କିଆରା-ସିଦ୍ଧାର୍ଥଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ସାତ ଜନ୍ମ ପାଇଁ ଜୀବନସାଥି ହୋଇଯାଇଛନ୍ତି । ଏହି ନ୍ୟୁଲି ୱେଡ କପୁଲ ଏବେ ଖୁବ୍ ଚର୍ଚ୍ଚାରେ । ଫେବୃୟାରୀ ୧୨ରେ ଏମାନେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ହୋଷ୍ଟ କରିବାକୁ ଯାଉଛନ୍ତି । ଏହାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏବେ ଏହି କପୁଲଙ୍କୁ ସମସ୍ତଙ୍କ ଭଲପାଇବା ସହ ବହୁତ ସାରା ଗିଫ୍ଟ ବି ମିଳୁଛି । ଶୁଣିବାକୁ ମିଳିଛି କି ସିଡକିଆରାଙ୍କୁ ଅମ୍ବାନୀ ପରିବାର ପକ୍ଷରୁ ଏକ ସ୍ୱତନ୍ତ୍ର ଗିଫ୍ଟ ମିଳିଛି । ମୁକେଶ ଅମ୍ବାନୀ ସିଦ୍ଧାର୍ଥ ଓ କିଆରାଙ୍କୁ ତାଙ୍କ କମ୍ପାନୀ ରିଲାଏନ୍ସ ଟ୍ରେଣ୍ଟ ଫୁଟୱେୟାରର ନୂଆ ବ୍ରାଣ୍ଡ ଆମ୍ବାସଡର କରି ଦେଇଛନ୍ତି । ରିଲାଏନ୍ସ ରିଟେଲର ଭେଞ୍ଚର ଟ୍ରେଣ୍ଡ୍ ଫୁଟୱେୟାର କପୁଲଙ୍କୁ ବ୍ରାଣ୍ଡ ଆମ୍ବାସଡର ହେବାର ସୂଚନା ଦେଇସାରିଛନ୍ତି ।
ରିଲାଏନ୍ସ ରିଟେଲ ଲିମିଟେଡର ଫ୍ୟାଶନ ଆଣ୍ଡ ଲାଇଫଷ୍ଟାଇଲର ପ୍ରେସିଡେଣ୍ଟ ଓ ସିଇଓ ଅଖିଳେଶ ପ୍ରସାଦ କହିଛନ୍ତି, କିଆରା ଆଡଭାନି ଓ ସିଦ୍ଧାର୍ଥ ମାଲହୋତ୍ରା ବଲିଉଡର ସବୁଠାରୁ ପପୁଲାର ଓ ଟ୍ୟାଲେଣ୍ଟେଡ ଯୁବା ଆଇକନ । ଏମାନଙ୍କର ରହିଛନ୍ତି ଭଳ ଫ୍ୟାନ ଫଲୋଇଙ୍ଗସ୍ । ଏମାନଙ୍କୁ ବ୍ରାଣ୍ଡ ଆମ୍ବାସଡର କରିବା ପରେ ଆମ ଯୁବକଙ୍କ ସହ ସମ୍ପର୍କ ମଜଭୁତ ହେବ ।
ସୂଚନାଯୋଗ୍ୟ, ଅମ୍ବାନୀ ପରିବାର ପକ୍ଷରୁ କୋଟି କୋଟି ଟଙ୍କାର ଉପହାର ମିଳିବା ପରେ କିଆରା ଓ ସିଦ୍ଧାର୍ଥ ଖୁବ୍ ଖୁସି ଅଛନ୍ତି । ତେବେ ଅମ୍ବାନୀ ପରିବାର ସହ କିଆରାଙ୍କର ଭଲ ସମ୍ପର୍କ ରହିଛି । ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ହେଉଛନ୍ତି କିଆରାଙ୍କ ପିଲାଦିନର ସାଥି । କିଆରାଙ୍କ ବିବାହ ଉତ୍ସବରେ ଇଶା ତାଙ୍କ ସ୍ୱାମୀ ଆନନ୍ଦ ପିରାମଲଙ୍କ ସହ ପହଞ୍ଚିଥିଲେ ।

Share