Categories: ବାଣିଜ୍ୟ

ସିବିଓଆଇର ବହୁମୁଖୀ ଶିବିର

ଭୁବନେଶ୍ୱର,୨୦।୩: ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ସିବିଓଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ବହୁମୁଖୀ ଶିବିରର ଆୟୋଜନ କରାଯାଇଥିଲା। ବିଶେଷ କରି ସିବିଓଆଇ କୋଲକାତାର ଆଞ୍ଚଳିକ ମୁଖ୍ୟ ଅଜୟ କୁମାର ସିଂ ନିକଟରେ ଭୁବନେଶ୍ୱର ଗସ୍ତରେ ଆସିଥିଲେ। ତାଙ୍କର ଏହି ଗସ୍ତ ସମୟରେ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଶିରିପୁରସ୍ଥିତ ଇମେଜ କନ୍‌ଫରେନ୍ସ ହଲ୍‌ଠାରେ ଏକ ବହୁମୁଖୀ ଋଣ ଶିବିର, ଶାଖା ମୁଖ୍ୟ ଓ ଏଏଫ୍‌ଓମାନଙ୍କ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର କ୍ଷେତ୍ରର ବିଭିନ୍ନ ଗ୍ରାହକଙ୍କୁ ୭୬ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅଜୟ ଡିଏସ୍‌ଏ, ସମ୍ଭାବ୍ୟ ଡିଏସ୍‌ଏ ଓ ସିଏମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ସହିତ ସେମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ସେ ମଧ୍ୟ ବ୍ୟାଙ୍କର ସମସ୍ତ ଶାଖା ମୁଖ୍ୟଙ୍କ ସହ ଆଲୋଚନା କରିବା ସହ ପ୍ରତି ଆବଶ୍ୟକୀୟ ଗ୍ରାହକଙ୍କ ନିକଟରେ ପହଞ୍ଚତ୍ବାକୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ଅନାଦି ବିଶ୍ୱାସଙ୍କ ସମେତ ବ୍ୟାଙ୍କର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Share