ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ

ମୁମ୍ବାଇ,୯।୫: ଚଳିତ ଆଇପିଏଲର ପ୍ଲେଅଫ ରେସ୍‌ରୁ ବାଦ ପଡି ମୁମ୍ବାଇ ଇଣ୍ଡିଆନ୍ସ ନିଜର ୧୧ତମ ମ୍ୟାଚ୍‌ ଖେଳିବ। ମୁମ୍ବାଇ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଜି କଡ଼ା ଟକ୍କର ଚାଲିବ। ତେବେ ଏହି ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। କୋଲକାତା ଚଳିତ ସଜିନରେ ୧୧ଟି ମ୍ୟାଚ୍‌ରୁ ୪ଟିରେ ଜିତି ପ୍ରାୟତଃ ପ୍ଲେଅଫରୁ ବାଦ ପଡ଼ିବା ସ୍ଥିତିରେ ରହିଛି। ତେଣୁ ମୁମ୍ବାଇ ଅପେକ୍ଷା ଆଜିର ମ୍ୟାଚ୍‌ କୋଲକାତା ପାଇଁ ଗୁରୁତ୍ୱପୂର୍ଣ୍ଣ।

ସେହିପରି ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଝଟକା ଲାଗିଛି। ମୁମ୍ବାଇ ପକ୍ଷରୁ ଆଜି ସୂର୍ଯ୍ୟ କୁମାର ଯାଦବ ଖେଳିବେ ନାହିଁ। ଆହତ ସମସ୍ୟା ଯୋଗୁ ସେ ପୂରା ଆଇପିଏଲରୁ ବାଦ ପଡିଛନ୍ତି। ସମାନ ସମସ୍ୟା ଯୋଗୁ ସେ ଆଇପିଏଲ ଆରମ୍ଭରୁ କିଛି ମ୍ୟାଚ ଖେଳି ନ ଥିଲେ। ଏବେ ପୁଣି ଆହତ ସମସ୍ୟା ଯୋଗୁ ଖେଳିବେ ନାହିଁ।

Share