Posted inଜାତୀୟ

ମୁଖତାର ଅଂସାରୀଙ୍କୁ ୧୦ ବର୍ଷ ଜେଲ

ଗାଜିପୁର,୨୯।୪: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ମୁଖତାର ଅଂସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ହୋଇଛି। ଶନିବାର ଏହି ସଜା ଶୁଣାଇଛନ୍ତି କୋର୍ଟ। ଗାଜିପୁରର ଏମପି-ଏମଏଲଏ କୋର୍ଟ ୧୬ ବର୍ଷ ପୁରୁଣା ମାମଲାରେ ପୂର୍ବତନ ବିଧାୟକଙ୍କୁ ୧୦ ବର୍ଷର ସଜା ଶୁଣାଇଛନ୍ତି। ଏହାସହ କୋର୍ଟ ୫ ଲକ୍ଷ ଟଙ୍କାର ଜରିମାନା ବି କରିଛନ୍ତି।

ଗାଜିପୁରର ଏମପି-ଏମଏଲଏ କୋର୍ଟ ଶନିବାର ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ମଉର ପୂର୍ବତନ ବିଧାୟକ ମୁଖତାର ଅଂସାରୀଙ୍କୁ ସଜା ଶୁଣାଇଛନ୍ତି। କୋର୍ଟ ତାଙ୍କର ରାୟରେ ୧୦ ବର୍ଷର କାରାଦଣ୍ଡ ସହ ୫ ଲକ୍ଷ ଟଙ୍କାର ଜରିମାନା ବି କରିଛନ୍ତି। ଏହି ମାମଲା ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ହତ୍ୟା ସହ ସମ୍ପର୍କ ରଖିଛି। ଏହି ମାମଲାରେ ଭାଜପାର ବର୍ତ୍ତମାନର ଏମପି ଓ ମୁଖତାର ଅଂସାରୀଙ୍କ ଭାଇଙ୍କ ଉପରେ ବି ଗ୍ୟାଙ୍ଗଷ୍ଟର ଆକ୍ଟ ଲାଗିଛି। ସୂଚନା ଅନୁଯାୟୀ, ଏମପିଙ୍କ ମାମଲା ସମ୍ପର୍କିତ ରାୟ ସଂରକ୍ଷିତ ରହିଛି।
ସୂଚନାଯୋଗ୍ୟ, ମୁଖତାର ଅଂସାରୀଙ୍କ ବିରୋଧରେ ଏହି ମାମଲା ଭାଜପାର ବିଧାୟକ ସ୍ବର୍ଗତ କୃଷ୍ଣାନନ୍ଦ ରାୟ ଓ ନନ୍ଦକିଶୋର ଗୁପ୍ତାଙ୍କ ହତ୍ୟା ମାମଲାରେ ଦାୟର କରାଯାଇଥିଲା। ମୁଖତାର ଓ ଅଫସାଜ ଅଂସାରୀଙ୍କ ବିରୋଧରେ ମାମଲା ୨୦୦୭ରେ ମୁହମ୍ମଦାବାଦ ଥାନାରେ କରାଯାଇଥିଲା। ଏହି ମାମଲାର ଶୁଣାଣି ସମୟରେ ମୁଖତାର ଅଂସାରୀ ଭିଡିଓ କନଫରେନସିଂ ଜରିଆରେ ବାଂଦା ଜେଲରୁ ଯୋଡି ହୋଇଥିଲେ। ୨୦୦୫ରେ ମୁହମ୍ମଦାବାଦ ସ୍ଥିତ ବସନିଆ ଚଟ୍ଟି ନିକଟରେ କୃଷ୍ଣାନନ୍ଦ ରାୟଙ୍କୁ ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri