ଇନ୍ଦ୍ରାବତୀକୁ ଜୀବଦାନ ଦେବ ବହୁମୁଖି ପର୍ଯ୍ୟଟନ କ୍ଷେତ୍ର: ପ୍ରସ୍ତୁତି ଆରମ୍ଭ

ତେନ୍ତୁଳିଖୁଣ୍ଟି,୨୧।୮(ଚିଦାନନ୍ଦ ସାହୁ):ସ୍ବାଧୀନତା ଦିବସରେ ନବରଙ୍ଗପୁର ଜିଲାକୁ ମୁଖ୍ୟ ଅତିଥି ଭାବେ ଆସିଥିବା ସମୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳ ଦେଖିବା ସହ ସର୍କିଟ ହାଉସରେ ସମୀକ୍ଷା କରିଥିଲେ। ତାଙ୍କ ନିର୍ଦ୍ଦେଶରେ ଇନ୍ଦ୍ରାବତୀ ଜଳଭଣ୍ଡାର ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ନେଇ ରାଜ୍ୟସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରିବା ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ କରିଛନ୍ତି । ଜିଲା ଟୁରିଷ୍ଟ ଅଧିକାରୀ ଏହାର ଆବାହକ ରହିଛନ୍ତି। ଆଜି ଏହି କମିଟିର ଅଧ୍ୟକ୍ଷ ଜିଲାପାଳ ମହେଶ୍ୱର ସ୍ବାଇଁ ସମେତ ସମସ୍ତ ସଦସ୍ୟ ଓ ଆବାହକ ତଥା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ପ୍ରସ୍ତାବିତ ପର୍ଯ୍ୟଟନ କ୍ଷେତ୍ର ସମେତ ଆଖପାଖ ଅଞ୍ଚଳ ବୁଲି ଦେଖୁଥିଲେ। ଉକ୍ତ ଜମି କେଉଁ ବିଭାଗ ଅଧୀନରେ ଅଛି ତଥା ସାଂପ୍ରତିକ ସ୍ଥିତି ଯାଞ୍ଚ କରିଥିଲେ।
ଅତିରିକ୍ତ ଜିଲାପାଳ (ରାଜସ୍ବ) ବିଶ୍ୱଜିତ୍‌ ଚନ୍ଦ୍ର ବର୍ମନ, ତେନ୍ତୁଳିଖୁଣ୍ଟିର ଆଡିଶିନାଲ ତହସିଲଦାର ସୀମାଞ୍ଚଳ ପାତ୍ର, ରାଜସ୍ବ ନିରୀକ୍ଷଣ ସନ୍ତୋଷ ଗରଡ଼ା ସାଂପ୍ରତିକ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଜଳଭଣ୍ଡାର ପାର୍ଶବର୍ତ୍ତୀ ଜମି ଗୁଡିକରେ ମକା ଚାଷ କରାଯାଉଥିବାରୁ ମୃତ୍ତିକା କ୍ଷୟ ହୋଇ ଜଳଭଣ୍ଡାର ପୋତି ହେଉଛି । ଏଣୁ ଚାଷ ପରେ ଲାଲ ପତାକା ଲଗାଇ ଚାଷ ବନ୍ଦ କରିବା ସହ ତୁରନ୍ତ ବୃକ୍ଷ ରୋପଣ ତଥା ଫୁଲ ଗଛ ଆଦି ଲଗାଇବା ଆରମ୍ଭ କରିବାକୁ ଜିଲାପାଳ ମହେଶ୍ୱର ସ୍ବାଇଁ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ଯଥା ପାର୍କ, ବୃକ୍ଷ ରୋପଣ, ବୋଟିଂ ବ୍ୟବସ୍ଥା, ରେଷ୍ଟୁରାଣ୍ଟ, ଅତିଥି ଭବନ ଆଦି କରିବା ପାଇଁ ଏକ ବିସ୍ତୃତ ପ୍ରକଳ୍ପ ଖସଡ଼ା ଏହି କମିଟି ସବୁ ବିଭାଗ ମିଳିତ ହୋଇ ତୁରନ୍ତ କରିବାକୁ ଜୋର୍‌ ଦେଇଥିଲେ।

ବିଧାୟକ ଗୌରୀଶଙ୍କର ମାଝୀ ଏହି ଅଞ୍ଚଳରେ ପର୍ଯ୍ୟଟନ ଶିଳ୍ପ ବିକାଶ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ଶହ କୋଟି ଟଙ୍କାର ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ଦ୍ଦେଶ ଦେଇଥିବା କହିଥିଲେ। ନବରଙ୍ଗପୁରସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାର ନିକଟରେ ଏକ ଜାତୀୟସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ନିର୍ମାଣ ନିମନ୍ତେ ସରକାରୀ ପଦାଧିକାରୀ ତୁରନ୍ତ କାର୍ଯ୍ୟାରମ୍ଭ କରିବାକୁ କହିଥିଲେ। ପର୍ଯ୍ୟଟନ ଶିଳ୍ପ ପାଇଁ ରାସ୍ତା ମୁଖ୍ୟ ପ୍ରସଙ୍ଗ ଏଣୁ ପ୍ରସ୍ତାବିତ କ୍ଷେତ୍ରର ଉଭୟ ଦିଗରେ ଥିବା ସଂଯୋଗ କରୁଥବା ରାସ୍ତା କଳାହାଣ୍ଡି ଜିଲାକୁ ସିଧାସଳଖ ସଂଯୋଗ କରୁଛି। ଏଣୁ ସେହି ରାସ୍ତା, ଯାହା ବିଭାଗରେ ଅଛି ସେଇ ବିଭାଗ ତୁରନ୍ତ କାମ ଆରମ୍ଭ କରିବାକୁ କହିଥିଲେ।

ଯଦି ଅସମର୍ଥ ସେହି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅବା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବାକୁ ଜିଲାପାଳ ଡକ୍ଟର ସ୍ବାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରସ୍ତାବିତ ସୋଲାର ପ୍ରକଳ୍ପର ସମସ୍ତ କାର୍ଯ୍ୟ କ୍ଷେତ୍ର ନବରଙ୍ଗପୁର ଜିଲ ତେନ୍ତୁଳିଖୁଣ୍ଟିରେ କରିବା ଉଚିତ୍‌ ଏବଂ ଉକ୍ତ ପ୍ରକଳ୍ପ ବୋଟିଙ୍ଗ ପାଇଁ ଜଳଭଣ୍ଡାରର କିଛି ଅଂଶ ଛାଡ଼ିବା ସହ ମତ୍ସ୍ୟଚାଷ ପାଇଁ କିଛି ଅଂଶ ଛାଡ଼ି କରିବାକୁ କହିଥିଲେ ଜିଲାପାଳ। ପରିଦର୍ଶନ ପରେ ଇନ୍ଦ୍ରାବତୀ ଅତିଥି ଭବନରେ ଏହି କମିଟିର ଅଧିକାରୀମାନେ ବିସ୍ତୃତ ଚର୍ଚ୍ଚା କରିଥିଲେ।

ବିଡ଼ିଓ ମନୋଜ ପାଣିଗ୍ରାହୀ କିଭଳି ଏହି କ୍ଷେତ୍ର ପର୍ଯ୍ୟଟନ କ୍ଷେତ୍ର ର ରୂପେ ବିକଶିତ କରିବା ପାଇଁ ଚିହ୍ନଟ କରିବା ପରଠାରୁ ସେଥିପାଇଁ ନିଜ ଉଦ୍ୟମ ଜାରି ରଖିଥିବା ଦେଖାଯାଇଛି। ଏହି କ୍ଷେତ୍ର ପରିଦର୍ଶନରେ ଜିଲାପାଳ ଡିଏଫଓ ଶୁଭେନ୍ଦୁ ବେହେରା, ରେଞ୍ଜର ଗୋପୀନାଥ ସାହୁ , ଇନ୍ଦ୍ରାବତୀ ଡ୍ୟାମ୍‌ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନରେଶ ପାତ୍ର, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ କ୍ଷୀରୋଦ କନ୍ଧ ପାନ, ସହକାରୀ ଯନ୍ତ୍ରୀ ଧବ୍ଲେଶ୍ୱର ମାଝୀ, କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ,ରାଜୀବ ଲୋଚନ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ ନିର୍ବାହୀ ଯନ୍ତ୍ରୀ, ଏସଓଡି ଟାଟା ପାୱାର ଲିମିଟେଡ ସୁଶାନ୍ତ କୁମାର ଖଟେଇ, ନିର୍ବାହୀ ଯନ୍ତ୍ରୀ ମେକାନିକାଲ ନିରୋଜ କୁମାର ଲାହୁଡ଼ି, ନିର୍ବାହୀ ଯନ୍ତ୍ରୀ ନବରଙ୍ଗପୁର ପଦ୍ମ ଚରଣ ବେହେରା, ନିର୍ବାହୀ ଯନ୍ତ୍ରୀ,ଗ୍ରାମ୍ୟ ଉନ୍ନୟନ ଓ ପରିମଳ ବିଭାଗ ର ପ୍ରତୀକ କୁମାର ରାଉତ,ଡେପୁଟି ଡାଇରେକ୍ଟର ଡିପିଏମୟୁ ଐଶ୍ୱର୍ଯ୍ୟ ଭଞ୍ଜ, ଜିଲା ପର୍ଯ୍ୟଟନ ଅଧିକାରୀ ଘାସିଆ ହରିଜନ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ। ପର୍ଯ୍ୟଟନ ଏକ ଶିଳ୍ପ ଏହାଦ୍ୱାରା ସୁପ୍ତ ମୂମୂର୍ଷୁ ଅବସ୍ଥାରେ ଥିବା ଏହି ଅଞ୍ଚଳକୁ ପୁନଃଜୀବଦାନ ମୋହନ ସରକାର ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ବିଧାୟକ ଦୋହରାଇ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟକୁ ରାଜ୍ୟସ୍ତରୀୟ ପ୍ରଥମ ପୁରସ୍କାର, ଉତ୍କୃଷ୍ଟତା ପ୍ରମାଣ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୨୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ପୁନର୍ବାର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ନିଜର ଉତ୍କୃଷ୍ଟତା ପ୍ରମାଣ କରିଛନ୍ତି। ଇତିମଧ୍ୟରେ ଭାରତ ସରକାରଙ୍କ…

ଗଞ୍ଜାମରେ ଗ୍ୟାସ୍‌ ସମସ୍ୟା: ଅଧିକାଂଶ ଫାଷ୍ଟଫୁଡ୍‌-ହୋଟେଲ ବନ୍ଦ, ଖାଉଟି ଅସନ୍ତୁଷ୍ଟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛ। ଲୋକଙ୍କୁ ମିଳୁନି ଗ୍ୟାସ୍‌। ଫଳରେ ଖାଉଟି ତଥା ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର…

ଜିଲାପାଳଙ୍କ ଅଫିସ ଆଗରେ ଚାଷୀ ପାଳିଲେ ପଖାଳ ଦିବସ: ଧାନବିକ୍ରି ଦାବି ନେଇ…

ବରଗଡ଼,୨୦ା୩(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଦାବି ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୫ତାରିଖରୁ ଧାନବସ୍ତା ଗଦା କରି ବରଗଡ଼ ଜିଲା…

ତେଜିଲା ଆନ୍ଦୋଳନ: ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇଲେ ଚାଷୀ

ଚାନ୍ଦବାଲି,୨୦।୩: ଭଦ୍ରକ ଜିଲା ତିହିଡି ବ୍ଲକ ଚାରିତରଫ ସୋସାଇଟରେ ଶୁକ୍ରବାର ଚାଷୀ ଅସନ୍ତୋଷ ଦେଖାଦେଇଛି। ମଣ୍ଡିରୁ ଧାନ ଉଠୁ ନ ଥିବା ଅଭିଯୋଗ କରି ଚାଷୀମାନେ ରାଜ…

ମେ’ ୪ରୁ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା: ଅନୁମତି ପାଇଁ କମିଟି ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୨୦ା୩(ଦିଲ୍ଲୀପ ସାମଲ): ଚଳିତ ବର୍ଷ ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଯାତ୍ରା କମିଟି ପକ୍ଷରୁ…

ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ…

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା’ କନକ ଦୁର୍ଗା

ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri