ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ ଶତାଧିକ କଂଗ୍ରେସ ଦଳର କର୍ମୀ ଭେଟି ସ୍ୱାଗତ କରିଥିଲେ । ସେ କଂଗ୍ରେସ ଦଳରେ ରହିଥିବା ସମୟରେ ତାଙ୍କୁ ଦାରିଙ୍ଗବାଡି ଅଞ୍ଚଳର କଂଗ୍ରେସ ଦଳର ବହୁ କର୍ମୀଙ୍କ ସହ ପରିଚିତ ଥିଲେ । ୬୦ଜଣ କର୍ମୀ ତାଙ୍କୁ ଭେଟିବାକୁ ଚାହିଁଥିଲେ ।
ଦାରିଙ୍ଗବାଡିରେ ଥିବା ପାଳକ ସଙ୍ଘର ସଭାଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ମୋକିମ୍ ରାଜ୍ୟରେ କଂଗ୍ରେସ ଦଳ ଦୁର୍ବଳ ହୋଇଛି କେଵଳ ରାଜ୍ୟ ନୁହଁ ସମଗ୍ର ଦେଶରେ ଏକା ଅବସ୍ଥା । ତେଣୁ ନୂତନ ଦଳର ଆବଶ୍ୟକତା ରହିଛି ଓ ତାଙ୍କ ଦଳ ଗଠନରେ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଥିବା କିଛି କଂଗ୍ରେସ କର୍ମୀ କହିଛନ୍ତି । ରାଜ୍ୟରେ ଦଳ ହାରିଥିବା ପ୍ରାର୍ଥୀଙ୍କୁ ଦାୟିତ୍ୱ ଦେଉଛି ତେଣୁ କଂଗ୍ରେସ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଛି । ସେ ନୂଆ ଦଳ କରିବାକୁ ଯାଉଥିବା ବେଳେ ତାଙ୍କ ସହ ଭାଜପା ଓ ବିଜେଡିର କିଛି ନେତା ଯୋଗାଯୋଗରେ ରହିଥିବା ବୈଠକରେ କହିଥିଲେ ମୋକିମ ।

