Categories: Video

ମୁମ୍ବାଇ ଇଣ୍ଡିଆନସ୍ ଆଇପିଏଲ ୨୦୨୦ ଚମ୍ପିୟାନ

ୟୁଏଇରେ ଆଇପିଏଲ ୨୦୨୦ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଚଳିତ ସଂସ୍କରଣର ଫାଇନାଲ ମ୍ୟାଚ ଦିଲ୍ଲୀ କ୍ୟାପିଟାଲସ ଏବଂ ମୁମ୍ବାଇ ଇଣ୍ଡିଆନସଙ୍କ ମଧ୍ୟରେ ଖେଳାଯାଇଥିଲା। ଦିଲ୍ଲୀକୁ ହରାଇ ମୁମ୍ବାଇ ଆଇପିଏଲର ୧୩ତମ ସଂସ୍କରଣର ବିଜେତା ହୋଇଛି। ଗତବର୍ଷ ଫାଇନାଲରେ ଚେନ୍ନାଇକୁ ହରାଇଥିବା ବେଳେ ଏଥର ଦିଲ୍ଲୀକୁ ବିଟ କରି ମୁମ୍ବାଇ ଏକ ଶକ୍ତିଶାଳୀ ଆଇପିଏଲ ଟିମ ଭାବରେ ନିଜର ପରିଚୟ ସୃଷ୍ଟି କରିଛି। ଏହାକୁ ମିଶାଇ ମୁମ୍ବାଇ ମୋଟ ୫ଥର ଆଇପିଏଲ ଚାମ୍ପିୟାନ ହୋଇଛି।