Categories: ଖେଳ

ମୁମ୍ବାଇ- ଚେନ୍ନାଇ ମହାମୁକାବିଲା

ନୂଆଦିଲ୍ଲୀ,୧।୫: ଚଳିତ ଆଇପିଏଲ୍‌ରେ ଶନିବାର ଦେଖିବାକୁ ମିଳିବ ଏଲ୍‌ କ୍ଲାସିକୋ (ମହାମୁକାବିଲା)। ଗୋଟିଏ ପଟେ ୩ ଥର ଚାମ୍ପିୟନ ସିଏସ୍‌କେ ଥିବା ବେଳେ ଅନ୍ୟପଟେ ରହିଛି ଡିଫେଣ୍ଡିଂ ତଥା ଗତ ୨ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ। ମ୍ୟାଚଟି ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯିବା। ଏହା ଆଇପିଏଲ-୧୪ର ପ୍ରଥମ ମହାମୁକାବିଲା। ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୨୯ଟି ମ୍ୟାଚ ଖେଳାଯାଇଛି। ମୁମ୍ବାଇ ଭାଗରେ ୧୭ଟି ବିଜୟ ଥିବା ବେଳେ ୧୨ଥର ବାଜିମାତ୍‌ କରିଛି ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ। ଗତ ବର୍ଷ ଦୁହେଁ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ।

ଏଥର ସିଏସ୍‌କେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଦଳ ତା’ର ୬ଟି ମ୍ୟାଚରୁ ୫ଟି ଜିତିଛି। ଦଳର ପ୍ରାୟ ଖେଳାଳି ଫର୍ମରେ ଅଛନ୍ତି। ଅବଶ୍ୟ ଧୋନୀଙ୍କ ବ୍ୟାଟ ଚାଲିନାହିଁ। କିନ୍ତୁ ତାହା ଚିନ୍ତାର କାରଣ ନୁହେଁ। ସେପଟେ ଏବେ ବି ସଂଘର୍ଷ କରୁଛି ରୋହିତ ଶର୍ମାଙ୍କ ମୁମ୍ବାଇ। ଏପର୍ଯ୍ୟନ୍ତ ୬ଟି ମ୍ୟାଚରୁ ୩ଟି ଜିତିବାକୁ ସକ୍ଷମ ହୋଇଛି। ଏଭଳି ସ୍ଥିତିରେ ଦିଲ୍ଲୀର ଫ୍ଲାଟ ପିଚ୍‌ ଯାହା ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ। ଫଳରେ ମହାମୁକାବିଲା ଜୋରଦାର ହେବ ବୋଲି ଆଶା କରାଯିବା ସ୍ବାଭାବିକ।

Share