ମୁକେଶ ଅମ୍ବାନି ପାଳନ କରିବେ ଘରର ସବୁଠାରୁ ଛୋଟ ସଦସ୍ୟଙ୍କ ପ୍ରଥମ ଜନ୍ମଦିନ, କରୋନା ପାଇଁ ହେବ କ୍ୱାରଣ୍ଟିନ ବବଲ ପାର୍ଟି!

ମୁମ୍ବାଇ,୭ ।୧୨: ଦେଶର ସବୁଠାରୁ ବଡ ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ ତାଙ୍କ ନାତି ଆକାଶ ଅମ୍ବାନୀ ଓ ଶ୍ଳୋକା ଅମ୍ବାନୀଙ୍କ ପୁଅ ପୃଥ୍ୱୀ ଅମ୍ବାନୀଙ୍କ ପ୍ରଥମ ଜନ୍ମଦିନ ଖୁବ୍ ଧୁମଧାମରେ ପାଳନ କରିବାକୁ ଯାଉଛନ୍ତି । ଏହି ସମୟରେ ପରିବାର ପକ୍ଷରୁ କୋଭିଡ ନିୟମକୁ ବି କଡା କଡି ଭାବେ ପାଳନ କରାଯିବ ବୋଲି ଜଣାପଡିଛି । ପୃଥ୍ୱିଙ୍କ ଜନ୍ମଦିନରେ ଆସିବାକୁ ଥିବା ସମସ୍ତ ଅତିିଥି ସମ୍ପୂର୍ଣ୍ଣ ଭାବେ ଭ୍ୟାକ୍ସିନେଟ ହୋଇଥିବେ । ଜନ୍ମଦିନ ପୂର୍ବରୁ ପରିବାର ପକ୍ଷରୁ ହଜାରେ ଗାଁକୁ ଭୋଜନ ଦିଆଯିବା ସହ ଅନାଥାଶ୍ରମକ ଉପହାର ପଠାଇବାର ବ୍ୟବସ୍ଥା କରାଯାଉଛି ।
୧୦୦ରୁ ଅଧିକ ପୂଜାରୀ ଦେବେ ଆଶୀର୍ବାଦ
ପୃଥ୍ୱିଙ୍କ ଜନ୍ମଦିନରେ ଅମ୍ବାନୀ ପରିବାର ପକ୍ଷରୁ ୧୦୦ରୁ ଅଧିକ ପୂଜାରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଏମାନେ ସମସ୍ତେ ଜାମନଗର ଫାର୍ମ ହାଉସରେ ପହଞ୍ଚିବେ । ସେମାନେ ପୃଥ୍ୱିଙ୍କ ପାଇଁ ପୂଜାର୍ଚ୍ଚନା କରିବା ସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରି ଆଶୀର୍ବାଦ ପ୍ରଦାନ କରିବେ ।
ପାଖାପାଖି ୧୦୦୦ଗାଁର ୫୦ ହଜାର ଲୋକଙ୍କ ପାଇଁ ପୃଥ୍ୱିଙ୍କ ଜନ୍ମଦିନରେ ଅମ୍ବାନୀ ପରିବାର ପକ୍ଷରୁ ଭୋଜନର ବ୍ୟବସ୍ଥା କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତେ ପୃଥ୍ୱିଙ୍କୁ ଆଶୀର୍ବାଦ ଦେବେ ।

ଥାଇଲାଣ୍ଡ ଓ ଇଟାଲୀରୁ ଆସିବେ ରୋଷେୟା
ପୃଥ୍ୱିଙ୍କ ପ୍ରଥମ ଜନ୍ମଦିନକୁ ସ୍ପେଶାଲ କରିବାକୁ ଅମ୍ବାନୀ ପରିବାର କିଛି କମ୍ ରଖି ନାହାନ୍ତି । ଗୋଟିଏ ପଟେ କରୋନା ମହାମାରୀର ଓମିକ୍ରନ୍ ଭାରିଏଣ୍ଟ ବ୍ୟାପି ଚାଲିଥିବା ବେଳେ ଏହି ଜନ୍ମଦିନ ପାର୍ଟି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କୁହାଯାଇଛି । ରୋଷେୟା ବିଦେଶରୁ ଆସୁଥିବାରୁ ସେମାନଙ୍କୁ କିଛିଦିନ ପୂର୍ବରୁ ମୁମ୍ବାଇ ଆସି ରହିବାକୁ ପଡିବ । ଏହି ସମୟରେ ସେମାନଙ୍କର କରୋନା ଟେଷ୍ଟ କରାଯାଇ ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯିବ । ଯଦି ସବୁକିଛି ଠିକ୍ ରହିଲା ତେବେ ସେମାନଙ୍କୁ ଖାଦ୍ୟ ପ୍ରସ୍ତୁତ କରିବାକୁ ଅନୁମତି ମିଳିବ ।
ଏହାସହ ପୃଥ୍ୱିଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ଥିବା ଅତିଥିଙ୍କର ମଙ୍ଗଳବାରଠାରୁ ଲଗାତାର ଭାବେ କରୋନା ଯାଞ୍ଚ କରାଯାଇ ଏହାର ରିପୋର୍ଟ ଅମ୍ବାନୀ ପରିବାରର ଡାକ୍ତରଙ୍କୁ ଦିଆଯିବ । ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଅମ୍ବାନୀଙ୍କ ପ୍ରାଇଭେଟ ଜେଟରେ ସେମାନଙ୍କୁ ଜାମନଗର ଫାର୍ମ ହାଉସକୁ ନିଆଯିବ । ଆଉ ସମସ୍ତ ଅତିଥିଙ୍କୁ କ୍ୱାରାଣ୍ଟାଇନ କରି ରଖାଯିବ । କରୋନାକୁ ଦୃଷ୍ଟିରେ ରଖି ପରିବାରର ସୁରକ୍ଷାକୁ ଦୃଷ୍ଟି ଦେଇ ଅମ୍ବାନୀ ପରିବାର ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି ।

ବଣ୍ଟାଯିବ କୋଟି କୋଟି ଟଙ୍କାର ଉପହାର
ମୁକେଶ ଅମ୍ବାନୀଙ୍କ ନାତି ପୃଥ୍ୱି ଅମ୍ବାନୀଙ୍କ ଜନ୍ମଦିନରେ ଦେଶର ପ୍ରାୟ ୧୫୦ ଅନାଥାଶ୍ରମରେ ରହୁଥିବା ହଜାର ହଜାର ପିଲାଙ୍କୁ କୋଟି କୋଟି ଟଙ୍କାର ଉପହାର ଦିଆଯିବ ବୋଲି ଜଣାପଡିଛି । ତେବେ ପୃଥ୍ୱିଙ୍କ ପାଇଁ ଯେଉଁ ଖେଳନା ଆସିଛି ତାହା ତାଙ୍କ ମାଆ ଶ୍ଳୋକା ଅମ୍ବାନୀ ନେଦରଲ୍ୟାଣ୍ଡସରୁ ମଗାଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri