ପଞ୍ଚାୟତ ହାଇସ୍କୁଲରୁ ଏକାଧିକ ଥର ଚୋରି

ରସୁଲପୁର, ୪।୬(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ନଠୁଆବର ପଞ୍ଚାୟତରେ ୫-ଟିରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରିତ ହୋଇଥିବା ଆଦମପୁର ପଞ୍ଚାୟତ ହାଇସ୍କୁଲରୁ ଏକାଧିକ ଥର ଚୋରି ହୋଇଛି। ଏନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ରଥଙ୍କ ମଧ୍ୟରେ ଆଲୋଚନା କରାଯାଇ ଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ କୁଆଖିଆ ଥାନାରେ ଅଭିଯୋଗ କରାଯାଇଛି। ହେଲେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ବିଦ୍ୟାଳୟକୁ ରୂପାନ୍ତରିତ କରାଯିବା ପରେ ବିଦ୍ୟାର୍ଥୀଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟଜଳ ଯୋଗାଣ ପାଇଁ ୱାଟର ଜୋନ ସ୍ଥାପନ କରାଯାଇଥିଲା। ଉକ୍ତ ଜୋନରେ ଫ୍ରିଜର ଓ ଆକ୍ୱାଗାର୍ଡ ସଂଯୋଗ କରାଯାଇଥିଲା। ମାତ୍ର ମେ’୩୧ତାରିଖ ରାତିରେ ଫ୍ରିଜର ଓ ଆକ୍ୱାଗାର୍ଡକୁ ଦୁର୍ବୃତ୍ତ ଚୋରି କରି ନେଇଛନ୍ତି। ପରଦିନ ଏ ସମ୍ପର୍କରେ ବିଦ୍ୟାଳୟର କିରାଣି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଫୋନ ଯୋଗେ ଜଣାଇଥିଲେ। ପରେ ଘଟଣାକୁ ନେଇ ପ୍ରଧାନଶିକ୍ଷୟିତ୍ରୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏହାପରେ କମିଟି ପକ୍ଷରୁ ଚୋରି ସାମଗ୍ରୀ ସମ୍ପର୍କରେ ରିଜୋଲ୍ୟୁସନ କରାଯିବା ସହ ବିଭିନ୍ନ ସ୍ଥାନରେ ଅଭିଯୋଗ କରାଯିବା ନେଇ ପ୍ରସ୍ତାବ ପାରିତ ହୋଇଥିଲା। କମିଟି ନିଷ୍ପତ୍ତି ମୁତାବକ ଥାନାରେ ଅଭିଯୋଗ କରାଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ରଥ ସୂଚନା ଦେଇଛନ୍ତି।
ଏହାଛଡ଼ା ଚଳିତବର୍ଷ ଜାନୁୟାରୀରେ ବିଦ୍ୟାଳୟ କ୍ରୀଡ଼ା ଉତ୍ସବ ସମୟରେ ବିଦ୍ୟାଳୟର ଏକ ପ୍ରକୋଷ୍ଠରୁ ଡାକବାଜି ଯନ୍ତ୍ର ସେଟ୍‌ ଚୋରି ହୋଇଥିଲା। ଏଥିପୂର୍ବରୁ ବିଦ୍ୟାଳୟ ଆଲୋକୀକରଣ ପାଇଁ ସଂଯୋଗ ହୋଇଥିବା ଲାଇଟ୍‌କୁ ଦୁର୍ବୃତ୍ତ ଚୋରି କରିଥିଲେ। ଏଭଳି ଭାବେ ବିଦ୍ୟାଳୟରୁ ଏକାଧିକ ଥର ଚୋରି ହୋଇଆସୁଛି। ଚୋରି ସମ୍ପର୍କରେ ନାନା ସମୟରେ ବିଭିନ୍ନ ସ୍ଥାନରେ ଅଭିଯୋଗ ହେଉଛି। ଥାନାରେ ମଧ୍ୟ ଅଭିଯୋଗ କରାଯାଇ ଆସୁଛି। ହେଲେ ପୋଲିସ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି କୁହାଯାଉଛି। ଏଦିଗରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୋଗ ପରେ ପୋଲିସ ପାଟ୍ରୋଲିଂ ଗାଡି ଆସି ବିଦ୍ୟାଳୟରେ ବୁଲାବୁଲି କରିବା ସହ ସହକାରୀ ଶିକ୍ଷକଙ୍କ ସହ ଆଲୋଚନା କରି ଫେରିଯାଇଥିଲା। ପୋଲିସ ପକ୍ଷରୁ ତାଙ୍କର କୌଣସି ମତାମତ ନିଆଯାଇ ନାହିଁ।
ଅପରପକ୍ଷରେ କର୍ତ୍ତୃପକ୍ଷ ଦୋଷ ଖସାଇବା ପାଇଁ ଚୋରି ସମ୍ପର୍କରେ କମିଟି ନଜରକୁ ଆଣିବା ସହ କମିଟି ଜରିଆରେ ପ୍ରସ୍ତାବ ପାରିତ କରିବା ପରେ ଅଭିଯୋଗ କରି କାମ ସାରି ଦେଉଛନ୍ତି। ଚୋରିକୁ ନେଇ ପୋଲିସ, ପରିଚାଳନା କମିଟି, ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ କୌଣସି ବ୍ୟସ୍ତତା ପରିଲକ୍ଷିତ ହେଉଥିବା ଲକ୍ଷ୍ୟ କରାଯାଉ ନାହିଁ। ଏହାକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକଟିତ ହେଉଛି। ତେଣେ ବାରମ୍ବାର ଚୋରି ହେବା ସହ ବିଦ୍ୟାଳୟର ମୂଲ୍ୟବାନ ସମ୍ପତ୍ତି ନଷ୍ଟ ହୋଇଯାଉଛି। ଏହି ବିଦ୍ୟାଳୟରେ ଆହୁରି ଅନେକ ମୂଲ୍ୟବାନ୍‌ ସାମଗ୍ରୀ ସଂଯୋଗ ହୋଇ ରହିଛି। ସେ ସବୁକୁ ସୁରକ୍ଷା ଦିଆ ନ ଯାଇ ପାରିଲେ ଆଗକୁ ବିଦ୍ୟାଳୟରେ କଳାକନା ବୁଲିଯିବା ଏକପ୍ରକାର ଥୟ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ସଙ୍କଟ ମଧ୍ୟରେ DGCAର ବଡ଼ ଆକ୍ସନ, ସସପେଣ୍ଡ ହେଲେ ୪ ଇନ୍ସପେକ୍ଟର

ନୂଆଦିଲ୍ଲୀ,୧୨।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ସମ୍ମୁଖୀନ ହେଉଥିବା ପରିଚାଳନାଗତ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ନିଜ ମାଟ୍ରିକ ବ୍ୟାଚର ସାଙ୍ଗସାଥିଙ୍କ ସହ ବଣଭୋଜିର ମଜା ନେଲେ ଭାଜପା ନେତା, କହିଲେ ଦାରିଙ୍ଗବାଡିରେ ଏୟାରଷ୍ଟ୍ରିପ ପାଇଁ…

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଇକୋ ରିଟ୍ରିଟ ସମେତ ପର୍ଯ୍ୟଟନକ୍ଷେତ୍ର ରେ ଭିଡ଼...

ଚମତ୍କାର କଲେ ବୈଭବ ସୂର୍ଯ୍ୟବଂଶୀ: ୫୬ ବଲ୍‌ରେ କଲେ କମାଲ୍‌, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୨।୧୨: ଯୁବ ଭାରତୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ଏସିଆ କପ୍‌ର ଉଦଘାଟନୀ ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ ଏକ ଜ୍ୱଳନ୍ତ ଶତକ ହାସଲ...

ଏଇ ଭାରତରେ

ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...

ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ

ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ...

ନୀରବ ପ୍ରତିକ୍ରିୟା

ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...

ପୁଟିନଙ୍କ ବଡ଼ ଚାଲ୍‌: ନୂଆଦିଲ୍ଲୀରୁ ଫେରିବା ପରେ ଭାରତର ୨ ଶତ୍ରୁଙ୍କୁ ଭେଟିବେ

ମସ୍କୋ,୧୨।୧୨: ଭାରତ ଗସ୍ତର ୮ ଦିନ ପରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୁର୍କମେନିସ୍ତାନ ଗସ୍ତ କରୁଛନ୍ତି। ଏହି ଦୁଇ ଦିନିଆ ଗସ୍ତ ସମୟରେ, ପୁଟିନ...

ଭବିଷ୍ୟତର ଭୟ

ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଏକ ୩୩ ପୃଷ୍ଠା ବିଶିଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri