Posted inଖେଳ

ଆଇପିଏଲ୍‌ରେ ବଡ଼ ରେକର୍ଡ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ, ୮।୪:କ୍ରମାଗତ ୩ ମ୍ୟାଚରେ ପରାଜୟ ପରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବିଜୟ ସ୍ବାଦ ଚାଖିଛି ମୁମ୍ବାଇ ଇଣ୍ଡିଆନ୍ସ। ରବିବାର ଅନୁଷ୍ଠିତ ଡବଲ ହେଡରର ପ୍ରଥମ ମ୍ୟାଚରେ ଏହି ଦଳ ୨୯ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ମୁମ୍ବାଇ ୨୦ ଓଭରରେ ୫ ଉଇକେଟ ହରାଇ ୨୩୪ ରନ କରିଥିବାବେଳେ ଦିଲ୍ଲୀ ୨୦ ଓଭରରେ ୮ ଉଇକେଟ ହରାଇ ୨୦୫ ରନ କରିବାକୁ ସକ୍ଷମ ହୋଇଥିଲା। ପଏଣ୍ଟ ଖାତା ଖୋଲିବା ସହ ମୁମ୍ବାଇ ଦଳ ଟେବୁଲର ୭ମ ସ୍ଥାନକୁ ଉନ୍ନୀତ ହୋଇଛି। ୧୦ ବଲ୍‌ରୁ ୩୯ ରନ କରିବା ସହ ଗୋଟିଏ ଉଇକେଟ ନେଇଥିବା ମୁମ୍ବାଇର ରୋମାରିଓ ଶେଫର୍ଡ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ରେକର୍ଡ/ମାଇଲଖୁଣ୍ଟ
ଏହି ମ୍ୟାଚରେ କେତେକ ରେକର୍ଡ ସୃଷ୍ଟି ହୋଇଥିବାବେଳେ କେତେଜଣ ଖେଳାଳି ବ୍ୟକ୍ତିଗତ ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି। ଆଇପିଏଲ୍‌ରେ ୨୦୦ରୁ ଊର୍ଦ୍ଧ୍ୱ ରନକୁ ଡିଫେଣ୍ଡ କରିବାରେ ମୁମ୍ବାଇର ଶତ ପ୍ରତିଶତ ରେକର୍ଡ ଅତୁଟ ରହିଛି। ଏହି ଦଳ ୧୪ ଥରଯାକ ୨୦୦ରୁ ଊର୍ଦ୍ଧ୍ୱ ରନ କରିଥିବା ମ୍ୟାଚକୁ ସଫଳତାର ସହ ଡିଫେଣ୍ଡ କରିଛି। ଆଇପିଏଲ୍‌ରେ ରୋହିତ ଶର୍ମା ୧୦୦ କ୍ୟାଚ ପୂରଣ କରିଛନ୍ତି। ଏହି ତାଲିକାରେ ବିରାଟ କୋହଲି ୧୧୦ କ୍ୟାଚ ନେଇ ଶୀର୍ଷରେ ରହିଥିବାବେଳେ ରୋହିତଙ୍କ କ୍ୟାଚ ସଂଖ୍ୟା ୧୦୦ ସ୍ପର୍ଶ କରିଛି। ଏହାକୁ ମିଶାଇ ଓ୍ବାଙ୍ଖଡେରେ ମୁମ୍ବାଇ ବିଜୟରେ ଅର୍ଦ୍ଧଶତକ ପୂରଣ କରିଛି। ସୁପର ଓଭର ବିଜୟକୁ ମିଶାଇ କୌଣସି ଏକ ଭେନ୍ୟୁରେ ଗୋଟିଏ ଦଳ ୫୦ ମ୍ୟାଚ ଜିତିବା ଏହା ପ୍ରଥମ ଦୃଷ୍ଟାନ୍ତ। ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ୪୮ଟି ମ୍ୟାଚ ଜିତି ଦ୍ୱିତୀୟ ସ୍ଥାନରେ ରହିଛି। କୌଣସି ଜଣେ ହେଲେ ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ ମଧ୍ୟ ଟି୨୦ କ୍ରିକେଟରେ ଏକ ଦଳ ୨୩୪ ରନ ସଂଗ୍ରହ କରିବା ଏହା ପ୍ରଥମ। ୨୦୧୮ରେ କାଣ୍ଟରବରିଠାରେ କେଣ୍ଟ ବିପକ୍ଷରେ ସମରସେଟ୍‌ ୨୨୬/୫ ରନକରି ରେକର୍ଡର ଅଧିକାରୀ ଥିଲା। ଯଶପ୍ରୀତ୍‌ ବୁମ୍‌ରା ଆଇପିଏଲ୍‌ରେ ୧୫୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇର ପୂର୍ବତନ ଖେଳାଳି ଲସିଥ ମାଲିଙ୍ଗା ୧୭୦ଟି ଉଇକେଟ ନେଇ ତାଲିକାର ଶୀର୍ଷରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri