Posted inଜାତୀୟ

ଲକ୍‌ ଡାଉନରେ ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ରୋଜଗାର କରିଥିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ, ୨୯।୯: ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପ୍ରତି ଘଣ୍ଟାର ରୋଜଗାର ବିଷୟରେ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗତ ୬ ମାସ ଧରି ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ରୋଜଗାର କରୁଛନ୍ତି। ମୁକେଶଙ୍କ ରୋଜଗାର ବିଷୟରେ ଏହି ସୂଚନା ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ-୨୦୨୦ର ୯ମ ସଂସ୍କରଣରେ ପ୍ରକାଶ ପାଇଛି। ୩୧ ଅଗଷ୍ଟ ୨୦୨୦ ସୁଦ୍ଧା ଏକ ହଜାର କୋଟି କିମ୍ବା ଏହାଠାରୁ ଅଧିକ ସମ୍ପତ୍ତି ରଖିଥିବା ଦେଶର ସବୁଠାରୁ ଧନୀ ବ୍ୟକ୍ତି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ମୁକେଶଙ୍କ ରୋଜଗାର ଏଭଳି ଏକ ସମୟରେ ବୃଦ୍ଧି ପାଇଛି ଯେଉଁ ସମୟରେ କରୋନା ଓ ଲକ୍‌ ଡାଉନ୍‌ ଲାଗି ଦେଶର ଜିଡିପି ହ୍ରାସ ପାଇଛି।
ଇଣ୍ଡିଆ ରିଚ୍‌ ଲିଷ୍ଟର କ୍ରମାଗତ ୯ମ ବର୍ଷ ପାଇଁ ମୁକେଶ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ରିପୋର୍ଟ ଅନୁଯାୟୀ, ତାଙ୍କର ମୋଟ୍‌ ସମ୍ପତ୍ତି ହେଉଛି ୬ ଲକ୍ଷ ୫୮ ହଜାର ୪୦୦ କୋଟି ଟଙ୍କା। ଗତ ଏକ ବର୍ଷ ମଧ୍ୟରେ ତାଙ୍କର ମୋଟ୍‌ ସମ୍ପତ୍ତି ୭୩ ପ୍ରତିଶତ ବୃଦ୍ଧି ପାଇଛି। ସେହିଭଳି ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱର ୪ର୍ଥ ଧନୀ ବ୍ୟକ୍ତି ମୁକେଶ ଲକ୍‌ ଡାଉନ ଅବଧି ଅର୍ଥାତ୍‌ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଲଣ୍ଡନରେ ଅବସ୍ଥିତ ହିନ୍ଦୁଜା ବ୍ରଦର୍ସ (୧,୪୩, ୭୦୦ କୋଟି) ଭାରତର ୨ୟ ଧନୀ ଭାବେ ରହିଛନ୍ତି। ତାଙ୍କ ପଛକୁ ଏଚ୍‌ସିଏଲ୍‌ ପ୍ରତିଷ୍ଠାତା ଶିବ ନାଡାର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri