ଭବାନୀପାଟଣାରେ ଫେଲ୍‌ ମାରିଛି ମୁକ୍ତା ଯୋଜନା

ଭବାନୀପାଟଣା,୧୯ା୫(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ନିର୍ମାଣ ହୋଇଥିବା ରାସ୍ତାକଡ଼ ବ୍ୟାୟାମଶାଳା ପିଲାଙ୍କ ପାର୍କ ନା ସୌନ୍ଦର୍ଯ୍ୟକରଣ ଉପକରଣ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପିଲାଙ୍କ ପାର୍କ ହୋଇଥିଲେ ପିଲାମାନେ ଖେଳି ମଜା ନିଅନ୍ତେ। ବଡ଼ମାନେ ଘେରାଏ ବୁଲି ଆସିବାକୁ ମନ କରନ୍ତେ। ମୁକ୍ତାକାଶ ବ୍ୟୟାମଶାଳା ହୋଇଥିଲେ ସମସ୍ତଙ୍କ ଉପଯୋଗୀ ହୋଇଥାନ୍ତା। ହେଲେ ବିଡ଼ମ୍ବନାର ବିଷୟ ଭବାନୀପାଟଣା ଭଳି ବିକଶିତ ସହରରେ ପୌରପାଳିକା ବିଭିନ୍ନ ରାସ୍ତା କଡ଼ରେ ନିର୍ମାଣ କରିଥିବା ଏହି ବ୍ୟାୟାମଶାଳା ଉପକରଣ କେବଳ ଧୁଳିମଳିରେ ନଷ୍ଟ ହେବାକୁ ବସିଛି।

ସହରାଞ୍ଚଳ ଗରିବଙ୍କ ଜୀବନଧାରଣ ମାନରେ ଉନ୍ନତି ହେବ। ତା’ ସହିତ ସହରରେ ଭିତ୍ତିଭୂମି ପ୍ରତିଷ୍ଠା ହେବ। ଦୀର୍ଘଦିନର ମାନସ ମନ୍ଥନ ପରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା)। ପ୍ରଥମେ ଏହି ଅଭିଯାନ ଅଧୀନରେ କେବଳ ବର୍ଷାଜଳ ଅମଳ ପ୍ରକଳ୍ପ ତିଆରି କରିବା ପାଇଁ ଯୋଜନା ହୋଇଥିବା ବେଳେ ଏବେ ବିଭିନ୍ନ ପ୍ରକଳ୍ପ ଯୋଗ କରାଯାଇଛି। ଭବାନୀପାଟଣା ସହରରେ ୨୦୨୧-୨୨ରେ ମୁକ୍ତା ଯୋଜନାରେ ଏଯାବତ୍‌ ପାଖାପାଖି ୧୩.୩କୋଟି ଖର୍ଚ୍ଚ ସରିଲାଣି। ଆହୁରି ଖର୍ଚ୍ଚ ହେବାକୁ ଯୋଜନା ପ୍ରସ୍ତୁତ ହୋଇଗଲାଣି। ଗତ ଫେବୃଆରୀରେ ୯.୩୩କୋଟି ଖର୍ଚ୍ଚରେ ୧୧୫ଟି କାର୍ଯ୍ୟାଦେଶ ହୋଇଛି। ହେଲେ ଯେଉଁ ପ୍ରକଳ୍ପ ପୂର୍ବରୁ ନିର୍ମାଣ ହୋଇଥିଲା ସେଥିରୁ ଅଧିକାଂଶ ନଷ୍ଟ ହୋଇଗଲାଣି। ଅଧିକାଂଶ ବର୍ଷା ଜଳ ଅମଳ ପ୍ରକଳ୍ପ ମାଟିରେ ମିଶି ଯାଇଥିବା ବେଳେ ଫୁଟ୍‌ପାଥ୍‌ରେ ପଡ଼ିଥିବା ପେଭର୍‌ ବ୍ଲକ୍‌ ଉଠିଗଲାଣି। ଆଉ କେଉଁଠି ମୁକ୍ତାକାଶ ବ୍ୟାୟାମଶାଳାକୁ ଉପାଡ଼ି ନେଲେଣି। ଅନେକ ସ୍ଥାନରେ ପଡ଼ି ପଡ଼ି ଉପକରଣ ସବୁ ନଷ୍ଟ ହେଉଛି। ଏହି ଅଭିଯାନରେ ନିର୍ଦ୍ଧାରିତ ପ୍ରକଳ୍ପ ପ୍ରସ୍ତୁତ କରି ଧାର୍ଯ୍ୟ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ସରକାର ପୌରସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଏଣୁ ଧାର୍ଯ୍ୟ ସମୟ ଭିତରେ ଏହି ଅର୍ଥ ଖର୍ଚ୍ଚ କରିବାକୁ ଯାଇ ପୌରପାଳିକା ମନଇଚ୍ଛା ପ୍ରକଳ୍ପ ନିର୍ମାଣ କରିଛି। ଯେଉଁଥିପାଇଁ ଏହି ପ୍ରକଳ୍ପଗୁଡ଼ିକ ନଷ୍ଟ ହୋଇଯାଇଛି। କେବଳ ବର୍ଷା ଜଳ ଅମଳ ପ୍ରକଳ୍ପ ନୁହେଁ, ବରଂ ଏହା ପରେ ଏହି ଅଭିଯାନରେ ସାମିଲ ହୋଇଥିବା ମୁକ୍ତାକାଶ ବ୍ୟାୟାମଶାଳା, ପୋଖରୀ ପୁନରୁଦ୍ଧାର, ପାର୍କ ନିର୍ମାଣରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପାନୀୟଜଳ, ରାସ୍ତାଘାଟ, ପରିମଳ, ଆଲୋକ ଭଳି ମୌଳିକ ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେ ସବୁର ତଦାରଖ କରାଯାଉ ନ ଥିବାରୁ ସହରବାସୀ ହଟହଟା ହେଉଥିବା ଅଭିଯୋଗ କରୁଛନ୍ତି। ସହର ମୁଖ୍ୟ ରାସ୍ତାକଡ଼ରେ ଲାଇଟ୍‌, ସିସିଟିଭି କ୍ୟାମେରା ଲଗାଯାଇଥିଲେ ମଧ୍ୟ ସେଥିରୁ ଅନେକ ଅଚଳ। ଅସାମାଜିକ ବ୍ୟକ୍ତିଙ୍କୁ ଏହା ବେଶ ସୁହାଉଛି ବୋଲି କୁହାଯାଉଛି। ତେବେ ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ଜନ ପ୍ରତିନିଧିଙ୍କୁ ଭୋଗିବାକୁ ପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସଂଯୁକ୍ତ ବେହେରାଙ୍କୁ ପଚାରିବାରୁ ଯାହାକିଛି ସମସ୍ୟା ରହିଛି ତାହା ନିର୍ବାଚନ ଆଚରଣ ବିଧି ହଟିଲା ପରେ ସମାଧାନ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri