Posted inଜାତୀୟ

ଆଦାନୀ କମ୍ପାନୀର ୬୦୦୦କିଲୋ ଲୁହା ପୋଲ ଚୋରି, ଚୋରିରେ କମ୍ପାନୀର କର୍ମୀ ସଂପୃକ୍ତ

ନୂଆଦିଲ୍ଲୀ,୮।୭: ମୁମ୍ବାଇ ସହରର ପଶ୍ଚିମ ଉପନଗରରେ ଥିବା ଡ୍ରେନ ଉପରେ ଥିବା ପୋଲର ୬୦୦୦କିଲୋଗ୍ରାମ ଲୁହା ଚୋରି ହେବା ଅଭିଯୋଗରେ ମୁମ୍ବାଇ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ବଙ୍ଗୁର ନାଗର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ମାଲାଡ (ପଶ୍ଚିମ) ରେ ୯୦ ଫୁଟ ଲମ୍ବର ଧାତୁ ସଂରଚନାକୁ ୟୁଟିଲିଟି କମ୍ପାନୀ ଆଦାନୀ ଇଲୋକ୍ଟ୍ରନିକ୍ସ ବିଦ୍ୟୁତ କେବୁଲକୁ ବିଛାଇ ରଖିଥିଲା। ପୋଲ ଉପରେ ସ୍ଥାୟୀ ସେତୁ ନିର୍ମାଣ ହେବା ପରେ ଅସ୍ଥାୟୀ ସଂରଚନାକୁ କିଛି ମାସ ପୂର୍ବରୁ ସେହି ଅଞ୍ଚଳର ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଜୁନ ୨୬ ରେ ଏହି ଅସ୍ଥାୟୀ ସଂରଚନା ନିଖୋଜ ଥିବା ଜଣାପଡିବା ନେଇ ଆଦାନୀ କମ୍ପାନୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ପୋଲିସ ଘଟଣାର ତଦeନ୍ତ କରିଥିଲା। ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ଲୁହାର ପୋଲକୁ ଜୁନ ୬ରେ ଦେଖାଯାଇଥିଲା। ଘଟଣାସ୍ଥଳରେ କୌଣସି ସିସିଟିଭି କ୍ୟାମେରା ନ ଥିବାରୁ ପୋଲିସ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି କ୍ୟାମେରାରୁ ଫୁଟେଜ ଦେଖିଥିଲା। ଫୁଟେଜରୁ ଜଣାପଡିଥିଲା କି,ଜୁନ ୧୧ରେ ଅଭିଯୁକ୍ତମାନେ ଏକ ବଡ ଗାଡି ନେଇ ପୋଲ ଆଡକୁ ଯାଇଥିଲେ। ପୋଲ ଭାଙ୍ଗିବା ପାଇଁ ସାଙ୍ଗରେ ଆଣିଥିବା ଗ୍ୟାସ କଟିଙ୍ଗ ମେସିନ ବ୍ୟବହାର କରିଥିଲେ। ସିସିଟିଭି ଫୁଟେଜରୁ ପୋଲିସ ଗାଡି ନମ୍ବରରୁ ଗାଡିଟିକୁ ଚିହ୍ନଟ କରିଛି। ତଦନ୍ତ ବେଳେ ପୋଲ ନିର୍ମାଣ କରିଥିବା କମ୍ପାନୀର ଜଣେ ଲୋକ ସମୃକ୍ତି ଥିବା ଜଣାପଡିଛି। ସେହି ବ୍ୟକ୍ତିଙ୍କ ସମେତ ତାଙ୍କର ୩ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri