Categories: ବାଣିଜ୍ୟ

ପ୍ରତି ସେକେଣ୍ଡ୍‌ରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି …

ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ (ଆର୍‌ଏଲ୍‌ଆଇ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ  ବିଶ୍ୱର ୧୦ ଧନୀ ତାଲିକାରେ ସାମିଲ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ଅମ୍ବାନୀଙ୍କ ସମ୍ପତ୍ତି ପ୍ରତି ସେକେଣ୍ଡରେ ଖୁବ୍‌ ଦ୍ରୁତବେଗରେ ବୃଦ୍ଧି ପାଇଥିଲା। ତେବେ ଜାଣନ୍ତୁ କେତେ ବୃଦ୍ଧି ପାଇଥିଲା ତାଙ୍କ ସମ୍ପତ୍ତି।

ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ରହିଛନ୍ତି। ମୁକେଶ ବର୍ତ୍ତମାନ ବ୍ଲୁମବର୍ଗର ବିଲିୟନେୟାର ଇଣ୍ଡେକ୍ସରେ ୬ଷ୍ଠ ସ୍ଥାନରେ ଅଛନ୍ତି। ସାମ୍ପ୍ରତିକ ସମୟରେ ଅମ୍ବାନୀଙ୍କ ନିଟ୍‌ ମୂଲ୍ୟ ବହୁ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଜୁଲାଇ ୯ରେ ତାଙ୍କର ନିଟ୍‌ ମୂଲ୍ୟ ୬୭.୪ ବିଲିୟନ ଡଲାର୍‌ ଥିଲା ଏବଂ ସେ ନବମ ସ୍ଥାନରେ ରହିଥିଲେ। ଜଣାଶୁଣା ଆମେରିକୀୟ ନିବେଶକ ଓ୍ବାରେନ୍‌ ବଫେଙ୍କ ଠାରୁ ଗୋଟିଏ ସ୍ଥାନ ତଳେ ଥିଲେ।
କିନ୍ତୁ ମଙ୍ଗଳବାର ତାଙ୍କର ନିଟ୍‌ ମୂଲ୍ୟ ୭୨.୪ ବିଲିୟନ ଡଲାରରେ ପହଞ୍ଚିଥିଲା। ଅର୍ଥାତ୍‌ ଏହି ସମୟ ମଧ୍ୟରେ ଅମ୍ବାନୀଙ୍କ ସମ୍ପତ୍ତି ପ୍ରତି ସେକେଣ୍ଡରେ ୮.୭୪ ଲକ୍ଷ ଟଙ୍କା ବେଗରେ ବୃଦ୍ଧି ପାଇଥିଲା। ଏହାର କାରଣ ଥିଲା ରିଲାଏନ୍ସରେ ଶେୟାରରେ ବୃଦ୍ଧି। ଗତ ୫ଦିନ ମଧ୍ୟରେ ମାତ୍ର ୫ ଦିନ ମଧ୍ୟରେ ୫ ଅରବ ଡଲାର ବୃଦ୍ଧି କରି କମ୍ପାନୀର ବଜାର ପୁଞ୍ଜିକରଣ ୧୨ଲକ୍ଷ କୋଟିରୁ ଅଧିକ ହୋଇଛି। ଏହି ସଫଳତା ହାସଲ କରିବାରେ ରିଲାଏନ୍ସ ହେଉଛି ଦେଶର ପ୍ରଥମ କମ୍ପାନୀ। ଚଳିତ ବର୍ଷର ପ୍ରଥମ ମାସରେ ବ୍ୟବସାୟ ଧିମେଇ ଯିବା ପରେ ମୁକେଶଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ବୃଦ୍ଧି ପାଇବାରେ ଲାଗିଛି। ରିଲାଏନ୍ସ କମ୍ପାନୀ ଜିଓ ପ୍ଲାଟଫର୍ମରେ, ୧୩ ନିବେଶକ ଫେସବୁକ୍‌ ସମେତ ଗୋଟିଏ ପରେ ଗୋଟିଏ ଟଙ୍କା ବିନିଯୋଗ କରିଛନ୍ତି। ଏହି ନିବେଶରୁ ଅମ୍ବାନୀ ୧,୧୮,୦୦୦ କୋଟି ଟଙ୍କା ପାଇଛନ୍ତି।

Share