ସନ୍ଧ୍ୟା ୬ଟା ୧୫ରେ ‘ମୁହୂର୍ତ୍ତ ଟ୍ରେଡିଂ’, ୭ଟା ୧୫ରେ ହେବ ବନ୍ଦ…

ମୁମ୍ବାଇ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ଗୁରୁବାର, ପ୍ରତିବର୍ଷ ଭଳି ପରମ୍ପରା ଅନୁସାରେ ଷ୍ଟକ ମାର୍କେଟରେ ଏକ ଭିନ୍ନ ବ୍ୟବସାୟ ହେବ। ପାରମ୍ପାରିକ ‘ମୁହୂର୍ତ୍ତ ଟ୍ରେଡିଂ’ ପାଇଁ ଷ୍ଟକ ଏକ୍ସଚେଞ୍ଜ ସନ୍ଧ୍ୟାରେ ଘଣ୍ଟାଏ ପାଇଁ ଖୋଲିବ। ସନ୍ଧ୍ୟା ୬ଟା ୧୫ରେ ‘ମୁହୂର୍ତ୍ତ ଟ୍ରେଡିଂ’ ଆରମ୍ଭ ହୋଇ ୭ଟା ୧୫ ରେ ବନ୍ଦ ହେବ।

କମୋଡିଟି କାରବାର ପାଇଁ ଗୁରୁବାର ଦିନରେ ଷ୍ଟକ୍‌ ଏକ୍ସଚେଞ୍ଜ ବନ୍ଦ ରହିବ। କିନ୍ତୁ ସନ୍ଧ୍ୟାରେ କାରବାର ଆରମ୍ଭ ହେବ। ସେହିପରି ଶୁକ୍ରବାର ମଧ୍ୟ ଷ୍ଟକ୍‌ ଏକ୍ସଚେଞ୍ଜ ବନ୍ଦ ରହିବ। ଶୁକ୍ରବାର ଦୀପାବଳି ବାଲିପ୍ରତିପଦା ପଡୁଛି। ଷ୍ଟକ୍‌ ଏକ୍ସଚେଞ୍ଜ ନଭେମ୍ବର ୮ରେ ପୁଣି ଖୋଲିବ। ସମ୍ବତ ୨୦୭୭ ର ସମାପ୍ତି ଅବସରରେ ଏହି ଛୁଟି ପଡୁଛି।

ସମ୍ବତ ୨୦୭୭ରେ ଘରୋଇ ଷ୍ଟକ ବଜାରର ପ୍ରଦର୍ଶନ ଭଲ ଥିଲା। ଏହି ସମୟ ମଧ୍ୟରେ ସେନ୍ସେକ୍ସ ୧୬,୧୩୩ ପଏଣ୍ଟ ଛୁଇଁ ୩୬.୯୭ ପ୍ରତିଶତ ସୁଦୃଢ଼ ହୋଇଥିଲା। ସେହିପରି ନିଫ୍ଟି ୫,୦୪୮.୯୫ ପଏଣ୍ଟରେ ପହଞ୍ଚିବା ସହିତ ୩୯.୫୦ ପ୍ରତିଶତ ବୃଦ୍ଧି ପାଇଛି।

ଗୁରୁବାର ଷ୍ଟକ୍‌ ବଜାରରେ ‘ମୁହୂର୍ତ୍ତ ଟ୍ରେଡିଂ’ ସହିତ ସମ୍ବତ ୨୦୭୮ ଆରମ୍ଭ ହେବ। ତେଣୁ ଏକ ଘଣ୍ଟାର ସ୍ବତନ୍ତ୍ର ‘ମୁହୂର୍ତ୍ତ ଟ୍ରେଡିଂ’ହେବ। ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକାର ଫେଡେରାଲ ରିଜର୍ଭ ମୁଦ୍ରା ନୀତି ସମୀକ୍ଷା ବୈଠକର ଫଳାଫଳ ପୂର୍ବରୁ ନିବେଶକମାନେ ଷ୍ଟକ୍‌ ବଜାରଠାରୁ ଦୂରେଇ ରହିଛନ୍ତି।

ସମ୍ବତ ୨୦୭୮ ରେ, ଫେଡେରାଲ ରିଜର୍ଭ (ଆମେରିକା ସେଣ୍ଟ୍ରାଲ ବ୍ୟାଙ୍କ) ମହାମାରୀ ସମୟରେ ଅର୍ଥନୀତିକୁ ସହଜ କରିବା ଲାଗି ଆରମ୍ଭ ହୋଇଥିବା ପ୍ରୋତ୍ସାହନ ପ୍ୟାକେଜକୁ ଧୀରେ ଧୀରେ ହ୍ରାସ କରିବା ଘୋଷଣା କରିବାର ସମ୍ଭାବନା ରହିଛି। ସେହିପରି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ନିକଟ ଭବିଷ୍ୟତରେ ବଣ୍ଡ କ୍ରୟ କାର୍ଯ୍ୟକ୍ରମରେ ହ୍ରାସ ଘୋଷଣା କରିବାର ସମ୍ଭାବନା ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?