ଭାରତ ବିରୋଧରେ ବିଷ ଓଗାଳିଲେ ମହମ୍ମଦ ୟୁନୁସ: ପାକିସ୍ତାନ ପରେ ବାଂଲାଦେଶ ବି…

ଢାକା,୨୫।୯: ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଗୁରୁବାର ଭାରତ-ବାଂଲାଦେଶ ସମ୍ପର୍କ ଉପରେ ଏକ ମହମ୍ମଦ ୟୁନୁସ ଦେଇଛନ୍ତି। ସେ କହିଛନ୍ତି, ଭାରତ ଏବଂ ବାଂଲାଦେଶ ମଧ୍ୟରେ ବର୍ତ୍ତମାନ ସମସ୍ୟା ରହିଛି। କାରଣ ସେମାନେ ଗତ ବର୍ଷର ଛାତ୍ର ପ୍ରତିବାଦକୁ ପସନ୍ଦ କରି ନ ଥିଲେ। ସେ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (ସାର୍କ)କୁ ପୁନଃ ସକ୍ରିୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ ବାଂଲାଦେଶ ଆଞ୍ଚଳିକ ବାଣିଜ୍ୟ ଏବଂ ସାମୁଦ୍ରିକ ପ୍ରବେଶ ପାଇଁ ଏକ ସେତୁ ଭାବରେ କାର୍ଯ୍ୟ କରିବ।

ମହମ୍ମଦ ୟୁନୁସ ନ୍ୟୁୟର୍କରେ କହିଛନ୍ତି, ନୂଆଦିଲ୍ଲୀ ସହିତ ଢାକାର ସମ୍ପର୍କ ତିକ୍ତ ହୋଇଛି। କାରଣ ଭାରତ ଗତ ବର୍ଷର ଛାତ୍ର ପ୍ରତିବାଦକୁ ପସନ୍ଦ କରି ନ ଥିଲା, ଯାହା ଶେଖ ହାସିନାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା। ସେମାନେ (ଭାରତ) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମଧ୍ୟ ଆତିଥ୍ୟ ଦେଉଛନ୍ତି, ଯିଏ ଆମ ଦେଶରେ ଅନେକ ସମସ୍ୟାର କାରଣ।

ବାଂଲାଦେଶରେ ଗତ ବର୍ଷର ହିଂସାତ୍ମକ ଛାତ୍ର ପ୍ରତିବାଦ ପରେ ଶେଖ ହାସିନା ଭାରତ ପଳାଇ ଆସିଥିଲେ। ମହମ୍ମଦ ୟୁନୁସ ଅଭିଯୋଗ କରିଛନ୍ତି। ଭାରତୀୟ ଗଣମାଧ୍ୟମ ଆନ୍ଦୋଳନ ବିଷୟରେ ମିଥ୍ୟା ରିପୋର୍ଟ ପ୍ରକାଶ କରିଛି। ଏହା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ସେ କହିଛନ୍ତି, ଏହା ଆମକୁ ଇସଲାମବାଦୀ ଏବଂ ତାଲିବାନ ଭାବରେ ଚିତ୍ରଣ କରିବା ଭଳି ପ୍ରଚାର। ସେମାନେ ମୋତେ ତାଲିବାନ ମୁଖ୍ୟ ବୋଲି କୁହନ୍ତି।

ନୂଆଦିଲ୍ଲୀ ଅନେକ ଥର ପଡ଼ୋଶୀ ଦେଶରେ ବଢ଼ୁଥିବା ଭାରତ ବିରୋଧୀ ବୟାନବାଜି ଏବଂ ଭାରତର ଉତ୍ତର-ପୂର୍ବ ଅଞ୍ଚଳକୁ ମିଶାଇବା ଧମକ ପାଇଁ ବାଂଲାଦେଶ ବିରୋଧରେ କଡ଼ା ପ୍ରତିଶୋଧ ନେଇଛି। ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ଉପରେ ଭାରତ ମଧ୍ୟ ଚିନ୍ତା ପ୍ରକାଶ କରିଛି।

ମହମ୍ମଦ ୟୁନୁସ ସାର୍କ ସଂଗଠନର ନିଷ୍କ୍ରିୟତା ପାଇଁ ଭାରତକୁ ଦାୟୀ କରିଛନ୍ତି। ସେ କହିଛନ୍ତି,୮ଟି ଦେଶର ଏହି ଗୋଷ୍ଠୀ ଗତ ଦଶନ୍ଧି ଧରି ନିଷ୍କ୍ରିୟ ରହିଛି। ଭାରତକୁ ଇଙ୍ଗିତ କରି ସେ କହିଛନ୍ତ, ସାର୍କ କାର୍ଯ୍ୟ କରିବାକୁ ଅକ୍ଷମ କାରଣ ଏହି ଗୋଷ୍ଠୀ ଗୋଟିଏ ଦେଶର ରାଜନୀତିରେ ଫିଟ ହୁଏ ନାହିଁ। ପାକିସ୍ତାନ ମଧ୍ୟ ସମାନ ଭାବରେ ସାର୍କକୁ ସକ୍ରିୟ କରିବାକୁ ଆହ୍ବାନ କରୁଛି।

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ କହିଛନ୍ତି, ସାର୍କ ହେଉଛି ୟୁରୋପୀୟ ସଂଘ ପରି ଏକ ଚମତ୍କାର ସଂଗଠନ। ଆମର ପଡ଼ୋଶୀମାନେ ହସ୍ତକ୍ଷେପ କରିବା ଉଚିତ୍‌ ନୁହେଁ। ସାର୍କର ପ୍ରକୃତ ଅର୍ଥ ହେଉଛି,ଆପଣ ଆମ ଦେଶରେ ନିବେଶ କରନ୍ତୁ, ଏବଂ ଆମେ ଆପଣଙ୍କ ଅଞ୍ଚଳରେ ନିବେଶ କରିବୁ। ଏହିପରି ସାର୍କ କାମ କରେ। ସେ ପୁଣି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଉଲ୍ଲେଖ କରି କହିଥିଲେ, ଭାରତର ୭ଟି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୁଦ୍ରରେ ପ୍ରବେଶ କରିପାରୁନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri