ମୁକ୍ତିର ଖେଦ

କଟରେ ଜଣେ ସରକାରୀ ଚାକିରିଆ ଅବସର ନେବେ। ତାଙ୍କ ସହ ଭେଟ ହେଲା ବଜାରରେ। ସମ୍ମାନ ଜଣାଇ କୁଶଳ ଜିଜ୍ଞାସା କଲି। ପଚାରିଲି- ‘ଆଉ କେବେ ରିଟାୟର୍ଡ ସାର୍‌?’ ଉତ୍ତର ଦେଲେ-‘ଆଉ ଦି ମାସ ରହିଲା ଆଜ୍ଞା ! ତା ’ପରେ ମୁକ୍ତି। ଆଜିକାଲି ଚାକିରିର ଯେଉଁ ପ୍ରେସର କାମକରିବା ବା ମୁଣ୍ଡଝାଳ ତୁଣ୍ଡରେ ପଶିଲେ ଘରକୁ ମୁଠେ ଦାନା ମିଳିବ’। ସରକାରୀ ଚାକିରିରେ ବେତନ ମିଳିବା ଥୟ। ଆଜି ନ ମିଳିଲେ ବି କାଲି ମିଳିବ। ଏଇ ସମ୍ଭାବନା ଥାଏ। ବାକି ଘରୋଇ ଚାକିରିର ସ୍ଥିରତା ନାହିଁ। ଆଜି ହଁ କାଲି ନାହିଁ। ଏମିତି କିଛି ଥିଲା ସ୍ଥିତି। ଏବେ ଆବଶ୍ୟକ କର୍ପୋରେଟ ଜଗତରେ ଚାକିରି କଲେ ମୋଟା ଅଙ୍କର ଦରମା ସହ ଅନେକ ସୁବିଧା ସୁଯୋଗ ମିଳୁଛି। ଅନେକ ବାପାମାଆଙ୍କ ଆଗ୍ରହ ବଢୁଛି ଏଇ ଏମ୍‌ଏନ୍‌ସି କମ୍ପାନୀର ଚାକିରି ପାଇଁ। ପୁଅଝିଅକୁ ଖଣ୍ଡେ ମିଳିଗଲେ ଗର୍ବରେ ଛାତି ଫୁଲାଇ କହନ୍ତି, ବର୍ଷକୁ ଏତିକି ପ୍ୟାକେଜରେ ଗଲା ମୋ ପୁଅ ମଝିଅ। ଯଦିଓ କାର୍ଯ୍ୟର ଚାପରେ ନୟାନ୍ତ ହୋଇଯାଆନ୍ତି ସେମାନେ। ତଥାପି ଗୋଟେ ମୋହ ରହିଛି ସମସ୍ତଙ୍କର ସେଇ ଚାକିରି ପ୍ରତି।
ଏସବୁ ସତ୍ତ୍ୱେ ସାଧାରଣରେ ସରକାରୀ ଚାକିରି ପ୍ରତି ଆବେଗ ଅଧିକ। ଅନେକ ଲକ୍ଷ ମେଧାବୀ ପିଲା ହାତଗଣତି ସରକାରୀ ଚାକିରି ଜୀବନକୁ ବାଜି ଲଗାଇ ଦେଉଛନ୍ତି। ସାଧାରଣରେ ଧାରଣା ଯେ ସରକାରୀ ଚାକିରି ମିଳିଗଲେ ଯାହା କିଛି ସମ୍ଭବ। ନିୟମିତ ଦରମା। ଅନେକ ପଦବୀରେ ଉପୁରି ଲାଭ। ଯାବତୀୟ ଦୁର୍ନୀତି କରିବି ବଞ୍ଚିଯାଇହେବ। ନିଜ ପରିବାରର ବାକି ସଦସ୍ୟସଦସ୍ୟାଙ୍କୁ ବି କେଉଁଠି କେମିତି ଥଇଥାନ କରିହେବ। ତଥାପି ଏବେ ଚାକିରିଆମାନେ ଅବସର ନେବା ପାଇଁ ବ୍ୟାକୁଳ ବୋଲି ପ୍ରତୀୟମାନ ହୁଏ। ଏବେ ଜଣେ ସରକାରୀ କର୍ମଚାରୀଙ୍କ ଉପରେ ଅନେକ ଲୋକଙ୍କ ଚାପ। ଅଯଥା ରାଜନୈତିକ ହସ୍ତକ୍ଷେପ। ନିଯୁକ୍ତି ଅଭାବରୁ ଅତିରିକ୍ତ କାମର ବୋଝ ଇତ୍ୟାଦି। ସରକାରୀ ଚାକିରିଆମାନେ ଏଇସବୁ ଧନ୍ଦାରୁ ଶୀଘ୍ର ମୁକ୍ତି ଚାହୁଁଥାନ୍ତି ବୋଲି ଅନ୍ୟମାନଙ୍କ ଭଳି ଧାରଣାଟି ମୋର ବି ରହିଥିଲା। କିନ୍ତୁ କିଛି ଅବସର ପରବର୍ତ୍ତୀ ଜୀବନ ବିତାଉଥିବା ଚାକିରିଆଙ୍କୁ ଭେଟହେବା ପରେ ଧାରଣା ବଦଳିଗଲା। ଅନେକ ଚାକିରିଆ ଅବସର ପରେ ନିଜ ପରିବାରିକ ଜୀବନ ଭିତରେ ଶାନ୍ତିରେ ଅଛନ୍ତି। ସେମାନଙ୍କୁ ଅଧିକ ଆଶା ନାହିଁ। ଯାହା ଜୀବନବ୍ୟାପୀ ରୋଜଗାର କରିଛନ୍ତି ସେତିକିରେ ବାକିଜୀବନ ଜିଇଁ ହେବ ବୋଲି ଧରିନେଇଛନ୍ତି। ତେବେ ଅଧିକାଂଶ ଚାକିରିଆ ଅବସର ପରେ ବିଷାଦରେ ଅଛନ୍ତି।
ଏହାର ପ୍ରମୁଖ କାରଣ ହେଲା ବସିବସି ଦିନ ବିତାଇବା ଭାରି କଷ୍ଟ ହୋଇପଡୁଛି ସେମାନଙ୍କ ପାଇଁ। ଚାକିରି ସମୟରେ ଅଫିସରେ ବିଳମ୍ବରେ ପହଞ୍ଚିବା ପାଇଁ ନାନା ବାହାନା ଦେଖାଉଥିବା କର୍ମଚାରୀ ଏବେ ଘରେ ରହିଲେ ମନ ମାନୁନି। କେମିତି ବିତିବ ଦିନ ଚିନ୍ତାକରି ମାନସିକ ଚାପଗ୍ରସ୍ତ ହେଉଛନ୍ତି। ପାରିବାରିକ ତାଡ଼ନା ଆହୁରି ସେମାନଙ୍କ ଜୀବନକୁ ବହୁ ଦହଗଞ୍ଜ କରିଦେଉଛି। କେତେକ ବିଭିନ୍ନ ଘରୋଇ ତଥା ସରକାରୀ କର୍ମରେ ଅସ୍ଥାୟୀଭାବେ ନିୟୋଜିତହୋଇ ରୋଜଗାର କରୁଛନ୍ତି। ବସିଖାଇବା ଅପେକ୍ଷା ଖଟିଖାଇବାକୁ ଶ୍ରେୟ ବୋଲି ବିଚାରି ନୂଆକର୍ମରେ ଯୋଗଦାନ କରୁଛନ୍ତି ଏମାନେ। ପାରିବାରିକ ଦାୟରେ ଘରର ଅଶାନ୍ତିରୁ ମୁକ୍ତି ଲାଗି ବାହାରେ ଏମିତି କାମକରି ଦିନ ବିତେଇବାକୁ ଆଉ କିଛି ଉଚିତ ବୋଲି ଧରିନେଇଛନ୍ତି। ଆଉ ଥୋକେ ଅର୍ଥ ଆଶାରେ ଶରୀର କଷ୍ଟ ସତ୍ତ୍ୱେ ଥଇଥାନ ହୋଇ ଅଧିକ ରୋଜଗାର ପାଇଁ ହମହମ ହେଉଛନ୍ତି। ଏମିତି କିଛି ଅବସର କର୍ମଚାରୀଙ୍କ ମତହେଲା- ଅବସର ନେବାକୁ ସିନା ଖୁସି ଲାଗୁଥିଲା। କିନ୍ତୁ ଅବସର ପରେ ଜୀବନ ବିଷମୟ ଲାଗିଲା। ଅଫିସ୍‌ ଟାଇମରେ ଘରୁ ବାହାରିଯିବା, ଅଫିସରେ କାମକରି ବହୁ ଲୋକଙ୍କ ସହ ଭେଟହୋଇ ଦିନ ବିତେଇବାରେ ଜୀବନର ଗୋଟେ ସ୍ବାଦ ଥିଲା। ଅବସର ପରେ ଅଫିସ ଯିବା ବନ୍ଦ। ଲୋକଙ୍କ ସହ ଭେଟିବା ସମ୍ଭବ ହେଉନାହିଁ। ସାମାଜିକ ସମ୍ପର୍କ କମ୍‌ ରହୁଥିବାରୁ ଏକାକୀ ଦିନ ଦିନ ଧରି ଘରେ ଟିଭି ପାଖରେ ବସିରହିବା କାଳେ ଭାରି ଯନ୍ତ୍ରଣାଦାୟକ ହେଉଛି। ନିକଟରେ ବ୍ୟାଙ୍କ ଚାକିରିରୁ ଅବସର ନେଇଥିବା ମିଶ୍ର ସାର୍‌ ସକାଳୁଆ ବୁଲା କ୍ରମରେ କହିଲେ-ଜାତୀୟକରଣ ବ୍ୟାଙ୍କରୁ ଅବସର ନେଉଥିବା କର୍ମଚାରୀଙ୍କୁ ନେଇ ଏକ ବିଦାୟୀ ସଭା ହୁଏ। ସେଥିରେ କାଉନସିଲର ଆସି ମହତ୍ତ୍ୱପୂର୍ଣ୍ଣ କଥାମାନ କୁହନ୍ତି। ସେହି କାଉନସିଲର ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥିଲେ – ‘ଏବେ ଆପଣମାନେ କେମିତି ସମୟ ବିତେଇବେ?’ ଉପସ୍ଥିତ କର୍ମଚାରୀମାନେ ଭିନ୍ନ ଭିନ୍ନ କଥା ରଖିଲେ। ସେଥିରେ କିଛି ଆଶାର ଝଲକ ଥିଲା ବେଶି ନିରାଶାର କଳାବାଦଲ ଥିଲା। ସମାନ ପ୍ରଶ୍ନ ମିଶ୍ର ସାର୍‌ଙ୍କୁ ପଚାରିବାରେ ସେ କହିଲେ -‘ଏବେ ବାସ୍ତବରେ ମୁଁ ମୋ ପରି ବଞ୍ଚିବାକୁ ଚାହିଁବି’ । ଏଇ ଉତ୍ତରରେ କାଉନସିଲର କାଳେ ହର୍ଷ ଗଦଗଦ ହୋଇଗଲେ। ସମସ୍ତଙ୍କୁ ମିଶ୍ରସାର୍‌ଙ୍କ ଉଦାହରଣ ଦେଲେ।
କିନ୍ତୁ ଏବେ ଅବସର ପରର ଜୀବନ ବୋଝ କାହିଁକି ? ମୁକ୍ତିରେ ବି ଖେଦ ବିସ୍ମୟ କରୁଛି ନିଶ୍ଚିତ। ଆମେ ଜାଣୁ ମୁକ୍ତିରେ ଆନନ୍ଦ ଥାଏ। ପଞ୍ଜୁରି ଭିତର ପକ୍ଷୀ କିମ୍ବା ଖୁଣ୍ଟରେ ବନ୍ଧା ପଶୁକୁ ମୁକ୍ତ କରିବା କ୍ଷଣି ମହା ଆନନ୍ଦରେ ଆଗେଇଚାଲେ। ତେଣୁ ଅବସର ପରେ ସ୍ବଚ୍ଛନ୍ଦରେ ବିନା ଚାପରେ ବଞ୍ଚିବାର ସୁଯୋଗ ଥାଏ। ନିଜକୁ ନିଜ ପରି ଜିଇଁବାର ଅବସର ଦିଏ। ବିଭିନ୍ନ ସ୍ଥାନ ବୁଲିବା ଏବଂ ଜୀବନର ଭିନ୍ନ ସ୍ବପ୍ନ ସବୁକୁ ପୂରଣକରିବା ଲାଗି ପର୍ଯ୍ୟାପ୍ତ ସମୟ ମିଳେ। ଏସବୁ ଯଦି କରୁନାହାନ୍ତି ତେବେ ଦୀର୍ଘଜୀବନର ଅନୁଭୂତିକୁ ନେଇ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ, ଦେଖିବେ ସମୟ ନିଅଣ୍ଟ ପଡିବ ଏବଂ ଅବସର ପରବର୍ତ୍ତୀ ଜୀବନ କର୍ମମୟ ଜୀବନଠାରୁ ଆହୁରି ଅଧିକ ରୁଚିପୂର୍ଣ୍ଣବୋଧ ହେବ। ଶାନ୍ତିରେ ବଞ୍ଚିବାକୁ ଜୀବନ ଅପାର ସୁଯୋଗ ଦେବ!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri