୫ଜି ରିଚାର୍ଜ ଲାଗି ଗଣିବାକୁ ପଡ଼ିବ କେତେ ଟଙ୍କା? ମୁକେଶ ଅମ୍ବାନୀ ଜିଓକୁ ନେଇ କହିଲେ…

ନୂଆଦିଲ୍ଲୀ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ଶନିବାର ୫ଜି ସେବା ଆରମ୍ଭ କରିଛନ୍ତି। କିଛି ସହରରେ ଆଜିଠାରୁ ଏହି ସେବା ଉପଲବ୍ଧ ହେବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ସମଗ୍ର ଭାରତରେ ଏହି ସେବାକୁ ପ୍ୟାନ୍‌ ଇଣ୍ଡିଆସ୍ତରରେ ପହଞ୍ଚାଯିବ ବୋଲି ଆଶା କରାଯାଉଛି। ତେବେ ଏହି ୫ଜି ସେବା ଆରମ୍ଭ ହେବା ପରେ ଏଥିଲାଗି କେତେ ଟଙ୍କା ଖର୍ଚ୍ଚ ହେବ ତାହାକୁ ନେଇ ଚିନ୍ତାରେ ଗ୍ରାହକ। କୌଣସି ଟେଲିକମ୍‌ କମ୍ପାନୀ ପକ୍ଷରୁ ୫ଜି ରିଚାର୍ଜ ପ୍ଲାନ ବିଷୟରେ ସୂଚନା ଦିଆଯାଇ ନ ଥିଲେ ହେଁ ରିଲାଏନ୍ସ ଜିଓ ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ କହିଛନ୍ତି ଯେ ଭାରତରେ ଜିଓ ଶସ୍ତା ୫ଜି ସେବା ନେଇ ଆସିବ।

ଇଣ୍ଡିଆନ ମୋବାଇଲ କଂଗ୍ରେସରେ ୫ଜି ସେବା ଲଞ୍ଚ ବେଳେ ମୁକେଶ କହିଛନ୍ତି, ଭାରତ ବିଳମ୍ବରେ ୫ଜି ସେବା ଆରମ୍ଭ କଲେ ହେଁ ଆମେ ଦୁନିଆ ତୁଳନାରେ ଉଚ୍ଚ ଗୁଣବତ୍ତାଯୁକ୍ତ ଏବଂ ଅଧିକ ଲାଭ ମିଳିପାରୁଥିବା ୫ଜି ସେବାକୁ ଆରମ୍ଭ କରିବୁ। ଡିସେମ୍ବର ୨୦୨୩ ଭିତରେ ଆମ ଦେଶର କୋଣ ଅନୁକୋଣରେ ଏହି ସେବାକୁ ପହଞ୍ଚାଇବା ଲାଗି ଜିଓ ପ୍ରତିବଦ୍ଧ। ଜିଓର ଅଧିକାଂଶ ୫ଜି ଟେକ୍ନୋଲୋଜିକୁ ଭାରତରେ ବିକଶିତ କରାଯାଇଛି। ଏଥିଲାଗି ଆତ୍ମନିର୍ଭର ଭାରତର ମୋହର ଏହା ଉପରେ ଲାଗିଛି।

କହିରଖୁଛୁ, ୫ଜି ଲାଗି ରିଚାର୍ଜ କଲେ କେତେ ଟଙ୍କା ଖର୍ଚ୍ଚ ହେବ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। ହେଲେ ଏହା ୪ଜି ଭଳି ହେବ ବୋଲି ଟେଲିକମ କମ୍ପାନୀ ପକ୍ଷରୁ କୁହାଯାଉଛି। ଉଭୟଙ୍କ ତୁଳନା କଲେ ୫ଜି ଲାଗି ଅଧିକ ଦେୟ ଦେବାକୁ ପଡ଼ିପାରେ। ଅନ୍ୟ ଦେଶ ତୁଳନାରେ କିନ୍ତୁ ଏହା ବହୁତ କମ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri