ପଞ୍ଚାୟତ ହାଇସ୍କୁଲରୁ ଏକାଧିକ ଥର ଚୋରି

ରସୁଲପୁର, ୪।୬(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ନଠୁଆବର ପଞ୍ଚାୟତରେ ୫-ଟିରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରିତ ହୋଇଥିବା ଆଦମପୁର ପଞ୍ଚାୟତ ହାଇସ୍କୁଲରୁ ଏକାଧିକ ଥର ଚୋରି ହୋଇଛି। ଏନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ରଥଙ୍କ ମଧ୍ୟରେ ଆଲୋଚନା କରାଯାଇ ଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ କୁଆଖିଆ ଥାନାରେ ଅଭିଯୋଗ କରାଯାଇଛି। ହେଲେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ବିଦ୍ୟାଳୟକୁ ରୂପାନ୍ତରିତ କରାଯିବା ପରେ ବିଦ୍ୟାର୍ଥୀଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟଜଳ ଯୋଗାଣ ପାଇଁ ୱାଟର ଜୋନ ସ୍ଥାପନ କରାଯାଇଥିଲା। ଉକ୍ତ ଜୋନରେ ଫ୍ରିଜର ଓ ଆକ୍ୱାଗାର୍ଡ ସଂଯୋଗ କରାଯାଇଥିଲା। ମାତ୍ର ମେ’୩୧ତାରିଖ ରାତିରେ ଫ୍ରିଜର ଓ ଆକ୍ୱାଗାର୍ଡକୁ ଦୁର୍ବୃତ୍ତ ଚୋରି କରି ନେଇଛନ୍ତି। ପରଦିନ ଏ ସମ୍ପର୍କରେ ବିଦ୍ୟାଳୟର କିରାଣି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଫୋନ ଯୋଗେ ଜଣାଇଥିଲେ। ପରେ ଘଟଣାକୁ ନେଇ ପ୍ରଧାନଶିକ୍ଷୟିତ୍ରୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏହାପରେ କମିଟି ପକ୍ଷରୁ ଚୋରି ସାମଗ୍ରୀ ସମ୍ପର୍କରେ ରିଜୋଲ୍ୟୁସନ କରାଯିବା ସହ ବିଭିନ୍ନ ସ୍ଥାନରେ ଅଭିଯୋଗ କରାଯିବା ନେଇ ପ୍ରସ୍ତାବ ପାରିତ ହୋଇଥିଲା। କମିଟି ନିଷ୍ପତ୍ତି ମୁତାବକ ଥାନାରେ ଅଭିଯୋଗ କରାଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ରଥ ସୂଚନା ଦେଇଛନ୍ତି।
ଏହାଛଡ଼ା ଚଳିତବର୍ଷ ଜାନୁୟାରୀରେ ବିଦ୍ୟାଳୟ କ୍ରୀଡ଼ା ଉତ୍ସବ ସମୟରେ ବିଦ୍ୟାଳୟର ଏକ ପ୍ରକୋଷ୍ଠରୁ ଡାକବାଜି ଯନ୍ତ୍ର ସେଟ୍‌ ଚୋରି ହୋଇଥିଲା। ଏଥିପୂର୍ବରୁ ବିଦ୍ୟାଳୟ ଆଲୋକୀକରଣ ପାଇଁ ସଂଯୋଗ ହୋଇଥିବା ଲାଇଟ୍‌କୁ ଦୁର୍ବୃତ୍ତ ଚୋରି କରିଥିଲେ। ଏଭଳି ଭାବେ ବିଦ୍ୟାଳୟରୁ ଏକାଧିକ ଥର ଚୋରି ହୋଇଆସୁଛି। ଚୋରି ସମ୍ପର୍କରେ ନାନା ସମୟରେ ବିଭିନ୍ନ ସ୍ଥାନରେ ଅଭିଯୋଗ ହେଉଛି। ଥାନାରେ ମଧ୍ୟ ଅଭିଯୋଗ କରାଯାଇ ଆସୁଛି। ହେଲେ ପୋଲିସ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି କୁହାଯାଉଛି। ଏଦିଗରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୋଗ ପରେ ପୋଲିସ ପାଟ୍ରୋଲିଂ ଗାଡି ଆସି ବିଦ୍ୟାଳୟରେ ବୁଲାବୁଲି କରିବା ସହ ସହକାରୀ ଶିକ୍ଷକଙ୍କ ସହ ଆଲୋଚନା କରି ଫେରିଯାଇଥିଲା। ପୋଲିସ ପକ୍ଷରୁ ତାଙ୍କର କୌଣସି ମତାମତ ନିଆଯାଇ ନାହିଁ।
ଅପରପକ୍ଷରେ କର୍ତ୍ତୃପକ୍ଷ ଦୋଷ ଖସାଇବା ପାଇଁ ଚୋରି ସମ୍ପର୍କରେ କମିଟି ନଜରକୁ ଆଣିବା ସହ କମିଟି ଜରିଆରେ ପ୍ରସ୍ତାବ ପାରିତ କରିବା ପରେ ଅଭିଯୋଗ କରି କାମ ସାରି ଦେଉଛନ୍ତି। ଚୋରିକୁ ନେଇ ପୋଲିସ, ପରିଚାଳନା କମିଟି, ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ କୌଣସି ବ୍ୟସ୍ତତା ପରିଲକ୍ଷିତ ହେଉଥିବା ଲକ୍ଷ୍ୟ କରାଯାଉ ନାହିଁ। ଏହାକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକଟିତ ହେଉଛି। ତେଣେ ବାରମ୍ବାର ଚୋରି ହେବା ସହ ବିଦ୍ୟାଳୟର ମୂଲ୍ୟବାନ ସମ୍ପତ୍ତି ନଷ୍ଟ ହୋଇଯାଉଛି। ଏହି ବିଦ୍ୟାଳୟରେ ଆହୁରି ଅନେକ ମୂଲ୍ୟବାନ୍‌ ସାମଗ୍ରୀ ସଂଯୋଗ ହୋଇ ରହିଛି। ସେ ସବୁକୁ ସୁରକ୍ଷା ଦିଆ ନ ଯାଇ ପାରିଲେ ଆଗକୁ ବିଦ୍ୟାଳୟରେ କଳାକନା ବୁଲିଯିବା ଏକପ୍ରକାର ଥୟ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri