Posted inଜାତୀୟ

ଅଟୋ ଡ୍ରାଇଭରଙ୍କ ପାଇଁ ଘରକୁ ଫେରିଲେ ନାବାଳିକା

ପାଲଘର,୩୦।୧: ପାଠ ପଢ଼ିବା ପାଇଁ ବାପା ମା’ ଚାପ ପକାଇବାରୁ ନୂଆଦିଲ୍ଲୀରୁ ଘର ଛାଡ଼ି ପଳାଇ ଆସିଥିଲେ ଜଣେ ୧୪ ବର୍ଷୀୟା ନାବାଳିକା। ମାତ୍ର ଜଣେ ଅଟୋ ଡ୍ରାଇଭରଙ୍କ କାରଣରୁ ନାବାଳିକା ଝିଅ ତାଙ୍କ ବାପା ମା’ଙ୍କ ପାଖକୁ ଫେରି ପାରିଥିବା ମହାରାଷ୍ଟ୍ର ପୋଲିସ ଅଧିକାରୀ ରବିବାର କହିଛନ୍ତି।

ଶନିବାର ସକାଳେ ପାଲଘରସ୍ଥିତ ଭସାଇ ଷ୍ଟେଶନ ବାହାରେ ଯାତ୍ରୀଙ୍କ ପାଇଁ ଅପେକ୍ଷା କରିଥିଲେ ଅଟୋ ଡ୍ରାଇଭର ରାଜୁ କରଓ୍ବାଡେ (୩୫)। ଜଣେ ଝିଅ ତାଙ୍କ ପାଖକୁ ଆସି ସେହି ଅଞ୍ଚଳରେ ରହିବା ପାଇଁ ଏକ ରୁମ ଖୋଜିବାକୁ କହିଥିଲେ। ଡ୍ରାଇଭରଙ୍କ ସନ୍ଦେହ ହେବାରୁ ନାବାଳିକାଙ୍କ ଆଇଡେଣ୍ଟି କାର୍ଡ ଚେକ କରିବା ସହ ପଚରାଉଚରା କରିଥିଲେ। ନାବାଳିକାଙ୍କ ଘର ନୂଆଦିଲ୍ଲୀ ଏବଂ ଘରୁ ରାଗି ଚାଲି ଆସିଥିବା ଜଣା ପଡ଼ିଥିଲା। ଏ ସମ୍ପର୍କରେ ରାଜୁ ତୁରନ୍ତ ଜଣାଇଥିଲେ ମାନିକ୍‌ପୁର ଥାନାକୁ।

ନାବାଳିକା ପୋଲିସକୁ କହିଥିଲେ, ତାଙ୍କ ଘର ଦିଲ୍ଲୀର ପୁଷ୍ପ ବିହାରରେ। ଗତ ଶୁକ୍ରବାର ତାଙ୍କ ବାପା ମା’ ପାଠପଢ଼ା ଉପରେ ଧ୍ୟାନ ଦେବାକୁ ଚାପ ପକାଇବାରୁ ସେ ଘରୁ ପଳାଇ ଆସିଥିଲେ। ତା’ ପରେ ପୋଲିସ ଏ ସମ୍ପର୍କରେ ଦିଲ୍ଲୀର ସାକେତ ଥାନାକୁ ଜଣାଇଥିଲା। ସେଠାରେ ନାବାଳିକାଙ୍କ ବାପା ମା’ ଅପହରଣ ଅଭିଯୋଗ କରିଥିଲେ। ପୋଲିସଠାରୁ ଖବର ପାଇବା ପରେ ନାବାଳିକାଙ୍କ ବାପା ମା’ ପହଞ୍ଚିଥିଲେ ଭସାଇ ଥାନାରେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri