ମୁକ୍ତାଦେବୀ ଠାକୁରାଣୀ ଯାତ୍ରା ଆରମ୍ଭ

ଚିକିଟି,୩୦ା୫(ଡି.ଏନ.ଏ.): ଗଞ୍ଜାମ ଜିଲା ଚିକିଟିପେଣ୍ଠର ଅଧିଷ୍ଠାତ୍ରୀ ଦେବୀ ମା’ ମୁକ୍ତାଦେବୀ ଠାକୁରାଣୀଙ୍କ ଯାତ୍ରା ଶନିବାରରୁ ଆରମ୍ଭ ହୋଇଛି। ସକାଳେ ମା’ଙ୍କୁ ପଞ୍ଚାମୃତ ଜଳରେ ମହାସ୍ନାନ, ମାର୍ଜନା ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଚଳିତ ପ୍ରଥା ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ମା’ଘର ପରିବାର ବନ୍ଧୁ ବର୍ଗ ମା’ଙ୍କ ସ୍ଥାୟୀ ମନ୍ଦିରକୁ ଯାଇ ନିମନ୍ତ୍ରଣ କରିଥିଲେ। ସନ୍ଧ୍ୟାରେ ଭକ୍ତ ସମୂହ ପାରମ୍ପରିକ ବାଦ୍ୟ ବାଜଣା ପଟୁଆର ସହ ପହଞ୍ଚି ମାଙ୍କୁ ଶୋଡଷ ଉପଚାରରେ ପୂଜାର୍ଚ୍ଚନା, ଚଣ୍ଡୀ ପାଠ ପୂର୍ବକ ମାଙ୍କୁ ଆବାହନ କରାଯାଇଥିଲା। ଶେଷରେ ମା’ଙ୍କ ଆଜ୍ଞାମାଳ ଫୁଲ ଚାଙ୍ଗୁଡ଼ିରେ ଆବିର୍ଭାବ ହେବା ପରେ ପ୍ରଥମେ ମୁକ୍ତାଦେବୀ ମା ଘର ରାମ ସାହୁଙ୍କ ଘରେ ପହଞ୍ଚି ପୂଜା ଗ୍ରହଣ କରିଥିଲେ। ପରେ ଢୋଲ, ଟାମକ, ବାଦ୍ୟ, ବାଜଣା, ଶଙ୍ଖ, ହୁଳହୁଳି ସହ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ପେଣ୍ଠ ଆନ୍ଧ୍ର ବ୍ୟାଙ୍କ ନିକଟ ମୁଖ୍ୟ ରାସ୍ତାରେ ରହିଥିବା ଅସ୍ଥାୟୀ ମନ୍ଦିରରେ ସ୍ଥାପିତ ହୋଇଛନ୍ତି। ଶନିବାରରୁ ଚିକିଟି ପେଣ୍ଠର ସମସ୍ତ ସାହି ଗଳି କନ୍ଦି ବୁଲି ଭକ୍ତଙ୍କୁ ଦର୍ଶନ ଦେବା ସହ ପୂଜା ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ସୁନ୍ଦର ଆଲୋକ ମାଳା, ତୋରଣ ଓ କଳା କୁଞ୍ଜରେ ଚିକିଟି ପେଣ୍ଠ ଦୁଲୁକୁଛି। ଠାକୁରାଣୀ ଯାତ୍ରା ଉପଲକ୍ଷେ ମିନାବଜାର ସମେତ ବିଭିନ୍ନ ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପୂଜା କମିଟି ପକ୍ଷରୁ ଜଣାପଡିଛି। ଅପରପକ୍ଷେ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବା ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆସନ୍ତା ଜୁନ ୪ରୁ ଜୁନ ୯ ଯାଏ ନାଟକ ମଞ୍ଚସ୍ଥ ହେବ। ଆସନ୍ତା ଜୁନ ୧୦ରେ ମା’ ମୁକ୍ତାଦେବୀ ଅସ୍ଥାୟୀ ମନ୍ଦିରରୁ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ସତ୍ୱେ ମା’ଙ୍କ ଯାତ୍ରା ଏବଂ ଘଟ ପରିକ୍ରମା ଦେଖିବା ପାଇଁ ପ୍ରବଳ ଜନ ସମାଗମ ହେଉଥିବା ଲକ୍ଷ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri