ମଲ୍ଟିଚେନ୍‌ ଇୟର୍‌ ରିଂ

ଇୟର୍‌ ରିଂ ହେଉଛି ଏମିତି ଏକ ଜୁଏଲେରୀ, ଯାହା ଚେହେରାକୁ କ୍ଷଣିକରେ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ତେବେ ଇୟର୍‌ ରିଂର ଅନେକ ଡିଜାଇନ୍‌ ଥିଲେ ହେଁ ପୂଜାପାର୍ବଣ ସମୟରେ ମଲ୍ଟିଚେନ୍‌ ଇୟର୍‌ ରିଂର ଖୁବ୍‌ ଚାହିଦା ରହିଥିବା
ଦେଖିବାକୁ ମିଳିଥାଏ..

ଜୁଏଲେରୀ ସିମ୍ପଲ୍‌ ଲୁକ୍‌କୁ କ୍ଷଣିକରେ ଷ୍ଟାଇଲିଶ୍‌ କରିଦିଏ। ଇୟର୍‌ ରିଂ ହେଉଛି ସେମିତି ଏକ ଜୁଏଲେରୀ ଯାହା ଚେହେରାକୁ ଆକର୍ଷଣୀୟ ଲୁକ୍‌ ଦେବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ। ଏହାର ଅନେକ ଭେରାଇଟି ବି ରହିଛି। ତନ୍ମଧ୍ୟରୁ ମଲ୍ଟିଚେନ୍‌ ଇୟର୍‌ ରିଂ ହେଉଛି ଅନ୍ୟତମ। ଏଥିରେ ମୁଖ୍ୟତଃ ଏକାଧିକ ଚେନ୍‌ ଲାଗିଥିବାରୁ ଏହାର ଏପରି ନାମକରଣ କରାଯାଇଛି। ଖାସ୍‌ କରି ପୂଜାପାର୍ବଣ ସମୟରେ ଏହି ଷ୍ଟାଇଲ୍‌ର ଇୟର୍‌ ରିଂକୁ ଟ୍ରାଏ କଲେ ଲୁକ୍‌ ବେଶ୍‌ ଗର୍ଜିୟସ୍‌ ଲାଗିଥାଏ। ତେବେ ଏହି ଇୟର୍‌ ରିଂର ଭିନ୍ନ ଭିନ୍ନ କ’ଣ ସବୁ ଡିଜାଇନ୍‌ ରହିଛି, ଆସନ୍ତୁ ଜାଣିବା ସେ ସମ୍ପର୍କରେ …

ଷ୍ଟୋନ୍‌ଖଚିତ ମଲ୍ଟିଚେନ୍‌ ଇୟର୍‌ ରିଂ: ଏହି ଷ୍ଟାଇଲ୍‌ର ଇୟର୍‌ ରିଂ ଯୁବତୀଙ୍କୁ କ୍ଲାସି ଲୁକ୍‌ ଦେଇଥାଏ। ଯଦି ଆପଣ ସିଙ୍ଗିଲ୍‌ କଲର୍‌ ଷ୍ଟୋନ୍‌ ଲାଗିଥିବା ମଲ୍ଟିଚେନ୍‌ ଇୟର୍‌ ରିଂ ବାଛୁଛନ୍ତି ତା’ହେଲେ ତାହାକୁ ସେହି କଲର୍‌ର ଡ୍ରେସ୍‌ ସହ ମ୍ୟାଚିଂ କରି ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଅନ୍ୟପକ୍ଷେ ଯଦି ଆପଣଙ୍କର ମଲ୍ଟି କଲର୍‌ ଷ୍ଟୋନ ଲାଗିଥିବା ଇୟର୍‌ ରିଂ ପିନ୍ଧିବା ପସନ୍ଦ ତେବେ ଏହାକୁ ଯେ କୌଣସି କଲର୍‌ର ଆଉଟ୍‌ଫିଟ୍‌ ସହ ଖୁବ୍‌ ଆରାମରେ କ୍ୟାରି କରିହେବ। କିନ୍ତୁ ସବୁବେଳେ ଧ୍ୟାନ ଦେବେ ଯେବେ ବି ଆପଣ ଷ୍ଟୋନ ଲାଗିଥିବା ମଲ୍ଟିଚେନ୍‌ ଇୟର୍‌ ରିଂ ଚୟନ କରୁଛନ୍ତି, ଦେଖିବେ ଇୟର୍‌ ରିଂର ଚେନ୍‌ଗୁଡ଼ିକ ଯେତେ ସାଦାସିଧା ଦେଖାଯାଉଥିବ ସେତେ ଭଲ।

ରାଉଣ୍ଡ ସେପ୍‌ ମଲ୍ଟିଚେନ୍‌ ଇୟର୍‌ ରିଂ: ଏହି ଇୟର୍‌ ରିଂରେ ଚେନ୍‌ଗୁଡ଼ିକ ରାଉଣ୍ଡ ସେପ୍‌ରେ ଥାଏ। ବିଶେଷକରି ପାର୍ଟି, ଫଙ୍କ୍‌ସନ୍‌ରେ ଗଲାବେଳେ ଶାଢି, ଲେହେଙ୍ଗା ଅବା ଗର୍ଜିିୟସ୍‌ ଅନାରକଲି ସହ ଏହାକୁ ମ୍ୟାଚିଂ କରି ପିନ୍ଧିଲେ ଆକର୍ଷଣୀୟ ଲାଗିଥାଏ।

ଫିଦର୍‌ ମଲ୍ଟିଚେନ୍‌ ଇୟର୍‌ ରିଂ: ଫିଦର୍‌ ଇୟର୍‌ ରିଂର ଚାହିଦା ସବୁବେଳେ ରହିଆସିଛି। ଏହା ଯୁବତୀଙ୍କୁ ମଡର୍ନ ଲୁକ୍‌ ଦେଇଥାଏ। ଆଉ ଯଦି ଫିଦର୍‌ ସହ ମଲ୍ଟିଚେନ୍‌କୁ କମ୍ବାଇନ୍‌ କରାଯାଏ, ତା’ହେଲେ ତ ଲୁକ୍‌ ଆହୁରି ଖାସ୍‌ ଲାଗେ।

ମଲ୍ଟି ଷ୍ଟେପ୍‌ ମଲ୍ଟିଚେନ୍‌ ଇୟର୍‌ ରିଂ: ଯଦି ଆପଣ କାନରେ ଏକାଧିକ ପିୟରସିଂ କରିଛନ୍ତି, ତା’ହେଲେ ଏହି ଷ୍ଟାଇଲ୍‌ର ଇୟର୍‌ ରିଂ ଆପଣଙ୍କ ପାଇଁ ବେଷ୍ଟ ହେବ। କାରଣ ଏଥିରେ ଅନେକ ଛୋଟ ଛୋଟ ଷ୍ଟୋନ ଲାଗିବା ସହ ଷ୍ଟେପ୍‌ ଷ୍ଟେପ୍‌ ହୋଇ ମଲ୍ଟିଚେନ୍‌ ଲାଗିଥାଏ, ଯଦ୍ଦ୍ବାରା ଆପଣ ଏହାକୁ ପିନ୍ଧିଲେ ଆପଣଙ୍କ କାନ ପୂରିଲା ପୂରିଲା ଲାଗେ। ପାର୍ଟି ଫଙ୍କ୍‌ସନ୍‌ରେ ପିନ୍ଧିବା ପାଇଁ ଏହି ଷ୍ଟାଇଲ୍‌ର ଇୟର୍‌ ରିଂ ବେଶ୍‌ ପରଫେକ୍ଟ ହୋଇଥାଏ।

ଗୋଲ୍ଡେନ୍‌ ମଲ୍ଟିଚେନ୍‌ ଇୟର୍‌ ରିଂ: ଗର୍ଜିୟସ୍‌ ଲୁକ୍‌ ଦେଇଥାଏ ଏହି ଇୟର୍‌ ରିଂ। ଏବେ ମାର୍କେଟ୍‌ରେ ଆର୍ଟିଫିସିଆଲ୍‌ ଗୋଲ୍ଡେନ୍‌ ମଲ୍ଟିଚେନ୍‌ ଇୟର୍‌ ରିଂ ବି ମିଳିଲାଣି, ଯାହାକୁ ସୁଲଭ ଦରରେ କିଣିଆଣି ଆପଣ ନିଜକୁ ସଜାଇ ପାରିବେ। ଏହାକୁ ସବୁ ରଙ୍ଗର ପୋଷାକ ସହ ପିନ୍ଧିହେବ।

ସିଲଭର୍‌ ମଲ୍ଟିଚେନ୍‌ ଇୟର୍‌ ରିଂ: କାଜୁଆଲ୍‌ ଲୁକ୍‌ ଦେଇଥାଏ ଏହି ଇୟର୍‌ ରିଂ। ଯେ କୌଣସି ରଙ୍ଗର ଆଉଟ୍‌ଫିଟ୍‌ ସହ ଏହାକୁ ମ୍ୟାଚିଂ କରି ପିନ୍ଧି ହେବ। ତେବେ ଧଳା ରଙ୍ଗର ପୋଷାକ ସହ ଏହା ବେଶ୍‌ ଭଲ ମ୍ୟାଚ୍‌ କରିଥାଏ।

ପର୍ଲଖଚିତ ମଲ୍ଟିଚେନ୍‌ ଇୟର ରିଂ: ଏହି ଷ୍ଟାଇଲ୍‌ର ଇୟର୍‌ ରିଂରେ ଚେନ୍‌ର ତଳଭାଗରେ ଗୋଟଏ ଗୋଟିଏ ପର୍ଲ ଲାଗିଥାଏ। ଧଳା ରଙ୍ଗର ଶାଢି ହେଉ ଅବା ସାଲଓ୍ବାର୍‌ କିମ୍ବା ଧଳା ରଙ୍ଗର ଟି-ଶାର୍ଟ ସହ ଏହାକୁ ପେୟାର୍‌ କରି ପିନ୍ଧାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri