠାରୁ କୃଷି ଋଣ ପର୍ଯ୍ୟନ୍ତ ସବୁଥିରେ କୃଷକ ପଛରେ ଠିଆ ହୋଇଥାଏ ସେବା ସମବାୟ ସମିତି । ହେଲେ ସମବାୟ କେନ୍ଦ୍ର ବ୍ୟାଙ୍କ ଧରକୋଟ ଶାଖା ଅଧୀନରେ ରହିଥିବା ୧୫ ସମିତିର ସ୍ଥିତି ଶୋଚନୀୟ। ସେଥିମଧ୍ୟରୁ ମୁଣ୍ଡମରାଇ ସମିତିର ସ୍ଥିତି ଅତ୍ୟନ୍ତ ଜରାଜୀର୍ଣ୍ଣ। ୧୯୬୪ରେ ପ୍ରତିଷ୍ଠିତ ଏହି ସମିତିର କାର୍ଯ୍ୟାଳୟ, ୨ଟି ଗୋଦାମ ଗୃହ ଏବେ ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ଏହି ସମିତି ଅଧୀନରେ ମୁଣ୍ଡାମରାଇ ଓ ସରଧାପୁର ପଞ୍ଚାୟତର ମୋଟ ୩୪୬୮ ଜଣ ଚାଷୀ ସଭ୍ୟ ଭାବରେ ଅନୁବନ୍ଧିତ। ରବି ଓ ଖରିଫ ଫସଲ ପାଇଁ ଆସୁଥିବା ବିହନ ଓ ସାର ରଖିବା ପାଇଁ ଦୁଇଟି ଗୋଦାମ ରହିଛି। ଗତ ଫାଇଲିନ ବାତ୍ୟା ସମୟରେ କାର୍ଯ୍ୟାଳୟ ଓ ଗୋଦାମ ଗୃହର ଟିଣ, ସିଲିଂ, ଫ୍ଲୋରିଂ ନଷ୍ଟ ହୋଇଯାଇଥିବା ବେଳେ କବାଟ, ଝରକା ସମ୍ପ୍ରତି ଜରାଜୀର୍ଣ୍ଣ ସ୍ଥିତିରେ ପହଞ୍ଚିଲାଣି। ଗୋଦାମରେ ରହୁଥିବା ସାର ଓ ବିହନ ବର୍ଷା ଜଳରେ ଭିଜି ନଷ୍ଟ ହେଉଥିବାବେଳେ କାର୍ଯ୍ୟାଳୟର ଆସବାବପତ୍ର, କମ୍ପ୍ୟୁଟର, ଲାପଟପ, ଜେରକ୍ସ ମେଶିନକୁ ପାଲ ଘୋଡ଼ାଇ ରଖିବାକୁ ପଡୁଛି। ସମିତିର ଶୋଚନୀୟ ସ୍ଥିତି ସମ୍ପର୍କରେ ସମବାୟ ବିଭାଗର ଉପନିବନ୍ଧକ ଓ ସହକାରୀ ଉପନିବନ୍ଧକଙ୍କୁ ଚିଠି ଲେଖି ଜଣାଇଥିଲେ ମଧ୍ୟ ଫଳାଫଳ ଶୂନ। ସ୍ଥିତି ଏପରି ହେଲାଣି କେଉଁ ମୁହୂର୍ତ୍ତରେ ଗୃହ ଭୁଶୁଡ଼ି ଧନ ଜୀବନ ନଷ୍ଟ ହେବ ତାହା କହିହେଉନାହଁି। ଏଣୁ ସମବାୟ ବିଭାଗର ଉଚ୍ଚ ପଦାଧିକାରୀ ତୁରନ୍ତ ମୁଣ୍ଡମରାଇ ସମେତ ସମସ୍ତ ୧୫ଟି ସମିତିର କାର୍ଯ୍ୟାଳୟ ଓ ଗୋଦାମ ଗୃହ ନିର୍ମାଣ ପାଇଁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ହଜିଯାଇଥିବା ମନି ପର୍ସକୁ ଫେରାଇଲେ ଫରେଷ୍ଟ ଗାର୍ଡ

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇବାକୁ ଯାଉଥିବା ବେଳେ ସେଠାରୁ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ନାୟକଙ୍କୁ ଏକ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri